
ବିକ୍ଷୋଭକାରୀଙ୍କ ଏକ ସଶସ୍ତ୍ର ବାହିନୀକୁ ଅଟକାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଏହା ଦାବି ସହିତ ପ୍ରସାରିତ ହେଇଛି ଯେ ଏହି ଭିଡିଓ ପଶ୍ଚିମବଙ୍ଗ ରାଜ୍ୟର ଅଟେ। ଏଠାରେ ନିର୍ବାଚନ ସମୟରେ ଲୋକ ମାନେ ଭୋଟ୍ ଦେଉଛନ୍ତି। ଭିଡିଓରେ ବିକ୍ଷୋଭକାରୀ ମାନେ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ବାଧା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ପ୍ରତିରକ୍ଷା ବାହିନୀ ସହିତ ଗୋଟିଏ ଆମ୍ବୁଲେନ୍ସରେ ଜଣେ ରୋଗୀକୁ ନେଇ ଯାଉଥିଲେ। ଆମ୍ବୁଲେନ୍ସ ଯାଞ୍ଚ କରିବା ପରେ କୌଣସି ରୋଗୀ ନଥିବା ଦେଖି ବିକ୍ଷୋଭକାରୀ ମାନେ କ୍ରୋଧିତ ହେଇଥିଲେ।
ଏହି ଭିଡିଓର ସତ୍ୟତା ଯାଞ୍ଚ କରିବା ପାଇଁ ଆମକୁ ଏହାର ଅନୁରୋଧ ଆମ ୱ୍ହାଟ୍ସଅପ୍ ଫେକ୍ଟ ଲାଇନ ନମ୍ବର ୯୦୪୯୦୫୩୭୭୦ ରେ ଆସିଥିଲା।

ଏହି ଭିଡିଓ ଫେସବୁକରେ ମଧ୍ୟ ଭାଇରାଲ ହେଉଥିବା ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମକୁ ଯତ୍ନର ସହ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ଗାଡ଼ି ନମ୍ବରର ପଞ୍ଜୀକରଣ ବଙ୍ଗଳାରେ ଲେଖା ଯାଇଅଛି। ଭିଡିଓରେ ଲୋକମାନଙ୍କ ମଧ୍ୟରେ ବାଙ୍ଗଲାଦେଶର ଦେଶୀ ବଙ୍ଗାଳୀ କଥା ହେଉଥିବା ମଧ୍ୟ ଶୁଣିବାକୁ ମିଳିଛି।

ଆମେ ଗାଡ଼ିରେ ଏକ ଲୋଗୋର ଷ୍ଟିକର ମଧ୍ୟ ପାଇଲୁ ଯାହା ଭିଡିଓରେ ଦେଖା ଯାଉଥିବା ସେନା ଯବାନଙ୍କ ୟୁନିଫର୍ମରେ ମଧ୍ୟ ଦେଖିବାକୁ ମିଳିଛି।

ଆମେ ଆହୁରି ଲକ୍ଷ କରିଲୁ ଯେ “ଏଏମସି” ଶବ୍ଦ ମଧ୍ୟ ସେନାର ୟୁନିଫର୍ମ ରେ ଲେଖା ଯାଇଅଛି। ଗୁଗୁଲରେ “ଏଏମସି” ଏବଂ “ବାଙ୍ଗଲାଦେଶ” ଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏଏମସି ବାଙ୍ଗଲାଦେଶର “ଆର୍ମୀ ମେଡିକାଲ୍ କର୍ପସ୍” ବୁଝାଏ।

ଗୁଗୁଲରେ ସର୍ଚ କରିଲା ପରେ ଆମେ ବାଙ୍ଗଲାଦେଶ ସେନାର ଅଫିସିଆଲ ୱେବସାଇଟରେ, ଗାଡ଼ି ଏବଂ ସେନା ଅଧିକାରୀଙ୍କ ୟୁନିଫର୍ମରେ ଦେଖାଯାଇଥିବା ସମାନ ଲୋଗୋ ମଧ୍ୟ ପାଇଲୁ। ଏହା ଦ୍ଵାରା ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଦେଖା ଯାଉଥିବା ଗାଡ଼ି ଏବଂ ସେନା ଅଧିକାରୀ ମାନେ ବାଙ୍ଗଲାଦେଶର ଅଟନ୍ତି ଏବଂ ଭାରତର ନୁହନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ବାଙ୍ଗଲାଦେଶର ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନ ସମୟ ଭିଡିଓ କହି ମିଥ୍ୟା ପ୍ରଚାର କରା ଯାଉଅଛି।
Title:କ’ଣ ରାସ୍ତାରେ ସେନାକୁ ଅଟକାଇବାର ଭାଇରାଲ ହେଉଥିବା ଏହି ଭିଡିଓ ପଶ୍ଚିମବଙ୍ଗର ନିର୍ବାଚନ ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False


