
କରୋନା ପୁଣି ନିଜର କାୟା ବିସ୍ତାର କରିବା ଆରମ୍ଭ କରିଲା ପରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦେଇଛି। ମାସ୍କ ପିନ୍ଧିନଥିବା ଲୋକଙ୍କ ଜୋରିମାନା ମଧ୍ୟ ଭରିବାକୁ ପଡ଼ିବାର ନିୟମ ଲାଗୁ କରା ଯାଇଅଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଏହି ନିୟମ ନେଇ ସରକାର ଏବଂ ପୋଲିସର ଲୋକଙ୍କ ପ୍ରତି ବିଭିନ୍ନ ବ୍ୟବହାର ମଧ୍ୟ ଦେଖିବାକୁ ମିଳୁଛି। ଏପରି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ପୋଲିସ କର୍ମୀ ରାସ୍ତା ମଝିରେ ଗୋଟିଏ ଲୋକକୁ ମାରୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ମାସ୍କ ପିନ୍ଧିନଥିବାରୁ ପୋଲିସ ଏହି ପରି ବ୍ୟବହାର କରିଛନ୍ତି ଏବଂ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ଭିଡିଓ ହରିୟାନା ରାଜ୍ୟର ଅଟେ।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିହିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୭ ଏପ୍ରିଲ ରେ ଇଣ୍ଡିଆ ଟୁଡେ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହି ଘଟଣା ବିଷୟରେ ଗୋଟିଏ ରିପୋର୍ଟ ମିଳିଲା। ଏହି ଅନୁଛେଦ ଅନୁଯାୟୀ ମଧ୍ୟପ୍ରଦେଶର ଦୁଇଜଣ ପୋଲିସ କର୍ମଚାରୀ ୩୫ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିନଥିବା କାରଣରୁ ରାସ୍ତା ମାଝିରେ ମାରିଥିବାରୁ ସେମାନଙ୍କୁ ନିଲମ୍ବିତ କରା ଯାଇଅଛି। ଏହି ଘଟଣା ମଧ୍ୟପ୍ରଦେଶ ରାଜ୍ୟର ଇନ୍ଦୋର ସହରର ଫିରୋଜ ଗାନ୍ଧୀ ନଗର ଅଞ୍ଚଳରେ ଘଟିଥିଲା। ଭିଡିଓରେ ଦୁଇଜଣ ପୋଲିସକର୍ମୀ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ସାମନାରେ ମାରୁଥିବା ଦେଖିବାକୁ ମିଳିଛି। ପୋଲିସ କହିବା ଅନୁଯାୟୀ ସେହି ବ୍ୟକ୍ତି ପ୍ରଥମେ ପୋଲିସ ସହିତ ଦୁର୍ବ୍ୟବହାର କରିଥିଲେ।

ଏହା ପରେ ଆମେ ୟୁଟ୍ୟୁବରେ ଯାଇ ଏହି ଭିଡିଓ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୭ ଏପ୍ରିଲ ରେ ହିନ୍ଦୁସ୍ତାନ ଟାଇମ୍ସ ଦ୍ଵାରା ପ୍ରସାରିତ ହେଇଥିବା ଗୋଟିଏ ଭିଡିଓରେ କୁହା ଯାଇଅଛି ଯେ ଇନ୍ଦୋରରେ ଦୁଇଟା ପୋଲିସ କର୍ମୀ ମାସ୍କ ପିନ୍ଧିନଥିବା ଜଣେ ବ୍ୟକ୍ତିଙ୍କୁ ମାରିଥିଲେ। ପୀଡ଼ିତ ଥିବା ବ୍ୟକ୍ତିଙ୍କ କହିବା ନୌଯାୟୀ ତାଙ୍କ ମାସ୍କ ନାକ ତଳକୁ ଖସି ଯାଇଥିବା ସମୟରେ ତାଙ୍କୁ ପୋଲିସ ଥାନା ଆସିବାକୁ ମଧ୍ୟ କହିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସେ ପୋଲିସଙ୍କୁ ଅନୁରୋଧ ମଧ୍ୟ କରିଥିଲେ ଯେ ତାଙ୍କ ପିତା ହସ୍ପିଟାଲରେ ଦାଖଲ ଅଛନ୍ତି ଏବଂ ତାଙ୍କ ସହିତ ସାକ୍ଷାତ କରିଲା ପରେ ସେ ପୋଲିସ ଥାନା ଯିବେ। ଏହା ପରେ ଦୁଇ ଜଣ ପୋଲିସ ତାଙ୍କୁ ମାରିବା ଆରମ୍ଭ କରିଲେ। କିନ୍ତୁ ଇନ୍ଦୋର ପୋଲିସ କହିବା ଅନୁଯାୟୀ ପୀଡ଼ିତ ବ୍ୟକ୍ତି ପୋଲିସ ଉପରେ ପ୍ରଥମେ ଆକ୍ରମଣ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓରେ ଥିବା ଘଟଣା ହରିୟାନା ରାଜ୍ୟରେ ଘଟିଥିବା ଦାବି ମିଥ୍ୟା ଅଟେ। ଏହି ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଘଟିଥିଲା।

Title:କ’ଣ ମାସ୍କ ପିନ୍ଧିନଥିବାରୁ ଗୋଟିଏ ଲୋକକୁ ପୋଲିସ ମାରୁଥିବା ଏହି ଭିଡିଓ ହରିୟାନା ରାଜ୍ୟର ଘଟଣା ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False