
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ଜଣେ ବାଇକ୍ ଚାଳକଙ୍କୁ ଗୋଡାଉଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ପୋଲିସ ଠାରୁ ଦଉଡି ପାଉଥିଲା ବେଳେ ପୋଲିସ ତାଙ୍କୁ ଲାତ ମାରି ଗିରଫ କରୁଛନ୍ତି। ଏହି ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ କାଶ୍ମୀରରୁ ଆସିଛି ଯେଉଁଠାରେ ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ୍ଡାବୀକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁଅନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଏକ ୱେବସାଇଟରେ ଏହି ଘଟଣା ବିଷୟରେ ଉଲ୍ଲେଖ ହୋଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ବ୍ରାଜିଲ ଦେଶର ପେରୋଳା ଅଞ୍ଚଳରେ ଜଣେ ୧୭ ବର୍ଷୀୟ ସନ୍ଦିଗ୍ଧକୁ ପୋଲିସ କାରରେ ଦଦାଉଥିବା ବେଳେ ସେ ଏକ ମୋଟରସାଇକଲରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏହା ପରେ ଜଣେ ପୋଲିସ କାରରୁ ବାହାରି ଲାତ ମାରି ସେହି ସନ୍ଦିଘକୁ ତଳେ ପକାଇ ତାଙ୍କୁ ଗିରଫ କରିଥିଲା।

ଉପରୋକ୍ତ ପୋଷ୍ଟରୁ ସୂଚକ ଗ୍ରହଣ କରି ଆମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓ ବିଷୟରେ ତଥ୍ୟ ସର୍ଚ କରିଲୁ। ଫଳାଫଳରେ ଏକ ନ୍ୟୁଜ ୱେବସାଇଟ ମିଳିଲା ଯେଉଁଥିରେ ଆମକୁ ଏହି ଘଟଣା ବିଷୟରେ ବିବରଣୀ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟରେ ଆମେ ଏକ ଇଂଷ୍ଟାଗ୍ରାମ୍ ପ୍ରୋଫାଇଲ ସାମନାକୁ ଆସିଲୁ ଯେଉଁଥିରେ ଭାଇରାଲ ଭିଡିଓ ପ୍ରସାରିତ ହେଇଥିଲା। ଇଂଷ୍ଟାଗ୍ରାମ୍ ରେ ପ୍ରସାରିତ ହେଇଥିବା ଏହି ଭିଡିଓ ଭାଇରାଲ ଭିଡିଓ ଅପେକ୍ଷା ଅଧିକ ଲମ୍ବା ବୋଲି ଜାଣିଲୁ।
ଏହି ଭିଡିଓରେ ଏକ ଅଂଶରେ ଆମକୁ ଏକ ସ୍ଥାନରେ ଗୋଟିଏ ଫୋନ ନମ୍ବର ୯୯୭୨୪-୫୧୩୨ ଲେଖା ଯାଇଥିବା ମିଳିଲା।

ଏହା ପରେ ଆମେ ଗୁଗୁଲରେ ଯାଇ ଏହି ଫୋନ ନମ୍ବର ଟାଇପ୍ କରି ସର୍ଚ କରିଲୁ। ଫଳାଫଳରେ ଆମକୁ ‘ସୁପରମେରକାଡୋ ରୋଙ୍କାଲାଟୋ’ ନାମକ ଏକ ଫେସବୁକ ପେଜ୍ ମିଳିଲା।

ଏହା ପରେ ଆମେ ଏହି ଦୋକାନର ନାମ ଗୁଗୁଲ ମ୍ୟାପରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଦୋକାନ ବ୍ରାଜିଲ ଦେଶର ପେରୋଳା ଅଞ୍ଚଳରେ ଥିବା ମିଳିଲା।
Google Map
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର କାଶ୍ମୀର ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ବ୍ରାଜିଲ ଦେଶର ପେରୋଲା ଅଞ୍ଚଳର ଅଟେ।

Title:କ’ଣ ଏହି ଭିଡିଓରେ କାଶ୍ମୀର ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରୁଛି କି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
