
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ସମୂହ ରାସ୍ତାରେ ପଥର ଫିଙ୍ଗୁଠିବା ନଜର ଆସୁଛନ୍ତି। ଏହି ଭିଡିଓରେ ଗୁଳି ଚାଳନାର ଆୱାଜ ମଦ୍ୟ ଶୁଣିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଜଣେ ବ୍ୟକ୍ତି ପଥର ଫିଙ୍ଗୁଛନ୍ତି ସେତେବେଳେ ତାଙ୍କ ଉପରେ ଗୁଳି ମାଡ କରା ଯାଉଛି ଏବଂ ସେ ଆଘାତ ହୋଇ ପଡି ଯାଉଛନ୍ତି।
ଡାବୁ ଅନୁଯାୟୀ ଏହି ଦୃଶ୍ୟ କାଶ୍ମୀରର ଅଟେ। ଲୋକେ ଭାରତ ସେନା ଉପରେପଥର ମାଡ କରୁଥିବା ବେଳେ ସେନା ତାଙ୍କୁ ଗୁଳି କରି ମାରୁଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ବୋଲିଭିଆ ନାମକ ଦେଶର ଅଟେ ଏବଂ ଏହାର କାଶ୍ମୀର ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ ଦାବି କରୁଛନ୍ତି ଯେ “ଜମୁ କାଶ୍ମୀର ରେ ଜଣେ ପଥରମରାଳି ସୈନିକ ଙ୍କୁ ପଥର ମାରିଲା, ସୈନିକ ତୁରନ୍ତ ପଥର ର ଜବାବ ଗୁଳି ଦ୍ୱାରା ଦେଇ ଦେଲେ”
Archive Link
ଆମ ଅନୁସନ୍ଧାନ:
ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ରିଭର୍ସ ଇମେଜ୍ ଏସଆରସିସିଏଚ କରିଲା ପରେ ଆମକୁ ସମାନ ଭିଡିଓ ରେଭିଷ୍ଟା ବୋଲିଭିଆ ନାମକ ୟୁଟ୍ୟୁବ ଚ୍ୟାନାଲରେ ପ୍ରକାଶିତ ହେଇଥିବା ମିଳିଲା। ୯ ଅଗଷ୍ଟରେ ପ୍ରସାରିତ ହେଇଥିବା ଏହି ଭିଡିଓ ଅନୁଯାୟୀ ଭାଇରାଲ ଭିଡିଓ ଟି ବୋଲିଭିଆ ଦେଶର ଅଟେ। ଭିଡିଓର ଶୀର୍ଷକରେ ଲେଖା ଯାଇଛି ଯେ କୋକା ଚାଷ କରୁଥିବା ଜଣେ କୃଷକ ଦାଇନାମାଇଟ୍ ବିସ୍ଫୋରଣ ହେବା କାରଣରୁ ନିଜ ହାତ ହରାଇଛନ୍ତି।
ବୋଲିଭିଜନ୍ ଟିଭି ୱେବସାଇଟ ଅନୁଯାୟୀ ଏହି ଘଟଣାଟି ବୋଲିଭିଆ ଦେଶରେ କୋକା କୃଷକ ଏବଂ ସେଠିକାର ଅଧିକାରୀ ମାନଙ୍କ ମଧ୍ୟରେ ହେଇଥିବା ଏକ ଝଗଡାର ଭିଡିଓ ଅଟେ। ରିପୋର୍ଟ ଅନୁଯାୟୀ ଭିଡିଓରେ ଜଣେ କୋକା କୃଷକ ଡାଇନାମାଇଟ୍ ବୋମା ପୋଲିସ ଉପରେ ଫିଙ୍ଗିଥିଲେ କିନ୍ତୁ ତାଙ୍କ ହାତରେ ଥିବା ଦ୍ଵିତୀୟ ଡାଇନାମାଇଟ୍ ସେହି ସମୟରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ସେହି ବ୍ୟକ୍ତି ଜଣକ ଗୁରୁତର ରୂପେ ଆହତ ହୋଇଥିଲେ।

ସମାନ ଖବର ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ପଢି ପାରିବେ।
ବୋଲିଭିଆର ଏକ ସମ୍ବାଦ ସଂସ୍ଥା ଲା ରେଜୋନ୍ ଡିଜିଟାଲର ଏକ ଟୁଇଟରେ ହେଣ୍ଡେଲରେ ଭାଇରାଲ ଭିଡିଓ ଟୁଇଟ ହେଇଥିବା ମିଳିଲା। ଟୁଇଟରେ କୁହା ଯାଇଛି ଯେ ଲା ପାଜ୍ ଅଞ୍ଚଳର FELCC କମାଣ୍ଡର ଏବଂ ଅଗ୍ନିଶ୍ରମ ବିଭାଗ ସଦସ୍ୟ ମାନେ ନିଶ୍ଚିତ କରିଛନ୍ତି ଯେ ଏହି ବିଦ୍ରୋହ ସମୟରେ କୋକା କୃଷକ ମାନେ ଡାଇନାମାଇଟ୍ ବ୍ୟବହାର କରିଥିଲେ।
ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓର ଭରତ ସହିତ କୌଣସି ସମ୍ବନ୍ଧ ନାହିଁ।
ପୁରା ଘଟଣା କ’ଣ?
କୋକା ଉତ୍ପାଦକଙ୍କ ଏକ ବିଭାଗ ଗତ କିଛି ଦିନ ହେବ ବଲିଭିଆର ରାଜଧାନୀ ଲା ପାଜରେ ବିକ୍ଷୋଭ ପ୍ରଦର୍ଶନ କରି ବେଆଇନ କୋକା ବଜାର ବନ୍ଦ କରିବାକୁ ଦାବି କରିଥିଲା। ଏହାଦ୍ୱାରା ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋଲିଭିଆରେ ଜାତିସଂଘର ମାନବ ଅଧିକାର କମିଶନ କାର୍ଯ୍ୟାଳୟ କୋକା ବିବାଦରେ “ଅତ୍ୟଧିକ ବଳ ପ୍ରୟୋଗ” ନେଇ ଚିନ୍ତା ପ୍ରକଟ କରି ଦଳଗୁଡ଼ିକ ମଧ୍ୟରେ “ସମ୍ମାନଜନକ କଥାବାର୍ତ୍ତା” ପାଇଁ ଆହ୍ୱାନ ଦେଇଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ବୋଲିଭିଆ ଦେଶରେ କୋକା କୃଷକ ଏବଂ ସେଠିକାର ଅଧିକାରୀ ମାନଙ୍କ ମଧ୍ୟରେ ସଂଘର୍ଷର ଭିଡିଓ ଅଟେ। ଭାରତ କିମ୍ବା କାଶ୍ମୀର ସହିତ ଏହାର କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଭାଇରାଲ ଭିଡିଓରେ ଭାରତୀୟ ସେନା ଯବାନ ମାନେ କାଶ୍ମୀରରେ ଜଣେ ପଥରମରାଲିଙ୍କୁ ଗୁଳି ମାରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False