
ଫ୍ରାନ୍ସରେ ସାମୁଏଲ ପେଟ୍ଟୀ ନାମକ ଜେନ ଶିକ୍ଷକଙ୍କ ହତ୍ୟା ପରେ ସେଠିକାର ଲୋକଙ୍କ ମନରେ ମୁସଲମାନଙ୍କ ପ୍ରତି କ୍ରୋଧ ଦେଖିବାକୁ ମିଳିଛି। ଏହି ଘଟଣା ନେଇ ଫ୍ରାନ୍ସ ସରକାର ମଧ୍ୟ କିଛି ପଦକ୍ଷେପ ନେଇଛି। ବିଶ୍ଵର ଅନେକ ଦେଶରେ ମୁସଲମାନ ମାନେ ଫ୍ରାନ୍ସ ସରକାର ବିରୋଧ ମଧ୍ୟ କରିଥିବାର ଖବର ସାମନାକୁ ଆସିଛି। ଏହି ସମୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋସ୍ତରେ ଦାବି ଯେ ଏହି ଭିଡିଓଫ୍ରାନ୍ସର ବୋଲି।
ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨ ନଭେମ୍ବରରେ ଜଣେ ଫେସବୁକ ୟୁଜର “ଉତ୍କଳ ସେନା ବିଜେପି” ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଜଣେ ମହିଳା ନିଜ ସନ୍ତାନଙ୍କ ସହିତ ପାର୍କରେ ଚାଲୁଥିବା ସମୟରେ ଜଣେ ବ୍ୟକ୍ତି ଆସି ସେହି ମହିଳାକୁ ଗୋଇଣ୍ଠା ମାରୁଛି। ଏହି ଘଟଣା ତାଙ୍କ ସନ୍ତାନଙ୍କ ସାମନାରେ ଘଟୁଛି। ପୋଷ୍ଟରେ ଦାବି କରା ଯାଉଅଛି ଯେ ଏହି ଘଟଣା ଫ୍ରାନ୍ସର ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ “ଗୋଟେ ଘଟଣା #France ର ଜନତାଙ୍କ ଆଖି ଖୋଲିଦେଲା.. ଏବେ ଯୋଉଠି ପଠାଣ ଦେଖୁଛନ୍ତି ଗାଣ୍ଡିରେ ଗୋଇଠା ହାତରେ ବିସ୍କୁଟ ଧରଉଛନ୍ତି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓକୁ ଇନ୍ଭିଡ୍ ଗୁଗୁଲ କ୍ରୋମ୍ ଏକ୍ସଟେନସନ ଟାଇଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମ୍ ର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୮ ଜୁଲାଇ ୨୦୨୦ରେ ଜି.ପି.ନ୍ୟୁଜ ଦ୍ଵାରା ଏହି ଭିଡିଓ ପୋଷ୍ଟ କରା ଯାଇଥିବା ମିଳିଲା। ଏହି ପୋଷ୍ଟ ଅନୁଯାୟୀ ଭିଡିଓଟି ଗଣତନ୍ତ୍ର ଦେଶ ଟାର୍ଟାର୍ସ୍ଥାନର ନିଜନେକାମାସ୍କ ସହରରେ ଘଟିଛି।

ଜି.ପି. ନ୍ୟୁଜ ଦ୍ଵାରା ପୋଷ୍ଟ କରା ଯାଇଥିବା ଭିଡିଓରେ କୁହା ଯାଇଅଛି ଯେ ଏହି ଭିଡିଓ ଡି.ଓ.ଏ.ଏମ ଦ୍ଵାରା ପ୍ରସାରିତ କରା ଯାଇଥିଲା। ଏହା ପରେ ଆମେ ଟୁଇଟରରେ ଯାଇ ଡି.ଓ.ଏ.ଏମ ଏକାଉଣ୍ଟରେ ଏହି ଭିଡିଓ ସର୍ଚ କରିଲୁ। ସର୍ଚ କରିଲା ପରେ ୮ ଜୁଲାଇରେ ଏହି ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଡି.ଓ.ଏ.ଏମ ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି ଲେଖିଛି ଯେ ଜଣେ ମୁସ୍ଲିମ ମହିଳାଙ୍କ ସନ୍ତାନ ମାନଙ୍କ ସାମନାରେ ତାଙ୍କ ଉପରେ ଆକ୍ରମଣ କରା ଯାଇଥିଲା। ଆକ୍ରମଣ କରି ଥିବା ବ୍ୟକ୍ତି ସେହି ପାର୍କରେ ଅନ୍ୟ ୪ ମହିଳାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା। ସେଶରେ ପୋଲିସ ତାଙ୍କୁ ଗିରଫ କରିଲା ପରେ ସେହି ବ୍ୟକ୍ତି ମୁସ୍ଲିମ ମହିଳାଙ୍କ ପ୍ରତି ତାଙ୍କ ଘୃଣା ପାଇଁ ଏପରି କରିଥିବା କାରଣ କହିଲେ।
ଡି.ଓ.ଏ.ଏମ ର ଟୁଇଟରୁ ଆମକୁ ଟାର୍ଟାର୍ସ୍ଥାନର ଟିଭି ଏବଂ ରେଡିଓ କମ୍ପାନୀର ୱେବସାଇଟରେ ଏହି ଘଟଣା ବିଷୟର ବିବର୍ଣ ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ପାର୍କରେ ନିଜ ସନ୍ତାନଙ୍କ ସହିତ ଚାଲୁ ଥିବା ସମୟରେ ମହିଳାଙ୍କ ଉପରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲା। ଏହା ଛଡ଼ା ଏହି ବ୍ୟକ୍ତି ଜଣେ ଗର୍ଭବତୀ ମହିଳାଙ୍କ ଉପରେ ମଧ୍ୟ ଆରମାନ କରିଥିଲା। ଜଣେ ପୀଡ଼ିତା ପାର୍କରେ ଥିବା ସିକ୍ୟୁରୀଟିକୁ ଘଟଣା ବିଷୟରେ କହିଲା ପରେ ପୋଲିସ ଘଟଣାସ୍ଥଳରେ ଆସି ଅଭିଯୋଗୀଙ୍କୁ ଗିରଫ କରିଥିଲା।

State TV & Radio Company | Archive
ଆମେ ଗୁଗୁଲରେ ଯାଇ ଏହି ଘଟଣା ବୋଇଶୟରେ ସର୍ଚ କରିଲୁ। ସର୍ଚ କାରିଲା ପରେ ଆମକୁ ୮ ଜୁଲାଇରେ ରୁଷର ଗୋଟିଏ ୱେବସାଇଟରେ ଏହି ଘଟଣା ବିଷୟରେ ପ୍ରକାଶିତ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଟାର୍ଟାର୍ସ୍ଥାନର ନିଜନେକାମସ୍କ ସହରରେ ଅନେକ ମହିଳା ଆକ୍ରମଣ କରିଥିବା ବ୍ୟକ୍ତି ବିରୁଦ୍ଧରେ ପୋଲିସ ପାଖରେ ମାମଲା ଏତଲା କରିଥିଲେ। ସିସିଟିଭି ଦ୍ଵାରା ପୋଲିସ ଏହି ଘଟଣାକୁ ଦେଖିଲା ପରେ ତାଙ୍କୁ ଗିରଫ କରିଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ଟାର୍ଟାର୍ସ୍ଥାନ ଦେଶର ଅଟେ। ଏହି ଘଟଣା ୮ ଜୁଲାଇରେ ଘଟିତ। ଏହି ଘଟଣା ଫ୍ରାନ୍ସର କହି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ଭିଡିଓରେ ମହିଳାଙ୍କୁ ଗୋଇଂଠା ମାରୁଥିବା ଦୃଶ୍ୟ ଫ୍ରାନ୍ସ ଦେଶର? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False