
କୃଷି ଆଇନ ବିରୂଧରେ ଦେଶରେ ଚାଲୁ ଥିବା ଆନ୍ଦୋଳନ ବର୍ତମାନ ଚର୍ଚାରେ ଅଛି। ଏହି ଆନ୍ଦୋଳନ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ କିଛି ଲୋକେ ଖାଲିସ୍ତାନ ଏବଂ ପାକିସ୍ତାନ ସମର୍ଥନ କରୁଥିବା ନାରା ଲଗାଇବା ଶୁଣିବାକୁ ମିଳିଛି। କିନ୍ତୁ ଏହି ଭିଡିଓ ପୁରୁଣା ଏବଂ ବ୍ରିଟେନର ଭିଡିଓ ଅଟେ।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ପୋଷ୍ଟର?
28 ନଭେମ୍ବର ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, “କୃଷକ ଆନ୍ଦୋଳନ ଅଢୁଆଳରେ କଂଗ୍ରେସ, କମ୍ୟୁନିଷ୍ଟିଆ, ଖଲୀସ୍ଥାନୀ ବିଛିନ୍ନତାବାଦୀ ମାନଙ୍କର ଅସଲ ରୂପ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓକୁ ଇନଭିଡ ୱି ଭେରିଫାଇ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଯାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୬ ଅଗଷ୍ଟ ୨୦୧୯ ମସିହାରେ ଏହି ଭିଡିଓ ୟୁଟ୍ୟୁବରେ ପ୍ରସାରିତ ହେଇ ଥିବା ମିଳିଲା। ଏହି ଭିଡିଓରୁ ସ୍ପଷ୍ଟ ହେଲା ଯେ ଏହି ଭିଡିଓର ବର୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ।
ଏହା ପରେ ଆମେ ସର୍ଚ କରିଲୁ ଯେ ଏହି ଭିଡିଓର ପ୍ରକୃତର ଘଟଣା କ’ଣ? ଗୁଗୁଲରେ ଯାଇ ଇଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୭ ଜୁଲାଇ ୨୦୧୯ ମସିହାରେ ଏଏନଆଇ ନ୍ୟୁଜ ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ସମ୍ବାଦ ମିଳିଲା। ଏହି ସମ୍ବାଦରେ କୁହା ଯାଇଅଛି ଯେ ୨୯ ଜୁନରେ ୟୁନାଇଟେଡ୍ କିଙ୍ଗ୍ଡ଼ମ୍ ର ଲିଡ୍ସ ସହରରେ ପାକିସ୍ତାନ ବନାମ ଆଶଗାନିସ୍ତାନ କ୍ରିକେଟ୍ ମ୍ଯାଚ ସମୟରେ ସ୍ଥାନୀୟ ଶିଖ ସମୁଦାୟ ଲୋକେ ଖାଲିସ୍ତାନ ସମର୍ଥନ ନାରାକୁ ନିନ୍ଦା କରିଛନ୍ତି। ଏହି ମ୍ଯାଚ ସମୟରେ ଶିଖ ଏବଂ ପାକିସ୍ତାନୀ ପ୍ରଶଂସକ , ପାକିସ୍ତାନ ଏବଂ ଖାଲିସ୍ତାନର ପତାକା ଉତ୍ତୋଳନ କରୁଥିବା ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ଭିଡିଓରେ “ଖାଲିସ୍ତାନ ଜିନ୍ଦାବାଦ, ପାକିସ୍ତାନ ଜିନ୍ଦାବାଦ” ନାରା ଦେଉଥିବା ଶୁଣିବାକୁ ମିଳିଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୯ ମସିହାର ପାକିସ୍ତାନ ବନାମ ଆଫଗାନିସ୍ତାନ କ୍ରିକେଟ୍ ବିଶ୍ଵ କପ୍ ସମୟର ଭିଡିଓ ଅଟେ। ଏହି ଭିଡିଓର କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ପୋଷ୍ଟ କରା ଯାଇଥିବା ଭିଡିଓ ବର୍ତମାନ ସମୟରେ ଚାଲୁ ଥିବା କୃଷକ ଆନ୍ଦୋଳନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False