
ପ୍ରସିଦ୍ଧ ମସଲା ଏମ.ଡି.ଏଚ ମାଲିକ ମାହାଷୟ ଧରମପାଲ ଗୁଲାଟି ୩ ଡିସେମ୍ବର ରେ ୯୮ ବର୍ଷ ବୟସରେ ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କ ଦେହାନ୍ତ ହେଇଥିଲା। ତାଙ୍କ ଦେହାନ୍ତ ପରେ ଅନେକ ସୋସିଆଲ ମିଡିଆ ୟୁଜର ଏକ ଭିଡିଓ ଶେଯାର କରିବା ଆରମ୍ଭ କରିଛନ୍ତି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହା ତାଙ୍କ ଅନ୍ତିମ ସମୟ ପୂର୍ବର ଭିଡିଓ ଅଟେ।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଏହି ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୪ ଡିସେମ୍ବର ରେ ଜଣେ ଫେସବୁକୟୁଜର ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଭିଡିଓ ମସଲା କିଂଗ ଧରମପାଲଙ୍କ ୯୮ ବର୍ଷ ବୟସରେ ଦେହାନ୍ତ ହେବାର କିଛି ସମୟ ପୂର୍ବର ଦୃଶ୍ୟ ଅଟେ।
ଏହି ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟରରେ ପୋଷ୍ଟ ହେଇଥିବା ଏହି ଭିଡିଓକୁ ଦେଖିଲୁ। ଦେଖିଲା ପରେ ଆମକୁ ଏହାର କାମେଣ୍ଟ ରେ ଗଗନ ଆହୁଯା ନାମକ ଜଣେ ଟୁଇଟର ୟୁଜରଙ୍କ ଉତ୍ତର ମିଳିଲା। ସେ ତ୍ୱ୍ବେତ କରି କହିଛନ୍ତି ଯେ ଭିଡିଓରେ ଲାଲ ରଙ୍ଗ ପୋଷାକ ପିନ୍ଧି ଗୀତ ଗାଉଥିବା ବ୍ୟକ୍ତି ତାଙ୍କ ବଡ଼ ଭାଇ ରାକେଶ ଆହୁଯା ଅଟନ୍ତି ଏବଂ ସେ ଅମ୍ବାଲା ନାମ ଜିଲ୍ଲାରେ ରହନ୍ତି।
ଏହା ପରେ ଆମେ ଫେସବୁକରେ ଯାଇ ରାକେଶ ଆହୁଯା ନାମ ବ୍ୟକ୍ତିଙ୍କୁ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ରାକେଶ ଆହୁଯାଙ୍କ ଫେସବୁକ ପେଜ ମିଳିଲା। ଏହି ପେଜରେ ୪ ଡିସେମ୍ବରକୁ ସେ ଏହି ଭିଡିଓ ପୋଷ୍ଟ କରି ଧରମପାଲ ଗୁଲାଟିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଏହା ପରେ ଆମ ମନଷ ସନ୍ଦେହ ହେଲା ଯେ କ’ଣ ଏହି ଭିଡିଓ ସତରେ ଧରମପାଲଙ୍କ ଦେହାନ୍ତ ପୌରବର ଭିଡିଓ ଅଟେ? ରାକେଶ ଆହୁଯାଙ୍କ ଫେସବୁକପେଜରେ ତାଙ୍କ ଫୋନ ନମ୍ବର ଉପଲବ୍ଧ ଅଛି। ଆମେ ତାଙ୍କୁ ଫୋନ କରି ତାଙ୍କ ସହିତ ପଚରାଉଚରା କରିଲୁ। ରାକେଶ ଆହୁଯା ଆମକୁ କହିଲେ ଯେ “ପୋଷ୍ଟ ହେଇଥିବା ଭିଡିଓ ନଭେମ୍ବର ୨୦୧୯ ମସିହାର ଅଟେ। ମୁ ପୀଡ଼ିତ ଲୋକଙ୍କୁ ସଙ୍ଗୀତ ଥେରାପି ମାଧ୍ୟମରେ ସୁସ୍ଥ କରିବାକୁ ଚେଷ୍ଟା କରେ। ଗତ ବର୍ଷ ନଭେମ୍ବରରେ ଧରମପାଲଜିପଡ଼ି ଯାଇଥିବାରୁ ଡାକ୍ତରଖାନାରେ ଡାହାଳ ହେଇଥିଲେ। ସେ ନିଜ ହାଥ ମଧ୍ୟ ହଲେଇ ପାରୁନଥିଲେ। ସେହି ସମୟରେ ମୁ ଦିଲ୍ଲୀର ସେହି ଡାକ୍ତରଖାନାର ଯାଇ ତାଙ୍କ ପାଇଁ ତାଙ୍କ ମନପସନ୍ଦ ଗୀତ ଗାଈ ଶୁଣେଇଥିଲି। ଗୀତ ଶୁଣିଲା ପରେ ସେ ଅଙ୍ଗିତର ତାଳ ସହିତ ତାଳି ବଜାଇବା ମଧ୍ୟ ଆରମ୍ଭ କରି ଦେଇଥିଲେ। ଏହି ଭିଡିଓ ଗତ ବର୍ଷର ଅଟେ। ଏହାକୁ ତାଙ୍କ ମୃତ୍ୟୁର କିଛି କ୍ଷଣ ପୂର୍ବର ଭିଡିଓ କହି ଗୁଜବ ସୃଷ୍ଟି କରା ଯାଇଅଛି।“
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୯ ମସିହାର ଅଟେ। ନିଜେ ସଙ୍ଗୀତ ଗାଉଥିବା ବ୍ୟକ୍ତି ରାକେଶ ଆହୁଯା ଏହି କଥା ସ୍ପଷ୍ଟ କରିଛନ୍ତି ଯେ ଏହା ୨୦୧୯ ମସିହାର ଭିଡିଓ ଅଟେ ଏବଂ ଏହାର ଧରମପାଲଙ୍କ ମୃତ୍ୟୁ ପୂର୍ବର ଭିଡିଓ ହେଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଏହି ଭିଡିଓ ଡ଼ବଲଇଉ ଏମ.ଡି.ଏଚ ମସଲା ଧରମପାଲ ଗୁଲାତିଙ୍କ ଅନ୍ତିମ ସମୟର ବିଶେୟ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False