
ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକେ କିଛି କାରଣରୁ ବିଦ୍ରୋହ କରୁଛନ୍ତି ଏବଂ ପୋଲିସ ଉପରେ ଆକ୍ରମଣ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ଆଫଗାନିଷ୍ଠାନ ଦେଶର ଅଟେ। ଆମେରିକା ଆଫଗାନିଷ୍ଠାନରୁ ନିଜ ସେନା ଫେରାଇ ନେବା ନିଷ୍ପତ୍ତି ପରେ ସେଠିକାର ସ୍ଥାନୀୟ ଲୋକେ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ରାସ୍ତା ରୋକୀ ବିଦ୍ରୋହ କରୁଛନ୍ତି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୫ ଏପ୍ରିଲରେ ଜଣେ ଫେସବୁକ ୟୁଜର ଦୁଇଟି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ,“ଦେଖ ଆଫଗାନିସ୍ଥାନ ରେ ଆମେରିକା ସେନା ହଟେଇବାକୁ ଡିକଲାର କଲା ପରେ, ଜୀହାଦୀ ସମ୍ପୂର୍ଣ ରାସ୍ତା ରୋକି ଖୁସୀରେ ପୋଲିସ୍ କୁ ମାରିବାକୁ ଧାଇଁଛନ୍ତି, ସରକାର ସେନା ଡକେଇବାକୁ ମଧ୍ୟ ଡରୁଛ ନ୍ତି । କାହିଁକି ଜାଣ, ସେନାରେ ବି ଛଦ୍ମବେଶୀ ଜୀହାଦ ମାନସିକତା ବେକ୍ତି ଅଛନ୍ତି । ସରକାର ଏବେ ବଙ୍କରରେ । ଠିକ୍ ଏହିପରି ଆଉ 20 ବର୍ଷ ପରେ ଭାରତରେ ହେବାକୁ ଯାଉଛି । ଏମାନଙ୍କ ସଂଖ୍ୟା ବଢିଗଲେ ଆଗାମୀ ଭାରତ ସିରିଆ ହେବ, ନିଶ୍ଚିତ।”

ଆମ ଅନୁସନ୍ଧାନ:
ଭିଡିଓ 1: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଇଥିବା ପ୍ରଥମ ଭିଡିଓକୁ ଇନଭିଡ ୱି ବେରିଫାଏ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଗୋଟିଏ ୟୁଟ୍ୟୁବ ଲିଙ୍କ ମିଳିଲା। ୧୪ ଏପ୍ରିଲ ରେ ହିନ୍ଦୁସ୍ତାନ ଟାଇମ୍ସ ଦ୍ଵାରା ୟୁଟ୍ୟୁବରେ ପ୍ରସାରିତ ହେଇଥିବା ଭିଡିଓରେ କୁହା ଯାଇଅଛି ଯେ ବୁଧୁବାର ଦିନ ପାକିସ୍ତାନ ସରକାର ଇସଲାମବାଡି ଦଳ ଉପରେ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି କାରଣରୁ ତେହେରିକ-ଇ-ଲବାଇକ୍ ଦଳ ସମର୍ଥନ ମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହି ଭିଡିଓରେ ଭାଇରାଲ ହେଉଥିବା ଭିଡିଓର କିଛି ଅଂଶ ୨୧ ସେକେଣ୍ଡରୁ ନେଇ ୩୩ ସେକେଣ୍ଡ ମଧ୍ୟରେ ଦେଖିବାକୁ ମିଳିଛି।
ଭିଡିଓ ୨: ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୧୪ ଏପ୍ରିଲରେ ଦି ଇଣ୍ଟେର୍ନସନାଳ ନ୍ୟୁଜ ନାମକ ପତ୍ରିକାରେ ଏହି ଭିଡିଓ ପ୍ରସାରିତ ହେଇ ଥିବା ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ଭିଡିଓରେ ଧାରମୀଙ୍କ ଦଳର କର୍ମୀମାନେ ତାଙ୍କୁ ପିଟିବା ବେଳେ ପୋଲିସ ଅଧିକାରୀ ଗାଜି ଛକରେ ଅବସ୍ଥିତ ମେଟ୍ରୋ ବସ ଷ୍ଟେସନ ଚାରି ପାଖରେ ଥିବା ବାଡ଼କୁ ଡେଇଁବାର ଦେଖିବାକୁ ମିଳିଛି। କିଛି ଲୋକେ ପୋଲିସ ଉପରେ ବାଡ଼ି ଧରି ଆକ୍ରମଣ କରିବାରୁ ସେ ତାଙ୍କ କବଳରୁ ଖସି ଲାହିର ହସ୍ପିଟାଲକୁ ପଳେଇଥିଲେ। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଏବଂ ୧୦୦ ଲୋକଙ୍କ ଆଘାତ ହେବାର ସୂଚନା ମିଳିଛି ।

The News | Archive
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରାମାଣ୍ୟ ହେଲା ଯେ ଭାଇରାଲ ହେଉଥିବା ଭିଡିଓର ଆଫଗାନିଷ୍ଠାନ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ହେଉଥିବା ଦୁଇଟି ଭିଡିଓ ପାକିସ୍ତାନର ଅଟେ।

Title:କ’ଣ ଆମେରିକା ଆଫଗାନିସ୍ତାନରୁ ନିଜ ସେନା ଫେରାଇ ନେବା ନିଷ୍ପତ୍ତି ନେଲା ପରେ ଆଫଗାନିସ୍ତାନ ଲୋକେ ସେଠାର ପୋଲିସଙ୍କ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False