କ’ଣ ଜଣେ କ୍ରିଷ୍ଟ ଧର୍ମ ଲୋକକୁ ତାମିଲନାଡ଼ୁ ସରକାର ଏକ ହିନ୍ଦୁ ମନ୍ଦିରର ପୁରୋହିତ ନିଯୁକ୍ତି କରିଛନ୍ତି ଏବଂ ସେ ମଦ୍ୟପାନ କରୁଛନ୍ତି?

Communal False

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ହିନ୍ଦୁ ପୁରୋହିତ ଭେଶରେ ଜଣେ ବ୍ୟକ୍ତି ମଦ୍ୟପାନ କରୁଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ ଜଣେ ବ୍ୟକ୍ତି ଭଗବାନଙ୍କର ମୂର୍ତି ଉପରେ ପାଦ ରଖି ଭଗବାନଙ୍କର ଅପମାନ କରିଛନ୍ତି। ଏହି ଦୁଇଟି ଫୋଟୋକୁ ପୋଷ୍ଟ କରି ଦାବି କରା ଯାଇଛି ଯେ “ଫୋଟୋରେ ମଦ୍ୟପାନ କରୁଥିବା ବ୍ୟକ୍ତି ଜଣେ କ୍ରିଷ୍ଟ ଧର୍ମ ଲୋକ ଥୋମାସ ରାଜନ ଅଟନ୍ତି ଯାହାକୁ ତାମିଲନାଡୁ ସରକାର ଏକ ମନ୍ଦିରର ପୁରୋହିତ ପଦରେ ନିଯୁକ୍ତି କରିଛନ୍ତି।ପୋଷ୍ଟରେ ଏହା ମଧ୍ୟ କୁହା ଯାଇଛି ଯେ କ’ଣ ମନ୍ଦିର ଉପରେ କବଜା କରିବା ପାଇଁ ବର୍ତ୍ତମାନ ସରକାର ଏପରି ନିଷ୍ପତ୍ତି ନେବ?

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମେ ଦୁଇଟି ଫୋଟୋର ଅଲଗା ଅଲଗା ଅନୁସନ୍ଧାନ କରିଲୁ। ପୋଷ୍ଟର ଦାବି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ ଯେ କ’ଣ ପ୍ରକୃତରେ ତାମିଲନାଡୁ ସରକାର ଅଣ ହିନ୍ଦୁ ଲୋକଙ୍କୁ ମନ୍ଦିରର ପୁରୋହିତ ଭାବରେ ନିଯୁକ୍ତି କରିବାର ନିଷ୍ପତ୍ତି ନେଇଛି? କ’ଣ ଭାରତରେ ଅଣ ବ୍ରାହ୍ମଣ ମଧ୍ୟ ପୁରୋହିତ ହେଇ ପାରିବେ? ଫଳାଫଳରେ ଆମକୁ ୧୬ ଡିସେମ୍ବର ୨୦୧୫ ରେ ହିନ୍ଦୁସ୍ଥାନ ଟାଇମ୍ସ ପତ୍ରିକାର ୱେବସାଇଟରେ ଏକ ଅନୁଛେଦ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ସର୍ବୋଚ୍ଚ ନ୍ୟାୟାଳୟ କହିଛି ଯେ ଅଣ ବ୍ରାହ୍ମଣ ମାନେ ମଧ୍ୟ ମନ୍ଦିରରେ ପୁରୋହିତ ହେଇ ପାରିବେ। ସର୍ବୋଚ୍ଚ ନ୍ୟାୟଳୟ ପ୍ରତ୍ୟେକ ନାଗରିକଙ୍କ ଧର୍ମ ସ୍ଵାଧୀନତାର ମୌଳିକ ଅଧିକାରକୁ ବଢାଇ ଦେଇଛି। ଏଥିରେ ଯୋଗ କରା ଯାଇଛି ଯେ ଧର୍ମ ଅଭ୍ୟାସଗୁଡିକ ସାମ୍ଭିଦାନିକ ମୌଳିକ ଉଲଂଘନ କରିବା ଉଚିତ ନୁହଁ। 

HT.jpg

ଅଧିକ ସୂଚନା ଏକତ୍ର କରିବା ପାଇଁ ସର୍ଚ୍ଚ କରିଲା ପରେ ଆମେ ଚଳିତ ବର୍ଷ ୧୪ ଅଗଷ୍ଟରେ ନ୍ୟୁଜ ୧୮ ୱେବସାଇଟରେ ତାମିଲନାଡୁ ସରକାରର ନିଷ୍ପତ୍ତି ବିଷୟରେ ଜାଣିବାକୁ ପାଇଲୁ। ଏହି ୱେବସାଇଟ ଅନୁଯାୟୀ ତାମିଲନାଡୁ ମୁଖ୍ୟମନ୍ତ୍ରୀଏମକେ ଷ୍ଟାଲିନ ୨୪ ଅଣ ବ୍ରାହ୍ମଣଙ୍କୁ ମନ୍ଦିରର କାର୍ଯ୍ୟ ପାଇଁ ନିଯୁକ୍ତି କରିଥିଲେ। ୨୦୦ ରୁ ଅଧିକ ପୂଜାରୀ ମାନଙ୍କୁ ସରକାରୀ ବିଦ୍ୟାଳୟରେ ମନ୍ଦିରର ପୁରୋହିତ ହେବା ପାଇଁ ତାଲିମ ଦିଆ ଯାଉଛି। ଟି. ମାରିଚାମି ୨୦୧୮ ରେ ତାମିଲନାଡୁ ରାଜ୍ୟର ପ୍ରଥମ ସରକାରୀ ତାଲିମ ପାଇଥିବା ଅଣ ବ୍ରାହ୍ମଣ ପୁରୋହିତ ଅଟନ୍ତି। 

N18.jpg
N18_1.jpg

ଉପରୋକ୍ତ ତଥ୍ୟ ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ତାମିଲନାଡୁ ସରକାର ଅଣ ବ୍ରାହ୍ମଣଙ୍କୁ ପୁରୋହିତ ନିଯୁକ୍ତି କରିବାର ଅଭିଯାନ ଆରମ୍ବ କରିଛି କିନ୍ତୁ ଅନ୍ୟ ଧର୍ମର ଲୋକଙ୍କୁ ପୁରୋହିତ ନିଯୁକ୍ତି କରିବାର କୌଣସି ନିଷ୍ପତ୍ତି ନିଆ ଯାଇ ନାହିଁ। ଏଥିରୁ ସ୍ପଷ୍ଟ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। 

ତେବେ ଆସନ୍ତୁ ଜାଣିବାଯେ ଭାଇରାଲ ଫୋଟୋରେ ମଦ୍ୟପାନ କରୁଥିବା ବ୍ୟକ୍ତି କିଏ? ଏହା ଜାଣିବା ପାଇଁ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୦୧୭ ମସିହାରେ ୟୁଟ୍ୟୁବରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଫୋଟୋରେ ଥିବା ବ୍ୟକ୍ତି ନିଜେ କହୁଛନ୍ତି ଯେ ଗୁରୁ ମାନେ ତାଙ୍କୁ ଶଙ୍କର ବୋଲି ଡାକନ୍ତି। ତାଙ୍କ ଘର କୋଡମ୍ବକ୍କାମ ଏବଂ ସେ ମୁଥୁମାରିୟମ ମନ୍ଦିରରେ କାମ କରନ୍ତି। 

ତଥ୍ୟ ଯାଞ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ତାମିଲନାଡୁର ପ୍ରଥମ ଅଣ ବ୍ରାହ୍ମଣ ପୁରୋହିତ ୨୦୧୮ରେ ହେଇଥିବା ସମୟରେ ଭାଇରାଲ ଫୋଟୋ ୨୦୧୭ ମସିହାର ଅଟେ। ଫୋଟୋରେ ଥିବା ବ୍ୟକ୍ତି ଥୋମାସ ରାଜନ ନାମକ କ୍ରିଷ୍ଟିଆନ ପୁରୋହିତ ନୁହନ୍ତି ବରଂ ତାଙ୍କ ନାମ ଶଙ୍କର ଅଟେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ଥୋମାସ ରାଜନ ନାମକ ଜଣେ କ୍ରିଷ୍ଟିଆନ ଯାହାକୁ ତାମିଲନାଡୁ ସରକାର ହିନ୍ଦୁ ମନ୍ଦିରର ପୁରୋହିତ ନିଯୁକ୍ତି କରିଥିବା ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ବ୍ୟକ୍ତିଙ୍କ ନାମ ଶଙ୍କର ଅଟେ।

Avatar

Title:କ’ଣ ଜଣେ କ୍ରିଷ୍ଟ ଧର୍ମ ଲୋକକୁ ତାମିଲନାଡ଼ୁ ସରକାର ଏକ ହିନ୍ଦୁ ମନ୍ଦିରର ପୁରୋହିତ ନିଯୁକ୍ତି କରିଛନ୍ତି ଏବଂ ସେ ମଦ୍ୟପାନ କରୁଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *