ଭାରତର ଛାତ୍ରୀ ବୈଶାଳୀ ୟାଦବ ୟୁକ୍ରେନ୍ ରେ ଫସି ରହି ଥିବା ମିଥ୍ୟା ଦାବି କାରଣରୁ ଉତ୍ତରପ୍ରଦେଶ ପୋଲିସ ଦ୍ଵାରା ଗିରଫ ହୋଇ ନାହାଁନ୍ତି। 

False Political

ଭାରତର ଜଣେ ଡାକ୍ତରୀ ଛାତ୍ରୀ ବୈଶାଳୀ ୟାଦବ ଏକ ଭିଡିଓ ପ୍ରସ୍ତୁତ କରି ଯୁକରେନରେ ତାଙ୍କ ପରି ଫସି ରହିଥିବା ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଦାବି ଅନୁଯାୟୀ ବୈଶାଳୀ ୟାଦବ ନିଜକୁ ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ରୀ ବୋଲି କହି ମୋଦୀ ସରକାରକୁ ଅପମାନ କରୁଥିଲେ। ତାଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। 

ଏହା ପରେ ପୋଲିସ ଦ୍ଵାରା ଘେରି ରହିଥିବା ଜଣେ ମହିଳାଙ୍କ ଫୋଟୋ ସେୟାର କରି ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ବିଜେପି ସରକାରଙ୍କ ବିରୋଧରେ ମିଥ୍ୟା ପ୍ରଚାର ପାଇଁ ଉତ୍ତରପ୍ରଦେଶ ପୋଲିସ ବୈଶାଳୀ ୟାଦବକୁ ଗିରଫ କରିଛି। ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଛି ଯେ ସେ ସମାଜବାଡି ପାର୍ଟି ନେତାଙ୍କ ଝିଅ ଅଟନ୍ତି। 

ପୋଷ୍ଟରେ କ’ଣ  କୁହା ଯାଇଛି?

୫ ମାର୍ଚ୍ଚରେ ରବୀନ୍ଦ୍ରନାଥ ମିଶ୍ର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ, “ନିଜ ଘରେ ବସି ଯୁକରେନରେ ଫସି ଯାଇଛି ବୋଲି କହୁଥିଲା ଏହି ବଡମାସ୍ ଝିଅ। ନିଜକୁ ଯୁକରେନରେ ରହୁଥିବା ଭାରତୀୟ ଛାତ୍ରୀବୋଲି କହି, ମୋଦୀଜିଙ୍କ ବିରୋଧରେ ଅପ୍ରଚାର କରୁଥିବା ସମାଜବାଦୀ ପାର୍ଟି ନେତାର ଝିଅ ବୈଶାଳୀ ୟାଦବ ଉତ୍ତରପ୍ରଦେଶ ପୋଲିସ ଦ୍ଵାରା ଗିରଫ।”

Facebook | Archive

ଏହି ଦାବି ଜଡିତ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯାହାକୁ ଆପଣ ମାନେ ନିମ୍ନରେ ଦେଖି ପାରିବେ। ଏହି ପୋଷ୍ଟରେ କୁହା ଯାଇଛି ଯେ “ନିଜକୁ ଯୁକରେନର ମେଡିକାଲ ଛାତ୍ରୀ ଦାବି କରି ସରକାର ଉପରେ ଅଭିଯୋଗ ଲଗାଇ ଭିଡିଓ ଭାଇରାଲ କରିଥିବା ଯୁବତୀ ହେଉଛନ୍ତି ବୈଶାଳୀ ୟାଦବ, ମହେନ୍ଦ୍ର ୟାଦବଙ୍କ ପୁତ୍ରୀ। ହାର୍ଦୋଇ ପୋଲିସ ତାଙ୍କୁ ଗିରଫ କରିଲା ପରେ ଜାଣିବାକୁ ମିଳିଲା ଯେ ସେ ନିଜ ପିତାଙ୍କ ଆଦେଶ ଅନୁଯାୟୀ ସରକାରକୁ ବଦନାମ କରିବା ପାଇଁ ଭିଡିଓ ପ୍ରସ୍ତୁତ କରିଥିଲେ। ବୈଶାଳୀଙ୍କ ପିତା ସମାଜବାଦୀ ପାର୍ଟିର ନେତା ଅଟନ୍ତି। ସପା ନେତା ଏବଂ ପୂର୍ବତନ ବ୍ଲକ ପ୍ରମୁଖମହେନ୍ଦ୍ର ୟାଦବଙ୍କ ପୁତ୍ରୀ ବୈଶାଳୀ ବର୍ତ୍ତମାନ ହାର୍ଦୋଇ ଜିଲ୍ଲାର ତେରା ପୁରସୋଲି ନାମକ ଗ୍ରାମରେ ନିଜ ଘରେ ଅଛନ୍ତି।”

https://www.facebook.com/bhagaban.padhi.1/posts/4849683588483084

ଆମ ଅନୁସନ୍ଧାନ: 

ଫ୍ୟାକ୍ଟ କ୍ରିଷେଣ୍ଡୋ ହାର୍ଦୋଇ ପୋଲିସ ଏସ.ପି ରାଜେଶ ଦ୍ଵିବେଦୀଙ୍କ ସହିତ ଯୋଗାଯୋଗ କରିଲା ପରେ ସେ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଉତ୍ତରପ୍ରଦେଶ ପୋଲିସ ବୈଶାଳୀଙ୍କୁ ଗିରଫ କରି ନାହିଁ ଏବଂ ସେ ଭାରତରେ ମଧ୍ୟ ନାହାଁନ୍ତି। 

ଭାଇରାଲ ଦାବିକୁ ଖଣ୍ଡନ କରୁଥିବା ହାର୍ଦୋଇ ଏସ.ପି ରାଜେଶ ଦ୍ଵିବେଦୀଙ୍କର ଏକ ଭିଡିଓ ମଧ୍ୟ ପାଇଲୁ। ଟୁଇଟରରେ ଜଣେ ସାମ୍ବାଦିକ ରାଜା ପାଲ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଟୁଇଟରେ ଲେଖା ଯାଇଛି ଯେ “ହାର୍ଦୋଇ ପୋଲିସ ସ୍ପଷ୍ଟ କରିଛି ଯେ ଯେଉଁ ଯୁବତୀ ଭିଡିଓରେ ସାହାଯ୍ୟତା ମାଗୁଛନ୍ତି ସେ ବର୍ତ୍ତମାନ ରୋମାନିଆରେ ଅଛନ୍ତି। ଏସ.ପି କ’ଣ କହୁଛନ୍ତି ଶୁଣନ୍ତୁ। ପ୍ରକୃତରେ ତାଙ୍କୁ ସାହାଯ୍ୟ ଆବଶ୍ୟକ ଅଟେ।”

ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୩ ମାର୍ଚ୍ଚରେ ନାଗାଉର ପୋଲିସ ଦ୍ଵାରା ଏକ ଟୁଇଟ ମିଳିଲା। ଏଥିରେ ଦର୍ଶାଅ ଯାଇଛି ଯେ ଫୋଟୋରେ ଥିବା ଯୁବତୀ ସୋସିଆଲ ମିଡିଆରେ ଅସ୍ତ୍ରଶସ୍ତ୍ର ସହିତ ଭିଡିଓ ଭାଇରାଲ କରି ଜନସାଧାରଣ ମଧ୍ୟରେ ଭୟର ବାତାବରଣସୃଷ୍ଟି କରିଥିଲେ। ତାଙ୍କୁ ଆର୍ମ୍ସ ଆକ୍ଟ ଅନୁଯାୟୀ ଗିରଫ କରା ଯାଇଛି। ଏନଡିଟିଭି ଅନୁଯାୟୀ ଅଭିଯୁକ୍ତଙ୍କ ନାମ କମଲା ଚୌଧରି ଅଟେ। କୋଟବାଲି ପୋଲିସ ଥାନାରେ ତାଙ୍କ ବିରୂଢରେ ମାମଲା ରୁଜୁ ହୋଇଛି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ଉତ୍ତରପ୍ରଦେଶ ପୋଲିସ ବୈଶାଳୀ ୟାଦବଙ୍କୁ ଗିରଫ କରି ନାହିଁ।

Avatar

Title:ଭାରତର ଛାତ୍ରୀ ବୈଶାଳୀ ୟାଦବ ୟୁକ୍ରେନ୍ ରେ ଫସି ରହି ଥିବା ମିଥ୍ୟା ଦାବି କାରଣରୁ ଉତ୍ତରପ୍ରଦେଶ ପୋଲିସ ଦ୍ଵାରା ଗିରଫ ହୋଇ ନାହାଁନ୍ତି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *