
ସୋସିଆଲ ମିଡିଆରେ ବୋରଜଗାର ପାଇଁ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲେଗିଛି। ଭାଇରାଲ ଭିଡିଓରେ ଛାତ୍ରଛାତ୍ରୀମାନେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଡ଼ିର ରାସ୍ତା ରୋକ କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ବେରୋଜଗାର ଦିବସ ଦିନ ଏହି ଘଟଣା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି।
13 ସେପ୍ଟେମ୍ବରରେ Arjun kumar ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ Jharia Nayak ନାମକ ଜଣେ ଫେସବୁକ ୟୁଜର ପୋଷ୍ଟକୁ ସେୟାର କରି ଲେଖିଛନ୍ତି , ବିରୋଧ ପ୍ରଦର୍ଶନ କରୁଥିବା ପିଲାମାନେ ସାମାଜିକ ଦୂରତା ବଜାୟ ରଖୁନାହାନ୍ତି। ଏହା ଛଡ଼ା ଅନ୍ୟ ପୋଷ୍ଟରେ ଲେଖାଯାଇଛି ଯେ, ଲକ୍ଷ୍ନୌ ର ଯୋଗୀ ସରକାରକୁ ରାଜ ରାସ୍ଥାରେ ବିରୋଧ କଲେ ବେରୋଜଗାର ଯୁବକ ଯବତୀ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 38,272 ଲୋକ ଦେଖି ସାରିଛନ୍ତି। ତଳୋ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଭିଡିଓର Archive ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଏହି ଭିଡିଓ ସମାନ ଦେବି ସହ ସୋସିଆଲ ମିଡିଆରେ ଅଲଗା ଅଲଗା ଜାଗାରେ ଭାଇରାଲ ହେବାରେ ଲିଗିଛି।



ତେବେ କଣ ଯୋଗୀ ଆଦିତ୍ୟନାଥକୁ ରାଜ ରାସ୍ତାରେ ଯୁବକ ଯୁବତୀମାନଙ୍କର ଏହି ଭାଇରାଲ ଭିଡିଓ ବର୍ତ୍ତମାନର। ଭାଇରାଲ ଭିଡିଓ ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ ଲିଙ୍କ ମିଳିଲା। 10 ଅଗଷ୍ଟ 2018ରେ WildFilmsIndia ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯାହାକି ଦୁଇ ବର୍ଷ ପୁରୁଣା ଅଟେ। ପୋଷ୍ଟରେ ଲେଖା ଯାଇଛି ଯେ, ଉତ୍ତର ପ୍ରଦେଶ ଲୋକମାନେ ଯୋଗୀ ଆଦିତ୍ୟନାଥ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
6 ଜୁଲାଇ 2017ରେ newslaundry ପେଜରେ ଭାଇରାଲ ଭିଡିଓର ଖବର ପ୍ରକାଶିତ ହୋଇଛି। ଖବର ଭାଇରାଲ୍ ଭିଡିଓ ମଧ୍ୟ ଦେଖିପାରିବେ। ଏହି ରିପୋର୍ଟ ଅନୁଯାୟୀ, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର 25 ଜଣ ଛାତ୍ର 7 ଜୁନ୍ 2017 ରେ ବିଶ୍ୱବିଦ୍ୟାଳୟ ବାହାରେ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସମାଜବାଦି ଛାତ୍ର ଶାଖାର କାର୍ଯ୍ୟକର୍ତ୍ତା ଥିଲେ, ଯାହାକି ସମାଜବାଦି ପାର୍ଟିର ଏକ ଶାଖା ଅଟେ। ଛାତ୍ରମାନେ କଳା ପତାକା ଉତ୍ତୋଳନ କରି, ସ୍ଲୋଗାନ ଦେଇଥିଲେ ଏବଂ ରାଜରାସ୍ତାରେ ସୋଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗାଡ଼ିକୁ ରୋକିଥିଲେ। ଏହା ଘଟଣା ସେତେବେଳେ ହେଲା ଯେତେବେଳେ, ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ରାମ ନାୟକ ଶିବାଜୀଙ୍କ ସମ୍ମାନାର୍ଥେ ଆୟୋଜିତ ହିଂଡାବୀ ସ୍ୱରାଜ ଦିବସରେ ଯୋଗଦେବାକୁ ଯାଉଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- newslaundry। Archive । Indian Express । Archive
ଏହି ବିକ୍ଷୋଭକୁ ପୋଲିସ ସୁରକ୍ଷା ଉଲ୍ଲଂଘନ ବୋଲି ଦର୍ଶାଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ଲାଠି ଚାର୍ଜ କରାଯାାଇଥିଲା। ପ୍ରଦର୍ଶନକାରିଙ୍କୁ ଅଟକ ରଖାଯାଇଥିଲା ଏବଂ ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରାଯାଇଥିଲା। ବିଳମ୍ବ ପାଇଁ 7ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର 14 ଜଣ ଛାତ୍ରଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା। newslaundry ରିପୋର୍ଟ ଅନୁଯାୟୀ, ଯେତେବେଳେ ଛାତ୍ରଛାତ୍ରୀମାନେ 8 ଜୁନ୍ ଦିନ କୋର୍ଟରେ ହାଜର ହୋଇଥିଲେ, ସେମାନଙ୍କ ମଧ୍ୟରୁ 11ଜାମିନ ନାମଞ୍ଜୁର ହୋଇଥଇଲା। ସେମାନଙ୍କୁ 14 ଦିନ ପାଇଁ ହିରାସତରେ ରଖାଯାଇଥିଲା। ଏହି ପ୍ରସଙ୍ଗରେ ଆମେ ଇଣ୍ଡିଆନ୍ Indian Expressଏକ ରିପୋର୍ଟ ମଧ୍ୟ ପାଇଲୁ ଯାହା 11 ଜୁନ୍ 2017 ରେ ପ୍ରକାଶିତ ହୋଇଥିଲା। ଏହି ରିପୋର୍ଟ ଅନୁଯାୟୀ ଗିରଫ ହୋଇଥିବା ଅଧିକାଂଶ ପ୍ରଦର୍ଶନକାରୀ ଜାମିନ ମିଳିନଥିଲା।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡିଆରେ ଭାଇରାଲ ଭିଡିଓ 7 ଜୁନ 2017ର ଅଟେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କର ରାସ୍ତା ଅଟକାଇ ପ୍ରଦର୍ଶନ କରିଥିଲେ। ଭାଇରାଲ ଭିଡିଓ ବେରେଜଗାରିର ନୁହେଁ।
Title:ବେରୋଜଗାର ଯୁବକ ଯୁବତୀମାନେ ଯୋଗୀ ସରକାରଙ୍କ ରାସ୍ତା ରୋକି ପ୍ରଦର୍ଶନକରିଥିବା ଦାବିରେ ଭାଇରାଲ ଭିଡିଓର ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False

