କ’ଣ ଓଁ ଉଛାରଣରୁ ଥାଇଲାଣ୍ଡର ଗୋଟିଏ ପର୍ବତ ଠାରୁ ଉଚ୍ଚକୁ ଉଠୁଛି ପାଣି? ଜାଣନ୍ତୁ ସତ୍ୟ।

False Social

୫ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଗୋଟିଏ ଝିଅ କିଛି ପାଟି କରୁଥିବା ସମୟରେ ପାଣି ପର୍ବତ ଠାରୁ ମଧ୍ୟ ଉଚ୍ଚକୁ ଉଠି ଯାଉଅଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ସ୍ଥାନ ଥାଇଲାଣ୍ଡଦେଶର ଅଟେ ଏବଂ ଓଁ ଶବ୍ଦ ଉଚ୍ଚାରଣରୁ ପାଣି ଏପରି ଆଚରଣ କରୁଛି। 

ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। 

Archive Link

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୪ ନଭେମ୍ବର ୨୦୧୮ ମସିହାରେ ନ୍ୟୁ ଚାଇନା ଟିଭି ଚ୍ୟାନାଲ ଦ୍ଵାରା ୟୁଟ୍ୟୁବରେ ପ୍ରସାରିତ ସମାନ ଭିଡିଓ ଦେଖିବାକୁ ମିଳିଲା। ଏହି ଭିଡିଓର ଫୁଟନୋଟ୍ ରେ ଲେଖା ଯାଇଅଛି ଯେ ଏହି ସ୍ଥାନ ଚୀନର ଶାଙ୍କ୍ଷୀ ଅଞ୍ଚଳର କାଙ୍ଗଶାଙ୍ଗ ପର୍ବତର ଦୃଶ୍ୟ ଅଟେ। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ବିଭିନ୍ନ ଲୋକେ ଏହି ସ୍ଥାନକୁ ଆସି କିଛିଭି ଉଚ୍ଚାରଣ କରିଲା ପରେ ଏହି ପାଣି ଏପରି ଆଚରଣ କରୁଛି। ଭିଡିଓରେ ଅନେକ ଲୋକେ “ଆଆ” ଉଚ୍ଚାରଣ କରୁଥିବା ଦେଖିବାକୁ ମିଳିଛି। 

ଏହା ପରେ ଆମେ ୟୁଟ୍ୟୁବରେ ହିମାଳୟା ମ୍ୟୁଜିକ୍ ଫାଉଣ୍ଟେନ୍ ନାମକ ଚ୍ୟାନାଲରେ ଗୋଟିଏ ଭିଡିଓ ମିଳିଲା। ୧୦ ଏପ୍ରିଲ ୨୦୧୮ ମସିହାର ଏହି ଭିଡିଓରେ ଜଣେ ବ୍ୟକ୍ତି ‘ଆଆ’ ଉଚ୍ଚାରଣ କରିଲା ପରେ ପାଣି ଉପରକୁ ଉଠିବାର ଦେଖିବାକୁ ମିଳିଲା। ହିମାଳୟା ମ୍ୟୁଜିକ୍ ଫାଉଣ୍ଟେନ୍ କମ୍ପାନୀ ହୁନାନ ପର୍ଯ୍ୟଟକ କର୍ପୋରେସନ୍ ସହିତ ସହସ୍ର ବୁଧ ଗୁମ୍ଫାରେ ଏକ ଧ୍ୱନି ନିୟନ୍ତ୍ରିତ ଫାଉଣ୍ଟେନ୍ ସ୍ଥାପନା କରିବାକୁ ଏକ ଚୁକ୍ତି କରିଛି। 

ଧ୍ୱନି ନିୟନ୍ତ୍ରିତ ଫାଉଣ୍ଟେନ୍ କଣ?

https://lh5.googleusercontent.com/gHr1UvOyVUDfKMDiWjv0QpioBC9SPn6qK9--I_l1QWD0nv0NXLe2Oku8Yx6ebhPInvQ29ykILfp-oXKID3O-p2HHDMXulSEIo9aa0TwRaGQj8x7hoJoEnMXy70jrZUomnNm4rKRwTwnsBbNWkQ

କମ୍ପାନୀ ଅନୁଯାୟୀ, ଭିଡିଓରେ ଥିବା ଫାଉଣ୍ଟେନ୍ କୁ ଧ୍ୱନି ନିୟନ୍ତ୍ରିତ ଫାଉଣ୍ଟେନ୍ କିମ୍ବା ୟେଲ୍ ଫାଉଣ୍ଟେନ୍ କୁହାଯାଏ। ଏହା ପଛରେ ଥିବା ଟେକ୍ନୋଲୋଗୀନିମ୍ନଲିଖିତ ଅଟେ: ଏକ ମାଇକରେ, ଚିତ୍କାର ଶବ୍ଦ ଏକ ସଂକେତରେ ପରିଣତ ହୁଏ। ଏହି ସଂକେତ ଗୁଡ଼ିକ କୁ କଣ୍ଟ୍ରୋଲ ଶିଷ୍ଟମ୍ କୁ ପଠାଯାଏ। ୟେଲ୍ ଫାଉଣ୍ଟେନ୍ ଏକ ନିୟନ୍ତ୍ରଣ ପ୍ରଣାଳୀ ଦ୍ଵାରା ନିୟନ୍ତ୍ରିତ ଅଟେ। କମ୍ପାନୀ ୨୨ ମିଟର, ୫୦ ମିଟର ଏବଂ ୭୦ ମିଟରରେ ଫାଉଣ୍ଟେନ୍ ଉତ୍ପାଦନ କରେ। 

Yell Fountain | Archive

ଏହା ପରେ ଆମକୁ ଏହି ଖବର ଜଡ଼ିତ ଡେଲି ମୋଶନ୍ ପତ୍ରିକାରେ ୨ ବର୍ଷ ପୂର୍ବରୁ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଏହି ଭିଡିଓ ଚୀନର ଶାଙ୍କ୍ଷୀ ପ୍ରଦେଶର ଭିଡିଓ ଅଟେ। କିଛି ଚିତ୍କାର କରିଲେ ପାଣି ଉଚ୍ଚାରମ କରିଥିବା ଧ୍ୱନି ସହିତ ଧୀରେ ଧୀରେ ଉପରକୁ ଉଠୁଥିବା ଉଠିଥାଏ। ଭୂତଳ ଜଳର ଚାପ ସହିତ ପଥର ଏବଂ ମାଟି ମଧ୍ୟରେ ଥିବା ଖାଲର ଅନୁପ୍ରବେଶ ହେତୁ ପାଣି ଉପରକୁ ଉଠିଥାଏ। 

daily motion.jpg

Daily Motion | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହି ଭିଡିଓ ଚୀନ ଦେଶର ଅଟେ ଏବଂ କୌଣସି ମଧ୍ୟ ଶବ୍ଦ ଉଚ୍ଚାରଣ କରିଲେ ପାଣି ଉଚ୍ଚକୁ ଉଠିଥାଏ। ଏହାର ଓଁ ଶବ୍ଦ ଶାୟତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଓଁ ଉଛାରଣରୁ ଥାଇଲାଣ୍ଡର ଗୋଟିଏ ପର୍ବତ ଠାରୁ ଉଚ୍ଚକୁ ଉଠୁଛି ପାଣି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *