
ବର୍ତମାନ ବିଶ୍ଵ ସାରା କୋରୋନା ର ହାହାକାର ବିସ୍ତାର ହୋଇଛି। ପ୍ରତ୍ଯେକ ଦିନ ଅନେକ ଲୋକଙ୍କଙ୍କ ସଙ୍କ୍ରାମାନ ଏବଂ ଅନେକ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସୁଣିବାକୁ ମିଳୁଛି। କୌଣସି ଔଷଧ ବା ଟୀକା ବାହାରି ନଥିବା ଜୋଗୁ ମଣିଷ ବର୍ତମାନ ଅସହାୟ ହେଇ ବସିଛି। ଭଗବାନଙ୍କ ସାହା ଭାରୋଷା ରେ ଜୀବନ ବିତଉଛନ୍ତି।
ଏହି ସମୟରେ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ତଳେ ଗଡ଼ି ଭଗବାନଙ୍କୁ ଡାକି କାନ୍ଦୁଛନ୍ତି। ଏହି ଭିଡିଓରେ ଆମେ ସୁଣିବାକୁ ପାଇଛୁ ଯେ ଏହି ବ୍ୟକ୍ତି ଜଣକ କାନ୍ଦି କାନ୍ଦି ନିଜ ପ୍ରଭୁ ଯୀଶୁଙ୍କୁ ଗୁହାର ଲଗାଇ କହୁଛନ୍ତି ଯେ “ହେ ପ୍ରଭୁ ଯୀଶୁ ତୁମେ ପବିତ୍ର।” ଏହି ଭିଡିଓରେ ଆମେ ଏହା ମଧ୍ୟ ଦେଖିବାକୁ ପାଇଲୁ ଯେ ଏହି ବ୍ୟକ୍ତିଙ୍କ କାଁଡିବା ସମୟରେ ଅନେକ ଲୋକ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ତଳେ ପଡ଼ି କାନ୍ଦୁଥିବା ବ୍ୟକ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଅଟନ୍ତି। ନିଜ ଲୋକଙ୍କ ସାହାଜ୍ୟ କରି ପାରୁ ନଥିବା ଜୋଗୁ ସେ ଅସହାୟ ହେଇ କାନ୍ଦୁଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ଗୋଟିଏ ଗୋଟିଏ କରି ସମସ୍ତ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଭିଏଅ ସହିତ ଜଡ଼ିତ କିଛି ତଥ୍ୟ ମିଳିଲା।
୧୫ ଅଗଷ୍ଟ ୨୦୧୦ ମସିହାରେ ଜଣେ ୟୁଟ୍ୟୁବ ୟୁଜର ଏହି ଭିଡିଓ ନିଜ ୟୁଟ୍ୟୁବ ଚେନାଲ ରେ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଲେଖା ଯାଇଅଛି ଯେ ବେନୀ ହିନ ଗୋଟିଏ ମିରକେଲ କ୍ରୁସେଡ଼ ରେ ପରମେଶ୍ଵରଙ୍କ ନିକଟରେ ପ୍ରଣାମ କରୁଛନ୍ତି। ଏହି କ୍ରୁସେଡ଼ ୧୩ ଅଗଷ୍ଟ ୨୦୧୦ ମସିହାରେ ଫିଲାଡେଲଫିୟା ରେ ଆୟୋଜିତ ହେଇଥିଲା। ପୁରା ଭିଡିଓ ଦେଖିବା ପାଇଁ ତଳ ଲିଙ୍କରେ କିଳ୍କ କରନ୍ତୁ।
ଏହି କାର୍ଯ୍ୟକ୍ରମର ଗୋଟିଏ ଫୋଟୋ ପିନଟ୍ରେଷ୍ଟ ସାଇଟରେ ମଧ୍ୟ ପୋଷ୍ଟ କରା ଯାଇଅଛି।
ଏହା ପରେ ଆମେ ଫେସବୁକ ଯାଇ ବେନି ହିନଙ୍କର ବ୍ୟକ୍ତିଗତ ବ୍ଳଗ୍ “ବ୍ରିଙ୍ଗ ବେକ୍ ଦି କ୍ରସ” ପେଜରେ ଏହି ଘଟନା ଜଡ଼ିତ ପୋଷ୍ଟ ପାଇଲୁ।
ଆମେ ଗୁଗୁଲରେ ଯାଇ ବେନି ହିନ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀଏନକେ ଫୋଟୋ ଖୋଜି ତୁଳନା କରିଲୁ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓରେ କାନ୍ଦୁ ଥିବା ବ୍ୟକ୍ତି କ୍ରୀଷ୍ଟ ଧର୍ମ ପ୍ରଚାରକ ବେନି ହିନ ଅଟନ୍ତି। ଭିଡିଓରେ କରା ଯାଇଥିବା ଦାବି ଯେ ଏହି ବ୍ୟକ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଅଟନ୍ତି, ଗୋଟିଏ ମିଥ୍ୟା କଥା। ଏହି ଭିଡିଓ ୨୦୧୦ ମସିହାରେ ଫିଲାଡେଲଫିୟା ନାମକ ଜାଗାରେ ଆୟୋଜିତ ହେଇଥିବା ଗୋଟିଏ କୃସେଡ଼ ପ୍ରୋଗ୍ରାମର ଭିଡିଓ ଅଟେ।

Title:କ’ଣ ଭିଡିଓରେ କାନ୍ଦୁଥିବା ବ୍ୟକ୍ତି ଇଟାଲୀର ପ୍ରଧାନମନ୍ତ୍ରୀ? କ’ଣ କୋରୋନା ଭାଇରସ ସାମନାରେ ହାର ମାନି ଅସହାୟ ହୋଇ ଏପରି କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False