
ଗତ ମାସ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି କେନ୍ଦ୍ର ସରକାର ଉପରେ ଅଭିଯୋଗ ଲଗାଇ ଥିଲେ ଯେ କେନ୍ଦ୍ର ସରକାର ମଦର ଟେରେସାଙ୍କ ସଂସ୍ଥା ମିଶନାରୀସ୍ ଅଫ୍ ଚାରିଟିର ବ୍ଯାଙ୍କ ଖାତା ବନ୍ଦ କରିଛନ୍ତି। ଏହି ଅଭିଯୋଗ ଦେଖି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲା ଯେ ସେ ମିଶନାରୀସ୍ ଅଫ୍ ଚାରିଟିର ବ୍ୟାଙ୍କ ଖାତା ବନ୍ଦ କରି ନାହାନ୍ତି, କେବଳ ବିଦେଶରୁ ଆସୁଥିବା ଏଫସିଆରଏ ପଞ୍ଜୀକରଣର ନବୀକରଣକୁ ଅନୁମତି ଦେଇ ନାହିଁ। ଏହା ନେଇ ମିଶନାରୀସ୍ ଅଫ୍ ଚାରିଟି ମଧ୍ୟ ସ୍ପଷ୍ଟ କରିଛି ଯେ ଏଫସିଆରଏ ପଞ୍ଜୀକରଣ ସ୍ଥଗିତ କିମ୍ବା ବାତିଲ କରା ଯାଇ ନାହିଁ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମିଶନାରୀସ୍ ଅଫ୍ ଚାରିଟି କୁ ପ୍ରାୟ ୭୯ ଲକ୍ଷ ଟଙ୍କା ସାହାଯ୍ୟତା କରିବାର ଅନୁମତି ଦେଇଥିଲେ। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ବିକରମ କେଶୋରୀ ବେହେରା ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ କ୍ରିଷ୍ଟ ପାଲକ ଲୋକଙ୍କୁ ଛୁଇଁ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ଆଉ ସେହି ଲୋକ ମାନେ ତଳେ ପଡି କମ୍ପିତ ହେଉଛନ୍ତି। ଏହି ଭିଡିଓ ଭାଇରାଲ କରି ଡାବ ଇକାରା ଯାଇଛି ଯେ “ଓଡ଼ିଶା ସରକାର ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୭୮.୭୭ ଲକ୍ଷ ଟଙ୍କା ସାହାଯ୍ୟତା ପାଇଲା ପରେ ମିଶନାରୀସ୍ ଅଫ୍ ଚାରିଟିର ଏହି ପରି କାମ କରୁଛି।”
ଆମ ଅନୁସନ୍ଧାନ:
ଓଡ଼ିଶାରେ ମିଶନାରୀସ୍ ଅଫ୍ ଚାରିଟି ସଂସ୍ଥା କେଉଁଠାରେ ଅଛି?
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ଓଡ଼ିଶାରେ ମିଶନାରୀସ୍ ଅଫ୍ ଚାରିଟି ସଂସ୍ଥା ଅଛି? ଗୁଗୁଲରେ ସର୍ଚ୍ଚ କରିଲା ପରେ ଆମେ ଜାଣିଲୁ ଯେ ଓଡ଼ିଶାରେ ଭୁବନେଶ୍ବର, ପୁରୀ, ଜାନଲା, ରାଉରକେଲା, ଆଲନ୍ଦା ଇତିଯାଡି ସ୍ଥାନରେ ମିଶନାରୀସ୍ ଅଫ୍ ଚାରିଟି ସଂସ୍ଥା ଅଛି।
କ’ଣ ନବୀନ ସରକାର ମିଶନାରୀସ୍ ଅଫ୍ ଚାରିଟିକୁ ଧନରାଶି ଦେଇ ସାହାଯ୍ୟତା କରିଛି?
ଏହା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୪ ଜାନୁଆରୀ ରେ ହିନ୍ଦୁସ୍ତାନ ଟାଇମ୍ସ ପତ୍ରିକାର ୱେବସାଇଟରେ ଏହି ବିଷୟରେ ଏକ ସମ୍ବାଦ ପ୍ରକାଶିତ ହେଇଥିବା ମିଳିଲା। ସମ୍ବାଦରେ କୁହା ଯାଇଛି ଯେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ନବୀନ ସରକାର ମିଶନାରୀସ୍ ଅଫ୍ ଚାରିଟିକୁ ସାହାଯ୍ୟତା ଭାବେ ୭୮.୮୬ ଲକ୍ଷ ଟଙ୍କା ଧନରାଶି ଦେଇଛନ୍ତି। ରାଜ୍ୟରେ କୋଲକାତା ଭିତ୍ତିକ ସଂଗଠନ ଦ୍ଵାରା ପରିଚାଳିତ ୧୩ଟି ଅନୁଷ୍ଠାନକୁ ସାହାଯ୍ୟତା କରିବାକୁ ଏହି ରାଶି ଅନୁମୋଦନ କରା ଯାଇଛି।

ଏହା ପରେ ଆମେ ଭାଇରାଲ ଭିଡିଓର ଅନୁସନ୍ଧାନ କରିଲୁ। ଭାଇରାଲ ହେଉଥିବା ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ସେଥିରେ ଚମତ୍କାର ଚର୍ଚ୍ଚ ଟିଭି ବୋଲି ଉଲ୍ଲେଖ ହୋଇଛି। ୟୁଟ୍ୟୁବରେ ଯାଇ ଚମତ୍କାର ଚର୍ଚ୍ଚ ଟିଭି ଲେଖି ସର୍ଚ୍ଚ କରିଲା ପରେ ଆମକୁ ସମାନ ଏକାଉଣ୍ଟ ଉପଲବ୍ଧ ଥିବା ମିଳିଲା। ଏହାଉଣ୍ଟରେ ଖୋଜିଲା ପରେ ଆମକୁ ସମାନ ଭିଡିଓ ୧୩ ଅକ୍ଟୋବର ୨୦୧୯ ମସିହାରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓ ଆରମ୍ଭରେ ସମାନ ଦୃଶ୍ୟ ଦେଖା ଯାଉଛି। ଏହି ଭିଡିଓ ୨୦୧୯ ମସିହାର ହେଇଥିବାରୁ ଏହାର ସମ୍ପର୍କ ନବୀନ ସରକାରଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମିଶନାରୀସ୍ ଅଫ୍ ଚାରିଟିକୁ ୭୯ ଲକ୍ଷ ରାଶି ସାହାଯ୍ୟତା ଦେବା ସହିତ କୌଣସି ସମ୍ବନ୍ଧ ନାହିଁ।
ଏହା ପରେ ଆମେ ଚମତ୍କାର ଚର୍ଚ୍ଚ ଟିଭି ୱେବସାଇଟରେ ଯାଇ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଲୁ। ତାଙ୍କ ୱେବସାଇଟରେ ସୂଚନା ଦିଆ ଯାଇଛି ଯେ ଏହି ଚର୍ଚ୍ଚ ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବରେ ଅଛି। ଭିଡିଓରେ ଦେଖା ଯାଉଥିବା ପାଲକଙ୍କ ନାମ ହେଉଛି ଅମରଦୀପ ସିଂହ ଏବଂ ସେ ଜଣେ ପଞ୍ଜାବୀ ଲୋକ ଅଟନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ମିଶନାରୀସ୍ ଅଫ୍ ଚାରିଟି ସଂସ୍ଥା ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଭିଡିଓଟି ଚମତ୍କାର ଚର୍ଚ୍ଚର ଭିଡିଓ ଅଟେ ଯାହା ୨୦୧୯ ମସିହାରୁ ୟୁଟ୍ୟୁବରେ ଉପଲବ୍ଧ ଅଛି।
Title:କ’ଣ ଓଡ଼ିଶା ସରକାର ଦ୍ଵାରା ୭୮.୭୭ ଲକ୍ଷ ଟଙ୍କା ସାହାଯ୍ୟତା ପାଇବା ପରେ ମିଶନାରିସ୍ ଅଫ୍ ଚ୍ୟାରୀଟି ଏହି ପରି କାର୍ଯ୍ୟକ୍ରମ କରୁଛି?
Fact Check By: Siddharth SahuResult: False


