
ପାକିସ୍ତାନରେ ଥିବା ଆଫଗାନିସ୍ତାନର ରାଷ୍ଟ୍ରଦୁତ ନଜୀବ ଅଲିଖିଲଙ୍କ ଝିଅକୁ ଅପହରଣ କରିଥିବାର ଅନେକ ଖବର ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛ। ଏହି ବିଷୟ ନେଇ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ରକ୍ତାକ୍ତ ହୋଇ ଆଘାତ ଅବସ୍ଥାରେ ଅଛନ୍ତି। ପୋଷ୍ଟ ଡାବୁଇ ଅନୁଯାୟୀ ଏହି ମହିଳାଙ୍କ ନଜୀବ ଅଲିଖିଲଙ୍କ ଝିଅ ଅଟନ୍ତି ଯାହାଙ୍କୁ ଅପହରଣ କରି ନିର୍ଯାତିତ କରା ଯାଇଥିଲା।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହା ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ପ୍ରକୃତରରେ ପାକିସ୍ତାନରେ ଥିବା ଆଫଗାନିସ୍ତାନ ରାଷ୍ଟ୍ରଦୂତଙ୍କ ଝିଅଙ୍କ ଅପହରଣ କରା ଯାଇଅଛି। ଏହା ଜାଣିବା ପାଇଁ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ କରିଲୁ। ଫଳାଫଳରେ ଆମକୁ ୧୮ ଜୁଲାଇରେ ଆଫଗାନିସ୍ତାନର ବିଶମନ୍ତରାଳୟ ନିଜ ଟୁଇଟର ହେଣ୍ଡେଲରେ ଏକ ଟୁଇଟ ମାଧ୍ୟମରେ କହିଛି ଯେ ‘ପାକିସ୍ତାନରେ ଆଫଗାନିସ୍ତାନର ରାଷ୍ଟ୍ରଦୂତଙ୍କ ଝିଅର ଅପହରଣ ହେଇଥିବାରୁ ଆଫଗାନିସ୍ତାନର ରାଷ୍ଟ୍ରଦୁତ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ପାକିସ୍ତାନରେ ସ୍ଥିତି ଠିକ ହେବା ପର୍ଯ୍ୟନ୍ତ ସେଠାରୁ ଫେରି ଆସିବାକୁ କୁହା ଯାଇଅଛି।’
ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଆଫଗାନିସ୍ତାନ ରାଷ୍ଟ୍ରଦୁତଙ୍କ ପାକିସ୍ତାନରେ ଅପହରଣ ହେବା ଖବର ସତ୍ୟ ଅଟେ।
କ’ଣ ପୋଷ୍ଟରେ ଥିବା ମହିଳା ରାଷ୍ଟ୍ରଦୁତକ ଝିଅ ଅଟନ୍ତି?
ଭାଇରାଲ ଫୋଟୋର ସତ୍ୟ ଜାଣିବା ପାଇଁ ଆମେ ଟୁଇଟରରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ୨୯ ଜୁଲାଇ ରେ ବଖତାର ନ୍ୟୁଜ ଏଜେନ୍ସି ନାମକ ଟୁଇଟର ହେଣ୍ଡେଲର ଏକ ଟୁଇଟରେ ଏହି ଘଟଣା ବିଷୟରେ ଉଲ୍ଲେଖ ହୋଇଥିବା ମିଳିଲା। ଏହି ଟୁଇଟରେ କୁହା ଯାଇଅଛି ଯେ ଆଫଗାନିସ୍ତାନ ବିଦେଶ ମନ୍ତରାଳୟ ଅନେକ ତଥ୍ୟ ଏବଂ ମେଡିକାଲ ରିପୋର୍ଟ ଯାଞ୍ଚ କରିଲା ପରେ କହିଛି ଯେ ଆଫଗାନିସ୍ତାନ ରାଷ୍ଟ୍ରଦୁତ ନଜିବୁଲ୍ଲା ଅଳିଖେଳଙ୍କ ଝିଅ ଶାଳସିଲା ଅଲିଖେଳଙ୍କ ଅପହରଣ କରି ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତିତ କରା ଯାଇଅଛି।
ଏହି ଟୁଇଟରେ ନଜିବୁଲ୍ଲାଙ୍କ ଝିଅର ଫୋଟୋ ମଧ୍ୟ ପୋଷ୍ଟ କରାଯାଇଅଛି ଯେଉଁଟା ଭାଇରାଲ ଫୋଟୋ ଠାରୁ ସମ୍ପୂର୍ଣ ଭିନ୍ନ ଅଟେ।
ଏହା ପରେ ଆମେ ଟୁଇଟରରେ ନଜିବୁଲ୍ଲାଙ୍କ ଏକାଉଣ୍ଟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ତାଙ୍କ ଏକାଉଣ୍ଟରୁ ୧୮ ଜୁଲାଇରେ ତାଙ୍କ ଝିଅର ଫୋଟୋ ଟୁଇଟ କରା ଯାଇଥିବା ମିଳିଲା। ଫୋଟୋ ସହିତ ସେ ଟୁଇଟ ମାଧ୍ୟମରେ କହିଛନ୍ତି ଯେ “ମୁଁ ମୋର ଝିଅ ଶାଳସିଲା ଅଲିଖେଳର ଏକ ଫୋଟୋ ଏଠାରେ ପୋଷ୍ଟ କରିବାକୁ ବାଧ୍ୟ ହୋଇଛି କାରଣ ଜଣେ ଅନ୍ୟ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଅଛି ଯାହାକୁ ମୁଁ ଚିହ୍ନି ନାହିଁ।”
ତେବେ ଭାଇରାଲ ଫୋଟୋରେ ଥିବା ମହିଳା କିଏ?
ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଏକ ଟୁଇଟ ମିଳିଲା। ଟୁଇଟରେ କୁହା ଯାଇଅଛି ଯେ ଭାଇରାଲ ହେଉଥିବା ଫୋଟୋ ଜଣେ ଟିକଟକ୍ ଷ୍ଟାର ଗୁଲ ଚାହତ ଅଟନ୍ତି।
ଗୁଗୁଲରେ ଗୁଲ ଚାହତ ନାମ ଲେଖି ସର୍ଚ କରିଲା ପରେ ଆମକୁ ଭାଇରାଲ ଫୋଟୋରେ ଥିବା ମହିଳାଙ୍କ ଏକ ୟୁଟ୍ୟୁବ ଏକାଉଣ୍ଟ ମିଳିଲା। ଏହି ଏକାଉଣ୍ଟରେ ତାଙ୍କ ଅନେକ ଭିଡିଓ ପ୍ରସାରିତ ହେଇଛି। ତଳେ ଆପଣ ତାଙ୍କ ୟୁଟ୍ୟୁବ ଏକାଉଣ୍ଟ ଦେଖି ପାରିବେ।
https://www.youtube.com/channel/UCGY2hGT0jnR5a4kzAyeh4oQ
ଏହା ପରେ ଆମକୁ ଗୁଲ ଚାହତଙ୍କ ଫେସବୁକ ଏକାଉଣ୍ଟ ମିଳିଲା। ଏହି ଏକାଉଣ୍ଟରେ ୧୯ ଜୁଲାଇରେ ଏକ ଭିଡିଓ ପ୍ରସାରିତ ହୋଇଛି। ଏହି ଭିଡିଓରେ ଆପଣ ମାନେ ତାଙ୍କ ଚେହେରାରେ ଆଘାତ ହୋଇଥିବା ଚିହ୍ନ ଦେଖି ପାରିବେ। ତାଙ୍କ ଆଘାତ ହୋଇଥିବା ସମୟର ଏକ ଭିଡିଓ ମଧ୍ୟ ଆପଣ ଏହି ୟୁଟ୍ୟୁବ ଲିଙ୍କ୍ ରେ କ୍ଲିକ୍ କରି ଦେଖି ପାରିବେ।
ନିମ୍ନରେ ଆପଣ ମାନେ ଆଫଗାନିସ୍ତାନ ରାଷ୍ଟ୍ରଦୁତଙ୍କ ଝିଅ ଏବଂ ଭାଇରାଲ ଫୋଟୋରେ ଥିବା ମହିଳାଙ୍କ ମଧ୍ୟରେ ଫୋଟୋର ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ଥିବା ମହିଳା ଜଣେ ଟିକଟକ୍ ଷ୍ଟାର ଗୁଲ ଚାହତ ଅଟନ୍ତି। ଭାଇରାଲ ଫୋଟୋ ଆଫଗାନିସ୍ତାନ ରାଷ୍ଟ୍ରଦୁତ ନଜିବୁଲ୍ଲାଙ୍କ ଝିଅ ଶାଳସିଲା ଆଳିଖେଳଙ୍କ ନୁହେଁ।

Title:କ’ଣ ଭାଇରାଲ ହେଉଥିବା ଫୋଟୋ ଆଫଗାନିସ୍ତାନ ରାଷ୍ଟ୍ରଦୁତଙ୍କ ଅପହରଣ ହୋଇଥିବା ଝିଅଙ୍କ ଫୋଟୋ ଅଟେ?
Fact Check By: Siddharth SahuResult: False
