
ଆମକୁ ୱ୍ହାଟ୍ସ ଅପ୍ ମାଧ୍ୟମରେ ଗୋଟିଏ ଭିଡିଓର ଯାଞ୍ଚ କରିବାର ଅନୁରୋଧ ଆସିଥିଲା। ଏହି ଭିଡିଓରେ ଆମେ ଦେଖିପାରିବାଯେ କିଛି ପୋଲିସ ଅଧିକାରୀ ରାସ୍ତାରେ କିଛି ଲୋକଙ୍କ ଆଳତି କରୁଛନ୍ତି। ଏହି ଭିଡିଓ ସହିତ ଦାବି କରା ଯାଇଅଛି ଯେ କର୍ଣାଟକା ସରକାର ପୋଲିସକୁ ମାସ୍କ ପିନ୍ଧିନଥିବା ଲୋକ ମାନଙ୍କୁ ମାରିବା ପାଇଁ ଆଦେଶ ଦେଇଥିବାରୁ କାରଣାଟକା ପୋଲିସ ଲୋକଙ୍କ ଏପରି ଆଳତି କରୁଛନ୍ତି।
ଯାଞ୍ଚ ପରେ ଆମେ ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲୁ।

ଆମକୁ ଏହି ଭିଡିଓ ଫେସବୁକରେ ମଧ୍ୟ ପ୍ରସାରିତ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଭିଡିଓକୁ ଗମ୍ଭୀରଟା ସହିତ ଯାଞ୍ଚ କରିଲୁ। ଯାଞ୍ଚ କରିଲା ପରେ ଆମେ ଦେଖିଲୁ ଯେ ଭିଡିଓରେ ଦେଖା ଯାଉଥିବା ଦୋକାନର ନାମ ହିନ୍ଦୀ ଭାଷାରେ ଲେଖା ଯାଇଅଛି। ଶେଠୀ ପାଇଁ ଏହି ଭିଡିଓର ଘଟନା କାରଣାଟକାର ହେଇଥିବା ସମ୍ଭାବନା ଉପରେ ଆମକୁ ସନ୍ଦେହ ହେଲା। ଭିଡିଓରେ ଗୋଟିଏ ଦୋକାନର ନାମ ଗୋଲ୍ଡେନ ମେଡିକାଲ ହଲ୍ ବୋଲି ଲେଖା ଯାଇଥିଲା।
ଗୁଗୁଲରେ ଯାଇ ଗୋଲ୍ଡେନ ମେଡିକାଲ ହଲ୍ ସର୍ଚ କରିଲା ପରେ ଫଳାଫଳରେ ଆମକୁ ଅନେକ ସହରରେ ଏହି ନାମର ଦୋକାନ ଥିବା ମିଳିଲା। ଏହା ମଧ୍ୟରୁ ଜଷ୍ଟ ଡାଏଲ ୱେବସାଇଟରେ ସମାନ ଦୋକାନର ଫୋଟୋ ପ୍ରକାଶିତ ହେଇଥିଲା। ଏହି ଦୋକାନ ରେୱା ସହରରେ ଅବସ୍ଥିତ ଅଟେ। ଏହି ଦୋକାନର ସାଇନ୍ ବୋର୍ଡମଧ୍ୟପ୍ରଦେଶର ରେୱା ସହରର ଶିର୍ମୌର ରୋଡରେ ଅବସ୍ଥିତ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ଜି ମଧ୍ୟପ୍ରଦେଶ ଛତତିଶଗଡ଼ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ୱେବସାଇଟରେ ମଧ୍ୟ କୁହା ଯାଇଅଛି, “ଲକ୍ ଡାଉନ ଭାଙ୍ଗିବାରୁ ସାରା ଦେଶରେ ଅନ୍ୟାନ୍ୟ ଦଣ୍ଡ ଦିଆ ଯାଉଥିବା ସମୟରେ ରେୱା ସହରରେ ମଧ୍ୟ କିଛି ଏହି ପରି ଘଟନା ଦେଖିବାକୁ ମିଳିଛି। ଏଠାରେ ପୋଲିସ ପ୍ରଥମେ ଲୋକଙ୍କୁ ହାର ପିନ୍ଧାଇ ଥିଲେ, ତା’ପରେ ତିଳକ ଅର୍ପଣ କରି ସେମାନଙ୍କ ଆରତୀ ପ୍ରଦର୍ଶନ କରିଥିଲେ। ପୋଲିସ କହିଛି ଯେ ଲଜ୍ଜାଜନକ ଭୟରେ ଲୋକମାନେ ସଠିକ୍ ନିଜ ଘରେ ରହିବେ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହି ଭିଡିଓର କର୍ଣାଟକା ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓରେ ଘଟୁଥିବା ଘଟଣା ମଧ୍ୟପ୍ରଦେଶର ରେୱା ସହରର ଅଟେ। ଲକ୍ ଡାଉନ ନିୟମ ଉଲଂଘନ କରିଥିବା ଲୋକଙ୍କୁ ସେଠିକାର ପୋଲିସ ଏପରି ଦଣ୍ଡ ଦେଉଛି।

Title:କ’ଣ ଏହି ଭିଡିଓରେ କର୍ଣାଟକା ପୋଲିସ ଲକ୍ ଡାଉନ ଉଲଂଘନ କରିଥିବା ଲୋକଙ୍କ ଆରତୀ କରୁଛନ୍ତି?
Fact Check By: Siddharth SahuResult: False
