କ’ଣ ଆମ୍ବୁଲାନ୍ସରେ ହନୁମାନଙ୍କର ଫୋଟୋ ଥିବାରୁ କେରଲର ଜଣେ ମୁସଲିମ ଦମ୍ପତି ସେଥିରେ ବସିବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟ।

Communal False Social

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ଆମ୍ବୁଲାନ୍ସ ଚିଡ଼ା ହୋଇଥିବା ଜଣା ପଡୁଛି। ଏହା ସହିତ ତାହା ଆଖପାଖରେ କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ଏହି ଫୋଟୋ ସେଯାର କରି ଦାବି କରା ଯାଉଛି ଯେ ଫୋଟୋଟି କେରଳର ଅଟେ ଯେଉଁଠାରେ ଏକ ମୁସଲିମ ଦମ୍ପତି ଆମ୍ବୁଲାନ୍ସରେ ବସିବା ପାଇଁ ଅସ୍ଵୀକାର କରିଥିଲେ କାରଣ ଆମ୍ବୁଲାନ୍ସର କାଚରେ ହନୁମାନଙ୍କର ଷ୍ଟିକର ଲାଗିଥିଲା। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୧୪ ଜାନୁଆରୀରେ ପୂର୍ଣ ଚନ୍ଦ୍ର ମିଶ୍ର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି, “କେରଳରେ  ଗୋଟିଏ ମୁସଲିମ ଦମ୍ପତି ଆମ୍ବୁଲାନ୍ସରେ ବସିବା ପାଇଁ ମନା କରିଦେଲେ। କାରଣ ଏତିକି ଯେ ଆମ୍ବୁଲାନ୍ସର ଗ୍ଳାସରେ ହନୁମାନଙ୍କ ଷ୍ଟିକର ଲାଗିଥିଲା। ଏହା ପରେ ଏମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିରୁ ଅନୁମାନ କରନ୍ତୁ ସେମାନେ ହିନ୍ଦୁ ଧର୍ମଓ ପ୍ରତ୍ୟେକଟି ହିନ୍ଦୁଙ୍କୁ କେତେ ଘୃଣା କରନ୍ତି। ହିନ୍ଦୁଙ୍କୁ ଶାନ୍ତିର ପାଠ ପଢାଉଥିବା ବୁଦ୍ଧିଜୀବୀଓ ମିଡିଆ କିନ୍ତୁ ସେ ହନୁମାନଙ୍କ ଚିତ୍ରକୁ ବିରୋଧ କରିବେ। କିନ୍ତୁ ଅନ୍ୟ ଧର୍ମ ପ୍ରତି ସେମାନଙ୍କ ଅସହିଷ୍ଣୁତାର ମନୋଭାବକୁ ନୁହେଁ। ଆଉ କିଛି ସେକୁଳାର ହିନ୍ଦୁ ଭାଇଚାରା ଭାଇଚାରା କହି??”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଘଟଣା ବିଷୟରେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ଏହି ଘଟଣା ସମ୍ବନ୍ଧୀୟ କୌଣସି ସମ୍ବାଦ ପ୍ରକାଶିତ ହେଇଥିବା ମିଳିଲା ନାହିଁ। 

ଆମେ ଭାଇରାଲ ଫୋଟୋରେ ଥିବା ଆମ୍ବୁଲାନ୍ସରେ ପ୍ରସନ୍ନ ଆମ୍ବୁଲାନ୍ସ ସେବା ଲେଖା ହେଇଥିବା ପାଇଲୁ। 

ଗୁଗୁଲରେ ଏହି ଆମ୍ବୁଲାନ୍ସର ବିଷୟରେ ସର୍ଚ୍ଚ କରିଲା ପରେ ଆମକୁ ଯଷ୍ଟ ଡାଏଲ୍ ୱେବସାଇଟ ମାଧ୍ୟମରୁ ଜଣା ପଡିଲା ଯେ ଏହି ଆମ୍ବୁଲାନ୍ସ ସେବା କର୍ଣାଟକାର ବେଙ୍ଗାଲୁରୁ ସହରରେ ଅଛି। ଏହା ଦ୍ଵାରା ଆମକୁ ଏହି ଫୋଟୋର କେରଳାର ହେଇଥିବା ବିଷୟ ନେଇ ସନ୍ଦେହ ହେଲା। 

Just Dial

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ସମାନ ଫୋଟୋ ଗେଟି ଇମେଜେସ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ୮ ମଇ ୨୦୨୧ ବେଙ୍ଗାଲୁରୁରେ ପରିବାର ଲୋକ ଏବଂ ଶ୍ମଶାନ କାର୍ଯ୍ୟକର୍ତ୍ତା ମାନେ କୋଭିଡ କାରଣରୁ ମୃତ୍ୟୁ ହେଇଥିବା ଜଣେ ବ୍ୟକ୍ତିଙ୍କର ଶବଦାହ କରିବାକୁ ନେଇଥିଲେ। ସମାନ ଫୋଟୋ ୧୦ ମଇ ୨୦୨୧ ରେ ହିନ୍ଦୁସ୍ତାନ ଟାଇମ୍ସ ପତ୍ରିକାର ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଛି। 

Getty Images

ଇନଭିଡ କ୍ରୋମ୍ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ଗେଟି ଇମେଜେସ ୱେବସାଇଟରେ ପ୍ରକାଶିତ ହେଇଥିବା ଫୋଟୋକୁ ଜୁମ୍ କରି ଦେଖିଲୁ। ଆମକୁ ଆମ୍ବୁଲାନ୍ସ ଗାଡିରେ ଦୁଇଟି ଫୋନ୍ ନମ୍ବର(୯୪୪୯୧୦୭୧୯୦ / ୯୯୦୦୬୪୩୭୮୫) ଲେଖା ଯାଇଥିବା ମିଳିଲା। 

ଇଣ୍ଟର୍ନେଟ୍ ରେ ମୋବାଇଲ୍ ନମ୍ବର ବିଷୟରେ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ନମ୍ବର ଗୁଡିକ କର୍ଣାଟକା ରାଜ୍ୟର ଅଟେ। 

ଶେଷକଥା

ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର କେରଳ କିମ୍ବା ମୁସଲିମ ଦମ୍ପତିଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଫୋଟୋ ବେଙ୍ଗାଲୁରୁ ସହରର ଅଟେ ଯେଉଁଥିରେ ପରିବାର ଲୋକ କୋଭିଡରୁ ମୃତ୍ୟୁ ହେଇଥିବା ଜଣେ ବ୍ୟକ୍ତିଙ୍କ ଶବଦାହ କରୁଛନ୍ତି।

Avatar

Title:କ’ଣ ଆମ୍ବୁଲାନ୍ସରେ ହନୁମାନଙ୍କର ଫୋଟୋ ଥିବାରୁ କେରଲର ଜଣେ ମୁସଲିମ ଦମ୍ପତି ସେଥିରେ ବସିବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *