କ’ଣ ଗୋଡସେ ଏବଂ ମହାତ୍ମା ଗାନ୍ଧୀଙ୍କୁ ନେଇ ମୋହନ ଭାଗବତ ଟୁଇଟ ମାଧ୍ୟମରେ ନିଜ ମନ୍ତବ୍ୟ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

False Social

ରାଷ୍ଟ୍ରୀୟ ସ୍ୱୟମସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତଙ୍କର ଏକ ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଟୁଇଟର ସ୍କ୍ରିନଶଟ୍ ରେ ଲେଖା ଯାଇଛି, କିଏ ଠିକ ଥିଲା ବା କିଏ ଭୁଲ, ଏଇ କଥା ଆପଣ ମାନେ ନିର୍ଣୟ କରିବେନି। ଛାତ୍ର ମାନଙ୍କୁ ଗୋଡସେଙ୍କ ବିଷୟରେ ପଢାନ୍ତୁ ଏବଂ ଗାନ୍ଧୀଙ୍କ ବିଷୟରେ ମଧ୍ୟ ପଢାନ୍ତୁ। ଛାତ୍ର ମାନେ ନିଜେ ନିର୍ଣୟ କରିଦେବେ କିଏ ଠିକ ଏବଂ କିଏ ଭୁଲ।

ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ଦ୍ଵାରା ଜାଣିବାକୁ ପାଇଲା ଯେ ଏହା ମୋହନ ଭାଗବତଙ୍କ ଦ୍ଵାରା ଟୁଇଟ କରା ଯାଇ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଟୁଇଟର ସ୍କ୍ରିନଶଟ୍ ରେ ଥିବା ଟୁଇଟର ଆଇଡି ବ୍ୟବହାର କରି ଏହି ଏକାଉଣ୍ଟ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏହି ଏକାଉଣ୍ଟ ବିଷୟରେ କିଛି ତଥ୍ୟ ଜାଣିବାକୁ ମିଳିଲା। ଆମେ ଜାଣିଲୁ ଯେ ଏହି ଟୁଇଟର ଏକାଉଣ୍ଟର ନାମ ମୋହନ ଭାଗବତ ନୁହେଁ ବରଂ ମୋହନ ଭାଗବତ ଫ୍ୟାନ ଅଟେ। ଏକାଉଣ୍ଟରେ ଆମକୁ ମୋହନ ଭାଗବତଙ୍କ ବିଷୟରେ ମଧ୍ୟ ଲେଖା ଯାଇଥିବା ମିଇଲା। ଏହା ସହିତ ଲେଖା ଯାଇଛି ଯେ ଏହା ଏକ ପାରୋଡି ଏକାଉଣ୍ଟ ଏବଂ ମୋହନ ଭାଗବତଙ୍କର ନକଲି ଏକାଉଣ୍ଟ ଅଟେ। 

ଏହା ପରେ ଆମେ ମୋହନ ଭାଗବତଙ୍କର ଅସଲି ଟୁଇଟର ଏକାଉନ ଖୋଜିଲୁ। ତାଙ୍କ ଅସଲି ଏକାଉଣ୍ଟ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ନିଜ ଏକକାଉଣ୍ଟରୁ କିଛି ମଧ୍ୟ ଟୁଇଟ କରି ନାହାନ୍ତି। ଏହା ଛଡା ତାଙ୍କ ଅସଲି ଏକାଉଣ୍ଟରେ ଆମକୁ ଟୁଇଟରର ଭେରୀଫାଏଡ ଚିହ୍ନ ମଧ୍ୟ ଠିଆ ମିଳିଲା। ଯେଉଁଟା ତାଙ୍କ ନକଲି ଏକାଉଣ୍ଟରେ ନିଖୋଜ ଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଟୁଇଟର ଭାଇରାଲ ସ୍କ୍ରିନଶଟ୍ ମୋହନ ଭାଗବତଙ୍କର ନକଲି ଟୁଇଟର ଏକାଉଣ୍ଟରୁ ଆସିଛି। ଅସଲି ଟୁଇଟର ଏକାଉଣ୍ଟରୁ ମୋହନ ଭାଗବତ କୌଣସି ଟୁଇଟ କରି ନାହାନ୍ତି। 

Avatar

Title:କ’ଣ ଗୋଡସେ ଏବଂ ମହାତ୍ମା ଗାନ୍ଧୀଙ୍କୁ ନେଇ ମୋହନ ଭାଗବତ ଟୁଇଟ ମାଧ୍ୟମରେ ନିଜ ମନ୍ତବ୍ୟ ଦେଇଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *