
25 ମାର୍ଚରେ ଜଣେ ଫ୍କେବୂକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରି ଏହା କହିଛନ୍ତି ଯେ ଇଟାଲୀ ରେ ଗୋଟେ ଛୁଆ ଆକାଶକୁ ଚାହିଁ ତା ‘ମା’ କୁ ଡାକ ଛାଡୁଛି ! କିନ୍ତୁ ତା ମା କୋରନା ଭୂତାଣୁ ରେ ମୃତ୍ୟୁ ଘଟିଛି ।ଏଥିରୁ ଜଣାପଡୁଛି ମା ର ମୃତ ଶରୀର କୁ ସେ ପିଲାଟି ଦେଖିନାହିଁ ବା ଦେଖିବାକୁ ଦିଆଯାଇନାହିଁ ।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଇନଭିଡ ଗୁଗୁଲ କ୍ରୋମ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ଏହି ଫ୍ରେମ ଗୁଡ଼ିକର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଟି.ଏନ.8 ଟିଭି ସାଇଟରେ ଛପି ଥିବା ଗୋଟିଏ ଅନୁଛେଦ ମିଳିଲା।
21 ଫେବ୍ରୁଆରି ରେ ଟି.ଏନ8 ସାଇଟରେ ଛପି ଥିବା ଅନୁଛେଦରେ ଏହା କୁହା ଯାଇଅଛି ଯେ ଏହି ଭିଡିଓରେ ଗୋଟିଏ ଗୋଟିଏ ବ୍ହୁଆ ତାରା କୁ ଦେଖି ଏପରି ଚିଲାଉଛି ଯେମିତି ସେଇଟା ତା ମାଁ ଅଟନ୍ତି। ଏହି ଭିଏଅ ବିଭିନ୍ନ ସୋସିଆଲ ମିଡିଆରେ ଅନେକ ଲୋକଙ୍କୁ ଭାବୁକ କରିଛି। ଭିଡିଓରେ ଛୁଆଟି ତାରାକୁ ଦେଖି କହୁଛି ଯେ ସେଇଟା ତା ମାଁ। ଏହି ଛୁଆ ସହିତ ଥିବା ଯୁବତୀ ଛୁଆ କୁ ପଚାରୁଛନ୍ତି ଯେ ତା ମାଁ କେଉଁଠି ଅଛନ୍ତି? ଏହି ଛୁଆ ନିଜକୁ ଆକାଶ କୁ ଦେଖିବା ଠାରୁ ଅଟକାଇ ପାରୁ ନାହିଁ। ଏହି ଅନୁଛେଦରେ ସେଶ ଆଡ଼କୁ ଏହା କୁହା ଯାଇଅଛି ଯେ ଏଲ କମର୍ଷିଓ ପୋର୍ଟାଲ ଅନୁସାରେ ଏହି ଭିଡିଓଟି ଏଲ ସାଲ୍ଭାଡୋର ଦେଶରେ ରେକର୍ଡ କରା ଯାଇଅଛି।
ଏହା ପରେ ଆମେ ଦେଖିବାକୁ ଚାହିଁଲୁ ଯେ ଏହି ଏଲ ସଲ୍ଭାଡୋର ଦେଶ କେଉଠି ଅଛି। ଆମେ ଗୁଗୁଲ ମ୍ୟାପରେ ଯାଇ ଏଲ ସାଲ୍ଭାଡୋର ଲେଖି ସର୍ଚ କରିଲୁ। ଆମେ ଦେଖିବାକୁ ପାଇଲୁ ଯେ ଏଲ ସଲ୍ଭାଡୋର ମଧ୍ୟ ଆମେରିକାରେ ଥିବା ଗୋଟିଏ ଦେଶ ଓ ଇଟାଲୀ ୟୁରୋପରେ ଥିବା ଦେଶ।
ଆମକୁ 17 ଫେବ୍ରୁଆରିରେ ଏହି ଭିଡିଓ ୟୁଟ୍ୟୁବରେ ପୋଷ୍ଟ ହେଇଛି। ଏହି ଭିଡିଓରେ କୁହା ଯାଇଅଛି ଯେ ଏଲ ସଲ୍ଭାଡୋର ଦେଶରେ ଗୋଟିଏ ବସ ଦୁର୍ଘଟଣାରେ ଏହି ଛୁଆର ମାଁଙ୍କର ମୃତ୍ୟୁ ହେଇ ଯାଇଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବା କୁ ପାଇଲୁ ଯେ ଏହି ଭିଡିଓ ଏଲ ସାଲ୍ଭାଡୋର ଦେଶର ଅଟେ। ଏହି ଭିଡିଓର ଇଟାଲୀ ବା ଏହି ଛୁଆ ର ମାଁର କୋରୋନା ରୁ ସଂକ୍ରମିତ ହୋଇ ମୃତ୍ୟୁ ହେବା ସହିତ କୌଣସି ସମ୍ପର୍କ ନାହିଁ। ଏଲ ସଲ୍ଭାଡୋର ଦେଶରେ ହେଇଥିବା ଗୋଟିଏ ବସ ଦୁର୍ଘଟଣାରେ ଏହି ଛୁଆର ମାଁଙ୍କ ର ମୃତ୍ୟୁ ହେଇଥିଲା। ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ଏହି ଛୁଆର ମାଁ କୋରୋନା ଭାଇରସ ସଂକ୍ରମିତ ହେଇ ଇଟାଲୀରେ ନିଜ ପ୍ରାଣ ତ୍ୟାଗୀ ଥିଲେ? ଜାଣନ୍ତୁ ସତ୍ୟ କଣ।
Fact Check By: Siddharth SahuResult: False