କ’ଣ ବାଲି ମାଫିଆକୁ ପୋଲିସ ଧରିବାର ଚେଷ୍ଟା କରୁଥିବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

False Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉନ୍ଥିରେ ପୋଲିସ ଗୋଟିୟୀ ଟ୍ରାକ୍ଟର ପିଛା କରି ତାକୁ ଜବତ କରିବାକୁ ଚେଷ୍ଟା କରୁଛି କିନ୍ତୁ ସେହି ଟ୍ରାକ୍ଟର ପୋଲିସ କବଳରୁ ଖସି ପଳାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ ଓଡ଼ିଶାର ଅଟେ। 

ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଉତ୍ତରାଖଣ୍ଡ ରାଜ୍ୟରେ ପୋଲିସ ବାଲି ମାଫିଆକୁ ଧରୁଥିବାର ଏକ ପୁରୁଣା ଭିଡିଓକୁ ଓଡ଼ିଶାର ଘଟଣା ଦାବି ସହିତ ଭାଇରାଳ କରା ଯାଉଛି। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ଦେଢ ମିନିଟର ଏହି ଭିଡିଓ ସେଯାର କରି ଦାବି କରା ଯାଇଛି ଯେ ଓଡ଼ିଶା ପୋଲିସ ବାଲି ମାଫିଆକୁ ଧରିବାର ଚେଷ୍ଟା କରୁଛି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଆଉସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଏବିପି ନ୍ୟୁଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ୨୫ ଜାନୁଆରୀ ୨୦୨୧ ମସିହାରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓରେ କୁହା ଯାଇଛି ଯେ ଏହା ଉତ୍ତରାଖଣ୍ଡ ରାଜ୍ୟର ବାଜପୁର ଜିଲ୍ଲାର ଘଟଣା ଅଟେ। ସେଠାରେ ପୋଲିସ ବାଲି ମଫିଆଙ୍କୁ ଗିରଫ କରିବାର ଚେଷ୍ଟା କରୁଥିଲା ବେଳେ ମାଫିଆ ମାନେ ଟ୍ରାକ୍ଟରରେ ନଦୀ ପାର କରି ଖସି ପଳେଇଥିଲେ। 

ଅମର ଉଜାଲା ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ପୋଷ୍ଟ କରି କହିଛି ଯେ ଏହି ଘଟଣା ଉତ୍ତରାଖଣ୍ଡର କୋସି ନଦୀ କୁଳରେ ପୋଲିସ ମାଫିଆ ମାନଙ୍କୁ ପ୍ରାୟ 20 ମିନିଟ ଧରି ପିଛା କରିଥିଲା। ଏହା ପରେ ମାଫିଆ ମାନେ ଟ୍ରାକ୍ଟରରେ ନଦୀ ପାଣି ପାର କରି ଖସି ପଳାଇଥିଲେ। କାଶୀପୁରର ଏଏସପି ରାଜେଶ ଭଟ୍ଟ ସେ ସମୟରେ କହିଥିଲେ ଯେ ପୋଲିସ ସେହି ମାଫିଆ ମାନଙ୍କୁ ଗିରଫ କରିବାର ଯୋଜନା ବନାଉଛି।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଉତ୍ତରାଖଣ୍ଡର ଏକ ପୁରୁଣା ଭିଡିଓକୁ ଓଡ଼ିଶାରେ ପୋଲିସ ବାଲି ମାଫିଆଙ୍କୁ ଗିରଫ କରିବାରେ ଅସମର୍ଥ ହେଇଥିବା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ବାଲି ମାଫିଆକୁ ପୋଲିସ ଧରିବାର ଚେଷ୍ଟା କରୁଥିବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *