କ’ଣ ଏହି ଫୋଟୋ ୧୯୯୮ ମସିହାରେ ମଧ୍ୟପ୍ରଦେଶରେ ହେଇଥିବା ଗୁଳିଚାଳନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False Political

୧୯୯୮ ରେ ମଧ୍ୟପ୍ରଦେଶର ବିରୋଧ କରୁଥିବା କୃଷକଙ୍କୁ ତତ୍କାଳୀନ କଂଗ୍ରେସ ସରକାର ଗୁଳି ଚଳାଇବାର ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ବ୍ୟାପକ ଭାଇରାଲ ହେଉଛି। ଏହି ଫୋଟୋରେ କିଛି ଲୋକ ଆହତ ଏବଂ ମୃତ ହୋଇ ରାସ୍ତାରେ ପଡ଼ି ଥିବା ଦେଖିବାକୁ ମିଳିଛି। 

ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୧୨ ଜାନୁଆରୀ ୧୯୯୮ ମସିହାରେ ୨୦,୦୦୦ କୃଷକ ମଧ୍ୟପ୍ରଦେଶର ବାଇତୁଲ ପଡ଼ିଆରେ ସରକାରର ବିରୋଧ କରିବା ପାଇଁ ଏକାଠି ହୋଇଥିଲେ। ଧାରଣା ଦେଇଥିବା ଏହି କୃଷକ ମାନେ ରାସ୍ତାରୁ ହଟିବା ପାଇଁ ରାଜି ହେଉନଥିଲେ। ସେହି ସମୟର ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଥିଲେ ଏବଂ କେନ୍ଦ୍ରରେ କଂଗ୍ରେସର ଶାସନ ଥିଲା। ପୋଲିସ ଆସିକି ମାତ୍ର ୩୦୦ ଗୁଳି ଚଳାଇଲା ଯେଉଁଥିରେ ୨୭ କୃଷକଙ୍କ ମୃତ୍ୟୁ ହେଇଥିଲା ଏବଂ ୨୬୦ କୃଷକ ଆହତ ହୋଇଥିଲେ। 

fb.jpg

Facebook | Archive

ମଧ୍ୟପ୍ରଦେଶରେ ୧୯୯୮ ରେ ହେଇଥିବା ଗୁଳି ଚାଳନା ସମ୍ପର୍କରେ ଵହି ଫୋଟୋ ୨୦୧୭ ମସିହାରୁ ଅନେକ ହିନ୍ଦୀ ୱେବସାଇଟରେ ପ୍ରସାରିତ ହେଇଥିବା ଦେଖିବାକୁ ମିଳିଛି। 

୮ ଜୁନ ୨୦୧୭ ମସିହାରେ ଭାରତୀୟ ଜନତା ପାର୍ଟିର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଗୋଟିଏ ଭିଡିଓରେ ଏହି ଫୋଟୋ ଦେଖିବାକୁ ମିଳିଲା। ଏଏହି ଭିଡିଓର ଶୀର୍ଷକରେ, “ଦିଗବିଜୟ ସିଂହଙ୍କ ଶାସନ କାଳରେ ତାଙ୍କ ନିର୍ଦେଶରେ ୨୪ ନିରୀହ କୃଷକଙ୍କର ମୁଲତାଇରେ ହତ୍ୟା କରା ଯାଇଥିଲା। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କାରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ ୨୦୦୭ ମସିହାରୁ ଇଣ୍ଟରନେଟ୍ ରେ ଉପଲବ୍ଧ ଅଛି। ୪ ଅଗଷ୍ଟ ୨୦୦୭ ମସିହାରେ ଗୋଟିଏ ୱେବସାଇଟ ଅନୁଯାୟୀ ଏହି ଫୋଟୋ ଆନ୍ଧ୍ରପ୍ରଦେଶର ମୁଡ଼ିଗୋନଦା ଗୁଳି ଚାଳନାର ଘଟଣା ଅଟେ। 

amnety.png

Syed Amin Jafri | Archive

୨୮ ଜୁଲାଇ ୨୦୧୧୭ ମସିହାରେ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ପ୍ରେସ୍ ବିଜ୍ଞପ୍ତିରେ ଆନ୍ଧ୍ରପ୍ରଦେଶର ମୁଡ଼ିଗୋଣ୍ଡାରେ ପୋଲିସର ଗୁଳି ଚାଳନାରେ ୮ ଲୋକଙ୍କ ହେଇଥିବା ମୃତ୍ୟୁକୁ ନିନ୍ଦା କରିଛି। ଏହି ମୃତକଙ୍କ ମଧ୍ୟରୁ ଜଣେ ଛାତ୍ର ଏବଂ ଜଣେ ମହିଳା ଥିଲେ। ସରକାରର ଦାବିକୁ ଗ୍ରହଣ କରିବାକୁ ମନା କରିବା ପାଇଁ ଲୋକେ ରାସ୍ତା ରୋକୋ ଅଭିୟାନ କରୁଥିବା ସମୟରେ ପୋଲିସ ତାଙ୍କ ଉପରେ ଅତି ନିର୍ମମ ଭାବରେ ଗୁଳି ଚଳାଇଥିଲା। 

CPI.png

Communist Party Of India (Marxism) Press Release | Archive

ଏହା ପରେ ଆମକୁ ଏହି ଘଟଣା ସମ୍ପର୍କରେ ଇଟିଭିର ଗୋଟିଏ ଭିଡିଓ ୟୁଟ୍ୟୁବରେ ଦେଖିବାକୁ ମିଳିଲା। ଏହି ଇଡେଓ ୨୯ ଜୁଲାଇ ୨୦୦୭ ମସିହାରେ ପ୍ରସାରିତ ହେଇଥିଲା। 

ତଳେ ଆପଣ ତୁଳନା କରା ଯାଇଥିବା ଫୋଟୋ ଦେଖି ପାରିବେ। 

ଭିଡିଓ ଏବଂ ଭାଇରାଲ ଇମେଜର ତୁଳନା କରିଲା ପରେ ଏହା ସ୍ପଷ୍ଟ ହେଲା ଯେ ଏହି ଫୋଟୋ ଏବଂ ଭିଡିଓ ସମାନ ଘଟଣାର ଅଟେ। ମଧ୍ୟପ୍ରଦେଶରେ ୧୯୯୮ ମସିହାରେ ହେଇଥିବା ଗୁଳି ଚାଳନା ଘଟଣା ସହିତ ଏହି ଫୋଟୋର କୌଣସି ସମ୍ବନ୍ଧ ନାହିଁ। ଏହା ସତ୍ୟ ଯେ ୧୯୯୮ ମସିହାରେ  ବିରୋଧ କରୁଥିବା ଚାଷୀଙ୍କ ଉପରେ ପୋଲିସ ଗୁଳି ଚଳାଇ ଆକ୍ରମଣ କରିଥିଆ। 

୭ ଜୁନ ୨୦୧୭ ମସିହାରେ ଲଳନଟପ ୱେବସାଇଟରେ ପ୍ରକାଶିତ ହେଇଥିବା ଅଟିଏ ଅଣୁଚ୍ଛେଦରେ ଲେଖା ଯାଇଅଛି ଯେ ୧୨ ଜାନୁଆରୀ ୧୯୯୮ ମସିହାରେ ମଧ୍ୟପ୍ରଦେଶର ବାଇତୁଲ ଜିଲ୍ଲା ମୁଲାଟାଇରେ କୃଷକଙ୍କ ବିରୋଧ ହିଂସାତ୍ମକ ରୁଅ ନେଇଥିବା ବେଳେ ସିଆରପିଏଫଯବାନ ମାନେ କୃଷକଙ୍କ ଉପରେ ଗୁଳି ଚଳାଇ ଥିଲେ। ଏହି ଗୁଳି ଚାଳନାରେ ୨୬ ଲୋକଙ୍କ ମୃତ୍ୟୁ ହେଇଥିଲା। 

Avatar

Title:କ’ଣ ଏହି ଫୋଟୋ ୧୯୯୮ ମସିହାରେ ମଧ୍ୟପ୍ରଦେଶରେ ହେଇଥିବା ଗୁଳିଚାଳନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *