କ’ଣ ଏହି ଫୋଟୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ଲେଡି ମାଉଣ୍ଟବେଟେନଙ୍କ ସହିତ ଅଛନ୍ତି? ଜାଣନ୍ତୁ ସତ୍ୟ।

False Political

ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ଏଡ୍ୱିନା ମାଉଣ୍ଟବେଟେନଙ୍କ ସମ୍ବନ୍ଧ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କୌଣସି ନୂଆ କଥା ନୁହେଁ। ଏହି ଦୁଇ ଜଣଙ୍କ ସମ୍ବନ୍ଧ ବିଷୟରେ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଗତ କିଛି ବର୍ଷ ଧରି ଭାଇରାଲ ହେଉଛି। ଏହା ପୂର୍ବରୁ ମଧ୍ୟ ଫେକ୍ଟ କୃସେଣ୍ଡୋ ନେହେରୁଙ୍କ ଅନେକ ସମ୍ବନ୍ଧନେର ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି। 

ବର୍ତ୍ତମାନ ଜବାହାରଲାଲ ନେହେରୁଙ୍କ ଗୋଟିଏ ମହିଳାଙ୍କ ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେମାନେ ହାତ ଧରି ଚାଲୁଥିବା ଦେଖିବାକୁ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ପୋଷ୍ଟରେ ଥିବା ମହିଳା ଏଡୱିନ ମାଉଣ୍ଟବେଟେନ ଅଟନ୍ତି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରି ଦେଖିଲୁ। ସର୍ଚ କରିଲା ପରେ ଆମକୁ ଏହି ସମାନ ଫୋଟୋ ଆମକୁ ୬ ନଭେମ୍ବର ୧୯୬୧ ମସିହାରେ ଗେଟି ଇମେଜ ନାମକ ୱେବସାଇଟରେ ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ଏହି ଫୋଟୋରେ ୬ ନଭେମ୍ବର ୧୯୬୧ ମସିହାରେ ଭାରତ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଆମେରିକାର ସେ ସମୟର ରାଷ୍ଟ୍ରପତି ଜନ୍ ଏଫ କେନେଡିଙ୍କ ପତ୍ନୀ ଜେକି କେନେଡିଙ୍କ ସହ ୱ୍ହାଇଟ ହାଉସ ଆଡକୁ ଯାଉଛନ୍ତି। 

getty.jpg

Getty Images | Archive

ଏହି ସମାନ ଫୋଟୋ ଆମକୁ ଓଲ୍ଡ ଇଣ୍ଡିଆନ ଫୋଟୋସ ନାମକରେ ମଧ୍ୟ ଦେଖିବାକୁ ମିଳିଲା। ଏହି ୱେବସାଇଟରେ ମଧ୍ୟ ଉଲ୍ଲେଖ କରା ଯାଇଅଛି ଯେ ଫୋଟୋରେ ଜବାହାରଲାଲ ନେହେରୁଙ୍କ ଥିବା ମହିଳା ଆମେରିକାର ପ୍ରଥମ ଲେଡି ଜେକଲିନ କେନେଡି ଅଟନ୍ତି। 

ଏହା ପରେ ଆମେ ଭାଇରାଲ ଫୋଟୋରେ ଥିବା ମହିଳାଙ୍କ ଫୋଟୋ ଲେଡି ମାଉଣ୍ଟବେଟେନଙ୍କ ଫୋଟୋ ସହିତ ତୁଳନା କରିଲୁ। ତୁଳନା କରିଲା ପରେ ଆମେ ଏହି ଦୁଇ ମହିଳାଙ୍କୁ ପରସ୍ପର ଠାରୁ ସମ୍ପୂର୍ଣ ଭାବରେ ଭିନ୍ନ ପାଇଲୁ। 

Copy of Squire Image Comparison.png

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋରେ ଜବାହାରଲାଲ ନେହେରୁଙ୍କ ସହିତ ଥିବା ମହିଳା ଆମେରିକାର ପ୍ରଥମ ଲେଡି ଜେକଲିନ କେନେଡି ଅଟନ୍ତି। ଫୋଟୋରେ ନେହେରୁ ଲେଡି ମାଉଣ୍ଟବେଟେନଙ୍କ ସହିତ ଥିବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ ଏହି ଫୋଟୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ଲେଡି ମାଉଣ୍ଟବେଟେନଙ୍କ ସହିତ ଅଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *