କ’ଣ ଏହି ଫୋଟୋରେ ଶାହିନବାଗ ଦାଦି ବିଲକିସ ବାନୋ କୃଷକ ଆନ୍ଦୋଳନରେ ନିଜ ଯୋଗଦାନ ଦେଇଥିବାର ଫୋଟୋ ଅଟେ। ଜାଣନ୍ତୁ ସତ୍ୟ।

False Social

କୃଷକ ଆନ୍ଦୋଳନ ଗତ କିଛି ସପ୍ତାହରୁ ଲାଗି ରହିଛି। ଏହି ଆନ୍ଦୋଳନ ନେଇ ଫେକ୍ଟ କୃସେଣ୍ଡୋ ନେକ ବିଭ୍ରାନ୍ତକରି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି। ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଶାହିନବାଗ ଧାରଣାର ପ୍ରସିଦ୍ଧ ଦାଦି ବିଲକିସ ବାନୋ ବର୍ତମାନ କୃଷକ ଆନ୍ଦୋଳନରେ ଯୋଗଦାନ ଦେଇଛନ୍ତି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।

କ’ଣ ଦାବି ଏହି ପୋଷ୍ଟର?

୮ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି, “ଏ  92 ଏଜ ର ଦାଦି c.a.a and n.r.c ଆନ୍ଦୋଳନ ରେ ଦିଲ୍ଲୀ ରେ ମୁସଲମାନ ହୋଇ ଧାରଣା ଦେଇଥିଲେ ଏବେ ପଞାବ ରେ ପଞାବି ହୋଇ, କୃଷକ ଆନ୍ଦୋଳନ କରୁଛନ୍ତି । 500/500 ଖେଳ

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଆମେ ଏହି ବିଷୟରେ ଆମ ଅନୁସନ୍ଧାନ ଆରମ୍ଭ କରିଲୁ। ଫଳାଫଳରେ ଆମକୁ ଜଣା ପଡ଼ିଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋ ଶାହିନବାଗ ଧାରଣାର ଫୋଟୋ ଅଟେ। ୨୩ ସେପ୍ଟେମ୍ବର ରେ ଇଣ୍ଡିଆ ଟାଇମ୍ସ ପତ୍ରିକା ବିଲକିସ ବାନୋର ଏହି ଫୋଟୋ ପୋଷ୍ଟ କରି କହିଛି ଯେ ଶାହିନବାଗ ଦାଦି ନାମରେ ଜଣା ଯାଇଥିବା ୮୨ ବର୍ଷ ବିଲକିସ ବାନୋଙ୍କୁ ଟାଇମ୍ସ ମ୍ୟାଗାଜିନ ୨୦୨୦ ମସିହାର ୧୦୦ଟି ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରଖିଛି। ଶାହିନବାଗରେ ନାଗରିକତା ସଂଶୋଧନ ଅଧିନିୟମ (CAA) ବିରୋଧରେ ଦୁଇ ମାସ ଧରି ଚାଲିଥିବା ପ୍ରଦର୍ଶନକୁ ଶାହିନବାଗଙ୍କ ଦାଦି ଦ୍ଵାରା ପରିଚାଳିତ କରା ଯାଇଥିଲା। 

india times.jpg

India Times | Archive

ଇଣ୍ଡିଆ ଟାଇମ୍ସ ପତ୍ରିକାର ଅନୁଛେଦରୁ ପ୍ରମାଣ ହେଲା ଯେ ଏହି ଫୋଟୋ ସିଏଏ ବିରୁଦ୍ଧରେ ହେଉଥିବା ଆନ୍ଦୋଳନର ପୁରୁଣା ଫୋଟୋ ଅଟେ ଏବଂ ଏହାର କୃଷକ ଆନ୍ଦୋଳନ ସହିତ କାଉନୟ ସମ୍ବନ୍ଧ ନାହିଁ।

କ’ଣ ବିଲକିସ ବାନୋ କୃଷକ ଆନ୍ଦୋଳନରେ ନିଜ ଯୋଗଦାନ ଦେଇଛନ୍ତି?

ଏହା ପରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ବିଲକିସ ବାନୋଙ୍କ କୃଷକ ଆନ୍ଦୋଳନରେ ଯୋଗଦାନ ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨ ଡିସେମ୍ବରରେ ୟୁଟ୍ୟୁବର ଲେଟୈସ୍ଟଲି ନାମକ ଚ୍ୟାନାଲରେ ଗୋଟିଏ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ଆରମ୍ଭରେ ବିଲକିସ ବାନୋ କହୁଛନ୍ତି ଯେ ସିଏଏ ସମୟରେ ଦେଶର କୃଷକ ମାନେ ନିଜ ସାହାଜ୍ଯତା ଦେଇଥିଲେ ଶେଠୀ ପାଇଁ ବର୍ତମାନ ସେ କୃଷକ ଆନ୍ଦୋଳନରେ ନିଜ ସମର୍ଥନ ଦେବା ପାଇଁ ଜୁଛନ୍ତି। କିନ୍ତୁ ଆନ୍ଦୋଳନ ସ୍ଥାନରେ ପହଞ୍ଚିବା ପରେ ୧ ଡିସେମ୍ବରରେ ପୋଲିସ ବିଲକିସ ବାନୋଙ୍କୁ କୃଷକ ଆନ୍ଦୋଳନରେ ଯୋଗଦାନ ଦେବା ପାଇଁ ଶିଙ୍ଘୁ ସୀମା ଇକତରେ ଅଟକାଇଥିଲେ। ଏହା ପରେ ପୋଲିସ ତାଙ୍କୁ ଦିଲ୍ଲୀରେ ତାଙ୍କ ଘରକୁ ଫେରାଇ ଦେଇଥିଲା। 

ଏନଡିଟିଭି ମଧ୍ୟ ଏହି ସମ୍ବାଦ ନିଜ ପତ୍ରିକାରେ ପ୍ରକାଶିତ କରିଛି। 

ndtv.jpg

NDTV | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ  ଶାହିନବାଗ ଦାଦି ବିକଳିଶ ବାନୋ କୃଷକ ଆନ୍ଦୋଳନରେ ନିଜ ଯୋଗଦାନ ଦେବା ପାଇଁ ଯାଇଥିଲେ କିନ୍ତୁ ଶିଙ୍ଘୁ ସୀମା ନିକଟରେ ପୋଲିସ ତାଙ୍କୁ ଅଟକାଇ ଦିଲ୍ଲୀରେ ତାଙ୍କ ଘରକୁ ଫେରସ୍ତ କରି ଦେଇଥିଲେ। ପୋଷ୍ଟ କରା ଯାଇଥିବା ଫୋଟୋ ସିଏଏ ସମୟର ଫୋଟୋ ଅଟେ ଏବଂ ଏହାର କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଏହି ଫୋଟୋରେ ଶାହିନବାଗ ଦାଦି ବିଲକିସ ବାନୋ କୃଷକ ଆନ୍ଦୋଳନରେ ନିଜ ଯୋଗଦାନ ଦେଇଥିବାର ଫୋଟୋ ଅଟେ। ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *