କ’ଣ ଟୋୟୋଟା କମ୍ପାନୀ ନିଜ ୮୦ ତମ ବାର୍ଷିକୀରେ ସମସ୍ତଙ୍କୁ ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

False Social

ସମସ୍ତ ଲୋକଙ୍କୁ ଉପହାର ମିଳିଲେ ସେମାନେ ଖୁସି ହେଇ ଥାନ୍ତି। କିଛି ଲୋକେ ଜୀବନରେ ଉପହାର ପାଇଁ ଆଗ୍ରହୀ ମଧ୍ୟ ଥାନ୍ତି। କିନ୍ତୁ କିଛି ୱେବସାଇଟ କିମ୍ବା ମେସେଜ୍ ଲୋକଙ୍କ ଏପରି ଆଗ୍ରହୀର ଲାଭ ଉଠାଇ ତାଙ୍କୁ ଠକି ତାଙ୍କ ବ୍ୟକ୍ତିଗତ ସୂଚନା ଏକତ୍ର କରନ୍ତି ଯାହା ମଧ୍ୟରେ ତାଙ୍କ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ସୂଚନା ଏକତ୍ର କରେ। ଏପରି ଗୋଟିଏ ମେସେଜ୍ ବର୍ତ୍ତମାନ ୱ୍ହାଟ୍ସଆପ୍ ରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଟୋୟୋଟା ନିଜ ୮୦ ତମ ବାର୍ଷିକୀରେ ଲୋକଙ୍କୁ ଉପହାର ଦେଉଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭାଇରାଲ ମେସେଜ୍ କୁ ମିଥ୍ୟା ବୋଲି ପାଇଲା। 

WA.png

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ଭାଇରାଲ ହେଉଥିବା ମେସେଜ୍ କୁ ଗଭୀରତା ସହିତ ଦେଖିଲୁ। ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମେସେଜ୍ ରେ ଯେଉଁ ୱେବସାଇଟର ଲିଙ୍କ ଦିଆ ଯାଇଅଛି ସେଇଟା ଗୋଟିଏ ବୈଧ ୱେବସାଇଟ ନୁହେଁ। ଏହି ୱେବସାଇଟରେ ଟୋୟୋଟାର ନାମ କେଉଁଠାରେ ମଧ୍ୟ ଉଲ୍ଲେଖ ହେଇ ନାହିଁ। 

WA copy.png

ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଟୋୟୋଟା ୱେବସାଇଟରେ ପ୍ରକାଶିତ ହୋଇଥିବା ଗୋଟିଏ ମ୍ୟାଗାଜିନ୍ ମିଳିଲା ଯେଉଁଥିରେ ସ୍ପଷ୍ଟ କରି ଟୋୟୋଟା କହିଛି ଯେ, “ବ୍ୟକ୍ତିଗତ ସୂଚନା ଚୋରୀ କରିବା ପାଇଁ ପରିକଳ୍ପିତ ‘ଟୋୟୋଟା ମୋଟର ୮୦ ତମ ବାର୍ଷିକ ଉତ୍ସବ’ ପିଶିଙ୍ଗ ସ୍କାମ ବିଷୟରେ ଆମକୁ ସୂଚନା ମିଳିଛି। ଏହି ମେସେଜ୍ ମୁଖ୍ୟତ ୱ୍ହାଟ୍ସଆପ୍ ମାଧ୍ୟମରେ ବିସ୍ତାର ହେଉଛି। ଏହି ପିଶିଙ୍ଗ ସ୍କାମ ଟୋୟୋଟା ଲୋଗୋ ବ୍ୟବହାର କରି ମାଗଣା ଉପହାର ପ୍ରଦାନ କରିଥିବା ଦାବି ସହିତ ଭାଇରାଲ ହେଉଛି ଯେଉଁଥିରେ ଦିଆ ଯାଇଥିବା ଲିଙ୍କରେ କ୍ଲିକ୍ କରିବା ପାଇଁ ଉତ୍ସାହିତ କରା ଯାଇଅଛି। ଏହି ଲିଙ୍କ ଟୋୟୋଟା ନାମ ବ୍ୟବହାର କରି ଉପଭୋକ୍ତା ମାନଙ୍କୁ ଏକ ନକଲି ୱେବସାଇଟକୁ ନେଇଥାଏ ଏବଂ ତାଙ୍କ ଠାରୁ ବ୍ୟକ୍ତିଗତ ସୂଚନା ଚୋରୀ କରିଥାଏ। ଯଦି ଆପଣ ଏହିପରି ଏକ ସନ୍ଦେହଜଣକ ମେସେଜ୍ ମୁହାଁମୁହିଁ ହୁଅନ୍ତି ତେବେ ଦୟାକରି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ।”

Toyo mag.jpg

Toyota magazine | Archive

ଏହା ପରେ ଆମେ ଟୋୟୋଟା ୱେବସାଇଟ ଯାଇ ମଧ୍ୟ ଏହାର ପ୍ରତିଷ୍ଠା ତାରିଖ ସର୍ଚ କରିଲୁ। ଟୋୟୋଟା ୱେବସାଇଟରୁ ଆମେ ଜାଣିବାକୁ ପାଇଲୁ ଯେ ଏହି କମ୍ପାନୀର ପ୍ରତିଷ୍ଠା ୨୮ ଅଗଷ୍ଟ ୧୯୩୭ ମସିହାରେ ହେଇଥିଲା। ଏହା ଅନୁସାରେ ଟୋୟୋଟାର ୮୦ ତମ ବାର୍ଷିକ ୨୦୧୭ ମସିହାରେ ପଡ଼ୁଛି। ସେଥିପାଇଁ ଚଳିତ ବର୍ଷରେ ଏହାର ୮୦ ତମ ବାର୍ଷିକ ହେଇଥିବା ସମ୍ଭାବନା ନାହିଁ। 

DOE.jpg

Toyota | Archive

ଟୁଇଟରରେ ‘ଫିଜୀର ଗ୍ରାହକ ପରିଷଧ’ ଦ୍ଵାରା ଟୁଇଟରେ ମଦ୍ୟ ଏହାକୁ ବିଭ୍ରାନ୍ତକାର ଏବଂ ପିଶିଙ୍ଗ ବୋଲି କହି ସଚେତନ କରା ଯାଇ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଅନ୍ଲାଇନ୍ ପ୍ଲାଟଫର୍ମ ବ୍ୟବହାର କରିବା ସମୟରେ ଗ୍ରାହକଙ୍କୁ ଅବାଞ୍ଛିତ କମ୍ପାନୀ ଗୁଡ଼ିକରୁ ଲଟେରୀ ଏବଂ ସର୍ଭେ ବିଷୟରେ ଚେତାବନୀ ଦିଆ ଯାଇଛି।

Archive

ଶେଷକଥା

ଆମ ଅନୁସନ୍ଧାନରୁ ଭାଇରାଲ ହେଉଥିବା ମେସେଜ୍ ମିଥ୍ୟା ବୋଲି ପ୍ରମାଣ ହୋଇଛି। ଟୋୟୋଟା ନିଜେ ଏହି ମେସେଜ୍ କୁ ଖଣ୍ଡନ କରିଛି।

Avatar

Title:କ’ଣ ଟୋୟୋଟା କମ୍ପାନୀ ନିଜ ୮୦ ତମ ବାର୍ଷିକୀରେ ସମସ୍ତଙ୍କୁ ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *