
ମହାତ୍ମା ଗାନ୍ଧୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ କିଛି ଲୋକଙ୍କ ସହିତ ଛିଡା ହୋଇଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହା ବ୍ରିଟିଶ୍ ସେନାର ଫୋଟୋ ଅଟେ ଏବଂ ମହାତ୍ମା ଗାନ୍ଧୀ ଇଂରାଜୀ ସେନାର ଜଣେ ଅଧିକାରୀ ଥିଲେ।
ଭାଇରାଲ ପୋଷ୍ଟରେ ଲେଖା ଯାଇଛି ଯେ, “ଆପଣ ଜାଣିଛନ୍ତି? ଗୋଟିଏ ସମୟରେ ମହାତ୍ମା ଗାନ୍ଧୀ ବ୍ରିଟିଶ୍ ସେନାର ମେଜର ସାରଜେଣ୍ଟ ଥିଲେ ଏବଂ ବ୍ରିଟିଶ୍ ସେନାରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଦୁଇଟି ପଦକ ମଧ୍ୟ ପାଇଥିଲେ। କିନ୍ତୁ କଂଗ୍ରେସ ନଜରରେ ଦେଶଦ୍ରୋହ କେବଳ ସାଭରକର ଅଟନ୍ତି।”

ଆମ ଅନୁସନ୍ଧାନ:
ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୭ ଜୁନ୍ ୨୦୧୦ ରେ ମିଣ୍ଟ ପତ୍ରିକା ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଫୋଟୋ ୧୯୧୩ ମସିହାରେ ଦକ୍ଷିଣ ଆଫ୍ରିକାର ପାସିଭ୍ ରେଜିଷ୍ଟର୍ସ ଫୁଟବଲ ଦଳର ଅଟେ। ଏଥିରେ ମହାତ୍ମା ଗାନ୍ଧୀ ତାଙ୍କ ସଚିବ ସୋନିଆ ସ୍ଲେସିନଙ୍କ ସହ ପଛ ଧାଡିରେ ବାମ ପାର୍ଶ୍ଵରୁ ଷଷ୍ଠ ସ୍ଥାନରେ ଛିଡା ହୋଇଛନ୍ତି।

ଉପରୋକ୍ତ ଫୋଟୋରେ ଆପଣ ଫୋଟୋ: ଡିନୋଦିଆ ଲେଖା ହେଇଥିବା ଦେଖି ପାରିବେ। ଏହାକୁ ନଜରରେ ରାଖୀ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଡିନୋଦିଆ.କମ୍ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା।

ଏହି ଫୋଟୋ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହା ୧୯୧୩ ମସିହାର ଦକ୍ଷିଣ ଆଫ୍ରିକାର ଏକ ଫୁଟବଲ୍ ଦଳର ଫୋଟୋ ଅଟେ ଯେଉଁଥିରେ ମହାତ୍ମା ଗାନ୍ଧୀ ମଧ୍ୟ ଅଛନ୍ତି।
କ’ଣ ମହାତ୍ମା ଗାନ୍ଧୀ ବ୍ରିଟିଶ୍ ସେନାର ସଦସ୍ୟ ଥିଲେ?
୨୪ ଡିସେମ୍ବର ୨୦୦୮ ରେ ହିନ୍ଦୁସ୍ଥାନ ଟାଇମ୍ସର ଏକ ରିପୋର୍ଟରେ ମହାତ୍ମା ଗାନ୍ଧୀଙ୍କ ବ୍ରିଟିଶ୍ ସେନାର ସଦସ୍ୟ ହେଇଥିବା ଦାବିର ଖଣ୍ଡନ କରା ଯାଇଛି। ଈତିହାସ୍କାର ରାମଚନ୍ଦ୍ର ଗୂହା ଏହି ଦାବିର ଖଣ୍ଡନ କରିଥିଲେ ଯେ ଗାନ୍ଧୀ ଜଣେ ବ୍ରିଟିଶ୍ ସୈନ୍ୟ ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କୁ କେବେବି ବ୍ରିଟିଶ୍ ସେନା ଦ୍ଵାରା ନିଯୁକ୍ତି କରା ଯାଇନଥିଲା। ସେ କେବଳ ବ୍ରିଟିଶ୍ ସୈନ୍ୟ ମାନଙ୍କୁ ଚିକିତ୍ସା ସାହାଯ୍ୟ ଯୋଗାଇବା ପାଇଁ ଏକ ସ୍ଵେଛାକୃତ ଆମ୍ବୁଲାନ୍ସ ପ୍ରତିଷ୍ଠା କରିଥିଲେ।
ଶେଷକଥା:
ସମସ୍ତ ତଥ୍ୟକୁ ଯାଞ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଫୋଟୋ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ଏହା ବ୍ରିଟିଶ୍ ସୈନ୍ୟ ମାନଙ୍କ ଫୋଟୋ ନୁହେଁ। ଦକ୍ଷିଣ ଆଫ୍ରିକାର ଫୁଟବଲ ଦଳର ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭାଇରାଲ ଫୋଟୋରେ ମହାତ୍ମା ଗାନ୍ଧୀ ଇଂରାଜୀ ସୈନ୍ୟଙ୍କ ସହିତ ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
