କ’ଣ ଭିଡିଓରେ ଥିବା ମହିଳା ହାଥରସ ପୀଡ଼ିତା ଅଟନ୍ତି? କ’ଣ ସେ ଜଣେ ଟପ୍ପର ଥିଲେ? ଜାଣନ୍ତୁ ସତ୍ୟ।

False Social

ହାଥରସରେ ହେଇଥିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ଘଟଣା ନେଇ ଫେକ୍ଟ କେଇସେଣ୍ଡୋ ଅନେକ ମିଥ୍ୟା ପୋଷ୍ଟ ଖୋଜି ତାହା ପଛରେ ଥିବା ସତ୍ୟକୁ ସାମନା କୁ ଆଣିଛି। ବିଗତ କିଛି ଦିନ ରୁ ଗୋଟିଏ ଭିଡିଓ ଫେସବୁକରେ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଆମକୁ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ଚାଲି ଚାଲି ଆସୁଥିଲା ବେଳେ ଅନେକ ଲୋକେ ତାଳି ବଜାଇ ଏବଂ ଅନ୍ୟ କିଛି ଲୋକେ ତାଙ୍କ ପାଦ ଛୁଇଁ ତାଙ୍କୁ ସ୍ଵାଗତ କରୁଛନ୍ତି। ଭାଇରାଲ ଭିଡିଓରେ ଦାବି କରା ଯାଇଅଛି ଯେ ଏହି ଯୁବତୀ ହାଥରସ ପୀଡ଼ିତା ଅଟନ୍ତି। 

ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ଏହି ଦାବି କୁ ମିଥ୍ୟା ବୋଲି ପାଇଲା। 

Facebook Link | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଇନଭିଦ ଗୁଗୁଲ କ୍ରୋମ ଏକ୍ସତେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରରେ ଆମେ ପ୍ରତ୍ଯେକ ଫ୍ରେମର ଯାଣ୍ଡେକ୍ସ ରିଭର୍ସ ଇମେଜ ସାର୍କ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ୧୯ ଫେବ୍ରୁଆରିରେ ୟୁଟ୍ୟୁବରେ ଏମ.ଡି.ଆଦିଲ ଫାୟାଜଙ୍କ ଦ୍ଵାରା ପୋଷ୍ଟ ହେଇଥିବା  ମିଳିଲା। 

C:\Users\Lenovo\Desktop\FC\Manisha Valmiki10.jpg

ଏହା ପରେ ଆମେ ଏହି ନାମର ଫେସବୁକ ଏକାଉଣ୍ଟ ଖୋଜି ବାହାର କରିଲୁ। ଆଦିଲଙ୍କ ଏକାଉଣ୍ଟ ଯାଞ୍ଚ କରିଲା ପରେ ଆମକୁ ତାଙ୍କ ଫେସବୁକ ପ୍ରୋଫାଇଲ ଫୋଟୋ ଏବଂ ଉପରେ ଦିଆ ଦିଆ ଯାଇ ଥିବା ୟୁଟ୍ୟୁବ ଫୋଟୋ ସମାନ ବୋଲି ଜାଣିବାକୁ ପାଇଲୁ। ତାଙ୍କ ପ୍ରୋଫାଇଲ ଫୋଟୋରେ ସେଫ୍ ଶପ୍ ଲେଖା ଯାଇଥିବା ମଧ୍ୟ ମିଳିଲା। 

C:\Users\Lenovo\Desktop\FC\Manisha Valmiki3.jpg

Facebook

ଏହା ପରେ ଆମେ ସେଫ୍ ଶପ୍ ସହିତ ସମ୍ପର୍କ କରି ତାଙ୍କ ଅଧିକାରୀ ସହିତ କଥା ହେଳୁ। ସେ ଅଧିକାରୀ ଆମକୁ ଭାଇରାଲ ଭିଡିଓରେ ଥିବବା ଯୁବତୀଙ୍କ ବିଷୟରେ ସୂଚନା ଦେଲେ। ସେ ଆମକୁ ଯୁବତୀଙ୍କ ଇଂଷ୍ଟାଗ୍ରାମ ଏକାଉଣ୍ଟର ଲିଙ୍କ  ଦେଲେ। ତାଙ୍କ ଇଂଷ୍ଟାଗ୍ରାମ ଏକାଉଣ୍ଟ ଦେଖିଲା ପରେ ଆମେ ଜାଣିଲୁ ଯେ ଯୁବତୀଙ୍କ ନାମ ନାଜିଆ ଖାନ ଅଟେ। 

instaa.jpg

Instagram

ଏହା ପରେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସ୍ସର୍ଚ କରିଲା ପରେ ଆମକୁ ନାଜିଆ ଖାନଙ୍କ ଗୋଟିଏ ଭିଡିଓ ମିଳିଲା ଯେଉଁଥିରେ ସେ ନିଜ ଜୀବନ ବିଷୟରେ କହିଛନ୍ତି। ଏହି ଭିଡିଓରେ ଯୁବତୀ’ଙ୍କ ପିଲା ଦିନର ଗୋଟିଏ ଫୋଟୋ ଦେଖିବା କୁ ମିଳିଛି ଯେଉଁଥିରେ ତାଙ୍କ ନାମ ନାଜିଆ ଖାନ ବୋଲି କୁହା ଯାଇଅଛି। 

C:\Users\Lenovo\Desktop\FC\Manisha Valmiki5.jpg

YouTube

ଏହା ପରେ ଆମେ ସେଫ୍ ଶପ୍ କମ୍ପାନୀର ଜଣେ କର୍ମଚାରୀ ସାଇ କୁମାରଙ୍କ ସହିତ ସମ୍ପର୍କ କରିଲୁ।  ସାଇ କୁମାରଙ୍କ କହିବା ଅନୁଯାୟୀ, “ଭାଇରାଲ ହେଉଥିବା ଭିଡିଓରେ ଥିବା ଯୁବତୀଙ୍କ ନାମ ନାଜିଆ ଖାନ ଅଟେ ଓ ସେ ସେଫ୍ ଶପ୍ ନାମକ କମ୍ପାନୀରେ କାରୀ କରନ୍ତି ଏବଂ ତାଙ୍କ ଘର ହାଇଦେରାବାଦରେ ଅଟେ। ନାଜିଆ ଖାନଙ୍କ ହାଥରସରେ ହେଇଥିବା ଘଟଣା ସହିତ ସଉନସି ସମ୍ବନ୍ଧ ନାହିଁ। ଆମ କମ୍ପାନୀରେ ସେ ଡାଇମଣ୍ଡ ପଦବୀରେ ଅଛନ୍ତି। ଦୁଇ ଦିନ ପୂର୍ବରୁ ଆମର ଗୋଟିଏ ସାକ୍ଷାତ ଥିଲା ଯେଉଁଥିରେ ଆମେ ନାଜିଆଙ୍କ ସହିତ ସାକ୍ଷାତ ହେଇଥିଲୁ। ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ କମ୍ପାନୀର ଟ୍ରେନିଂର ଦୃଶ୍ୟ ଅଟେ। 

ଏହା ପରେ ଆମେ ମୁଖ୍ୟଶବ୍ଦ ବ୍ୟବହାର କରି ଟୁଇଟରରେ ମଧ୍ୟ ହାଥରସ ପୀଡ଼ିତାଙ୍କ ବିଷୟରେ ଖୋଜିଲୁ। ୩୦ ସେପ୍ଟେମ୍ବରରେ ଟୁଇଟରରେ ବରଖା ଦତ୍ତ ନାମକ ଜଣେ ସମ୍ପାଦକ ହାଥରସ ପୀଡ଼ିତାଙ୍କ ଭାଇ ସହିତ ପଚରାଉଚରା କରିବା ସମୟରେ ତାଙ୍କ ଭାଇ କହିଛନ୍ତି ଯେ ହାଥରସ ପୀଡ଼ିତାଙ୍କ କୌଣସି ବଡ଼ ସ୍ଵପ୍ନ ନଥିଲା। ସେ କେବଳ ନିଜ ପରିବାରକୁ ଖୁସି ଦେଖିବାକୁ ଚାହୁନଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଭଉଣୀ ବେସୀ ପାଠ ପାଢୀ ନାହାନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ପ୍ରମାଣ କରିଲୁ ଯେ ଭିଡିଓରେ ଥିବା ଯୁବତୀ ହାଥରସ ପୀଡ଼ିତା ନୁହନ୍ତି। ଭିଡିଓରେ ଥିବା ମହିଳା ନାଜିଆ ଖାନ ଅଟନ୍ତି ଯେ ଗୋଟିଏ କମ୍ପାନୀରେ ବର୍ତମାନ ମଧ୍ୟ ଚାକିରି କରୁଛନ୍ତି। ଏହି କଥାର ପୁଷ୍ଟି ଆମକୁ ନାଜିଆ ଖାନ ଯେଉଁ କମ୍ପାନୀରେ କାମ କରନ୍ତି ସେ କମ୍ପାନୀର ଅଧିକାରୀ ନିଜେ କହିଛନ୍ତି। 

Avatar

Title:କ’ଣ ଭିଡିଓରେ ଥିବା ମହିଳା ହାଥରସ ପୀଡ଼ିତା ଅଟନ୍ତି? କ’ଣ ସେ ଜଣେ ଟପ୍ପର ଥିଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *