
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ ସମୟରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣି ତୋପରେ ଆକ୍ରମଣର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ଏହା ଫ୍ରାନ୍ସ ଦେଶର ଭିଡିଓ ଅଟେ।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୩୧ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ “ପରବର୍ତ୍ତୀ ସମୟରେ ଯେତେବେଳେ ଫ୍ରାନ୍ସରୁ ରାଫେଲ ଅର୍ଡର କରିବା ତ ସେଠାରୁ ଏହି ପରି ଗାଡ଼ି ମଧ୍ୟ ଅର୍ଡର କରି ଦବ।“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓକୁ ଇନଭିଡ ୱି ଭେରିଫାଇ ଏକ୍ସଟେନସନ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଭିଡିଓର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ୧୧ ମେ ୨୦୧୭ ମସିହାରେ ୟୁଟ୍ୟୁବରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଫୁଟନୋଟ୍ ରେ ଲେଖା ଯାଇଅଛି ଯେ ଏହା ଭେନିଜ୍ଵାଳା ଦେଶର ଘଟଣା ଅଟେ।
ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲେ। ସର୍ଚ କରିଲା ପରେ ଆମକୁ ଏହି ଘଟଣାର ଉଲ୍ଲେଖ ୪ ଏପ୍ରିଲ୨୦୧୭ ମସିହାରେ ନ୍ୟୁୟର୍କ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଭଏଣୀଜ୍ଵାଳା ସୁରକ୍ଷା ବାହିନୀ ମଙ୍ଗଳବାର ଦିନ କାରାକଷ ରାସ୍ତାରେ ବିକ୍ଷୋଭକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ସୁପ୍ରିମ କୋର୍ଟ ଦ୍ଵାରା ବିଧାନସଭାରୁ କ୍ଷମତା ଛଡାଇ ନେବାରୁ ଲୋକେ ଏହି ନିଷ୍ପତ୍ତିର ବିରୋଧ କରିଥିଲେ। ପ୍ରଦର୍ଶନ ଆରମ୍ଭ ହେବାର ପ୍ରାୟ ଏକ ଘଣ୍ଟା ପରେ ନ୍ୟାସନାଲ ଗାର୍ଡ ଏବଂ ପୋଲିସ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ଏବଂ ପାଣି ତୋପ ଦ୍ଵାରା ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିଥିଲେ।

ଏହା ପରେ ଆମକୁ ୟୁଟ୍ୟୁବରେ ରୂପଟ୍ଲିର ଅଫିସିଆଲ ଚ୍ୟାନାଲରେ ୪ ମେ ୨୦୧୧ ମସିହାରେ ଏହି ଘଟଣା ବିଷୟରେ ଏକ ଭିଡିଓ ପ୍ରସାରିତ ହେଇଥିବା। ଏହି ଭିଡିଓରେ କୁହା ଯାଇଅଛି ଯେ କାରାକାଶ ରାଜପଥରେ ପୋଲିସ ଆନ୍ଦୋଳନକାରୀଙ୍କ ରାସ୍ତା ରୋକୀ ଥିଲେ। ଏହି ଆନ୍ଦୋଳନ ଭେନିଜ୍ଵାଳା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୁଦ୍ଧରେ କରା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହି ଭିଡିଓ ଭେନିଜ୍ଵାଳା ଦେଶର ଅଟେ। ଏହାର ଫ୍ରାନ୍ସର କୌଣସି ଘଟଣା ସହିତ ସମ୍ବନ୍ଧ ନାହିଁ।

Title:କ’ଣ ଆନ୍ଦୋଳନକାରୀଙ୍କ ଉପରେ ପାଣି ତୋପରେ ଆକ୍ରମଣ କରୁଥିବା ଭିଡିଓ ଫ୍ରାନ୍ସ ଦେଶର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False