
ବର୍ଷ ବର୍ଷ ଧରି ଜିହାଦର ଅନେକ ଅଭିଯୋଗ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବ୍ୟକ୍ତିଙ୍କର ଫୋଟୋ ସହିତ ଲେଖା ଯାଇଅଛି ଯେ ସେ ବିଭିନ୍ନ ଜାତିର ନାମ ନେଇ ନକଲି ଆଇଡି ବନେଇ ସାଇବର ଜିହାଦ କରୁଥିଲେ। ପୋଷ୍ଟ ଦାବି ଅନୁଯାୟୀ, “ଯାଦବ ଜାତିର ଆଇଡି ବନେଇ ବ୍ରାହମାନନ୍କୁ ଗାଳି ଏବଂ ବ୍ରାହ୍ମଣଙ୍କର ଆଇଡି ବନେଇ ଦଳିତଙ୍କୁ ଗାଳି ଦେଉଥିବା ଏହି ବ୍ୟକ୍ତି ସାଇବର ଜିହାଦ ଦ୍ଵାରା ହିନ୍ଦୁ ମାନଙ୍କର ମଧ୍ୟର ହିଂସା କରିବା ଚେଷ୍ଟା କରୁଥିଲା। ଫେସବୁକରେ ମଧ୍ୟ ହିନ୍ଦୁ ନାମରେ ନକଲି ଆଇଡି ବନାଇ ରାମାୟଣ ଏବଂ ଗୀତାକୁ ଗାଳି କରୁଥିଲା। ହିମାଚଳ ପୋଲିସ ଗିରଫ କରିଲା ପରେ ଜଣା ପଡ଼ିଲା ଯେ ଏହି ବ୍ୟକ୍ତିର ନାମ ମହମ୍ମଦ ଅଟେ।”
ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ବ୍ୟକ୍ତିଙ୍କ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଗୋଟିଏ ୱେବସାଇଟରେ ଭାଇରାଲ ହେଉଥିବା ଫୋଟୋ ପ୍ରକାଶିତ ହେଉଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତିଙ୍କ ନାମ ‘ଜିଶନ ଉଲ ହସନ ଉସମାନୀ’ ଅଟେ। ଏହି ୱେବସାଇଟରେ କୁହା ଯାଇଅଛି ଯେ ଭେଦଭାବ ହେତୁ ପାକିସ୍ତାନୀ ପୁରସ୍କାର ପ୍ରାପ୍ତ ଡାଟା ବ୍ୟୟଜ୍ଞାନିକ ଆମେରିକା ଛାଡ଼ି ଫେରିଆସିଛନ୍ତି।

ଏହା ପରେ ଆମେ ଲିଙ୍କ୍ଦଇନ ୱେବସାଇଟ ଯାଇ ଜିଶନ ଉଲ ହସନ ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ତାଙ୍କ ଏକାଉଣ୍ଟ ମିଳିଲା ଏହି ଏକାଉଣ୍ଟରେ ସେ ନିଜ ବିଷୟରେ ଲେଖି କହିଛନ୍ତି ଯେ ସେ ଜଣେ ଡାଟା ବୈଜ୍ଞାନିକ ଏବଂ ସେ ଆମେରିକାର ନ୍ୟୁ ଜର୍ସି ସହରର ପ୍ରିନ୍ସଷ୍ଟନ ଅଞ୍ଚଳରେ ରୁହନ୍ତି।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଜିଶନ ଉଲ ହସନଙ୍କ ୱେବସାଇଟ ମିଳିଲା। ଏହି ୱେବସାଇଟରେ ସିଏନଏନ ନ୍ୟୁଜ ସହିତ ଗୋଟିଏ ସାକ୍ଷାତର ଭିଡିଓ ପାଇଲୁ। ଏହି ଭିଡିଓରେ ସେ ନିଜ କାମ ବିଷୟରେ ବର୍ଣନା କରୁହନ୍ତି।
ଫ୍ୟାକ୍ଟ କ୍ରୀସେଣ୍ଡୋ ଇଂରାଜୀ ଦଳ 2019 ମସିହାରେ ଏହି ବିଷୟ ନେଇ ହିମାଚଳ ପ୍ରଦେଶ ସାଇବର କ୍ରାଇମ୍ ଏସ.ପି ସନ୍ଧିପ କୁମାର ଧବଳଙ୍କ ସହିତ ଯୋଗାଯୋଗ କରିଥିଲା। ଏସ.ପି ସନଦୀପ ଆମକୁ ସୂଚନା ଦେଇ କହିଥିଲେ, “ହିମାଚଳ ପ୍ରଦେଶରେ ଏପରି ଘଟଣା ଘଟି ନାହିଁ। ମୁଁ ଏହା ମଧ୍ୟ ନିଶ୍ଚିତ ହୋଇ କହି ପାରିବି ଯେ ପୂର୍ବ ବର୍ଷ ମଧ୍ୟ ଏଭଳି ଘଟଣା ଘଟି ନଥିଲା।” ସୋସିଆଲ ମିଡିଆରେ ଭାଇରାଲ ଦାବିକୁ ସ୍ପଷ୍ଟ ଭାବରେ ଅସ୍ଵୀକାର କରି କହିଛନ୍ତି ଯେ ସାଇବର ଜିହାଦ ଆଧାରରେ ସେ ମହମ୍ମଦ ଅହମ୍ମଦ ନାମରେ କାହାକୁ ଗିରଫ କରି ନାହାଁନ୍ତି। ଭାଇରାଲ ପୋଷ୍ଟର ହିମାଚଳ ପ୍ରଦେଶ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି ସେ କହିଛନ୍ତି।
ଟୁଇଟରରେ ମହମ୍ମଦ ଅହମ୍ମଦଙ୍କ ଗିରଫ ବିଷୟରେ ଟୁଇଟରରେ ସର୍ଚ କରିଲା ପରେ ଆମକୁ ୨୭ ସେପ୍ଟେମ୍ବର ୨୦୧୭ ରେ ହମୀରପୁର ପୋଲିସର ଅଫିସିଆଲ ଟୁଇଟର ଏକାଉଣ୍ଟରେ ପ୍ରକାଶିତ ହୋଇଥିବା ଗୋଟିଏ ପ୍ରେସ ନୋଟ୍ ର ଟୁଇଟ ମିଳିଲା।
ପ୍ରେସ ନୋଟ୍ ରେ ଉଲ୍ଲେଖ କରା ଯାଇଅଛି ଯେ ମହମ୍ମଦ ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶର ହାମିରପୁରରେ ଗିରଫ କରା ଯାଇଥିଲା। ମହମ୍ମଦ ଅହମ୍ମଦ, ପୂର୍ବତନ ଏବିଭିପି ଜିଲ୍ଲା ଅଧ୍ୟକ୍ଷ ଏବଂ ହିନ୍ଦୁ ଯୁବା ବାହିନୀ ଅଧ୍ୟକ୍ଷ ସୁନ୍ଦରମ ସିଂହଙ୍କ ନକଲି ଫେସବୁକ ଆଇଡି ବ୍ୟବହାର କରି ସାମ୍ପ୍ରଦାୟିକ ଡଙ୍ଗା ସୃଷ୍ଟି କରିବା ପାଇଁ ସେ ରାମାୟଣ ଏବଂ ଗୀତା ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ।
ତଳେ ଆପଣ ମହମ୍ମଦ ଅହମ୍ମଦ ଏବଂ ଜିଶନ ଉଲ ହସନଙ୍କ ଫୋଟୋର ତୁଳନା ଦେଖି ପାରିବେ।

ଶେଷକଥା:
ତଥ୍ୟ ଯାଞ୍ଚ କରିଲା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ପୋଷ୍ଟକୁ ମିଥ୍ୟା ବୋଲି ପାଇଲା। ପୋଷ୍ଟରେ ଜିଶନ ଉଲ ହସନ ନାମକ ଜଣେ ଡାଟା ବୈଜ୍ଞାନିକଙ୍କ ଫୋଟୋକୁ ମହମ୍ମଦ ଅହମ୍ମଦ ନାମରେ ଭାଇରାଲ କରା ଯାଇଅଛି। ଏହି ଘଟଣା ହିମାଚଳ ପ୍ରଦେଶ ନୁହେଁ, ଉତ୍ତର ପ୍ରଦେଶରେ ଘଟିଥିଲା।

Title:କ’ଣ ଭାଇରାଲ ଫୋଟୋରେ ହିମାଚଳ ପୋଲିସ ଦ୍ଵାରା ଗିରଫ ହୋଇଥିବା ବ୍ୟକ୍ତି ମହମ୍ମଦ ଅହମ୍ମଦ କି?
Fact Check By: Siddharth SahuResult: False
