
ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମୁସଲମାନ ମାନଙ୍କ ଧର୍ମପୀଠ ମକ୍କାର ଅଟେ। ଭିଡିଓରେ ଦେଖିବାକୁ ମିଳିଛିଜେ ଲୋକଙ୍କ ଏକ ବିଶାଳ ସମାଗମ ମକ୍କା ପରିଦର୍ଶନ କରୁଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ କିଛି ଢାଳିଛନ୍ତି। ଏହା ପରେ ଲୋକେ ତାଙ୍କୁ ଅଟକାଇବା ସହିତ ପୋଲିସ ମଧ୍ୟ ହସ୍ତକ୍ଷେପ କରୁଛି।
ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ଜଣେ ଇରାନୀ ଯୁବକ ଯେ ମକ୍କାରେ ଦୁଧ ଢାଳି କହୁଛି ଯେ ତାଙ୍କ ପୂର୍ବଜ ହିନ୍ଦୁ ଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ବ୍ୟକ୍ତି ଜଣେ ସାଉଦୀ ଦେଶର ବାସିନ୍ଦା ଯିଏ ନିଜକୁ ନିଆ ଲଗାଇ ଆତ୍ମହତ୍ୟା କରିବାର ଉଦ୍ଦୟମ କରୁଛନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ମକ୍କା ମୁସଲିମମାନଙ୍କ ପବିତ୍ର ଧର୍ମପୀଠ ଯେଉଁଠିକି ଆଗରୁ ମକେଶ୍ବର ମହାଦେବ ଥିଲେ ଓ ଯେଉଁଠି ଶିବଲିଙ୍ଗକୁ ବନ୍ଦୀ କରି ରଖାଯାଇଛି, ସେଠାରେ ଇରାନୀର ଜଣେ ଯୁବକ ଦୁଧ ଢ଼ାଳି କହିଲେ ଯେ ଆମ ପୂର୍ବଜ ହିନ୍ଦୁ ଥିଲେ”
ସମାନ ଭିଡିଓ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ଭାଇରାଲ ହେଇଥିବା ଦେଖିବାକୁ ପାଇବେ।
ଟୁଇଟରରେ ମଧ୍ୟ ସମାନ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଜଣେ ଇରାନୀ ଯୁବକ ମକ୍କା ଉପରେ ଦୁଧ ଢାଳି କହୁଛି ଯେ ତାଙ୍କ ପୂର୍ବଜ ହିନ୍ଦୁ ଥିଲେ ଏବଂ ଏହା ମକ୍କା ନୁହେଁ ବରଂ ଗୋଟିଏ ଶିବଳିଙ୍ଗ।
ଆମ ଅନୁସନ୍ଧାନ:
ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୨୭ ଜୁନ୍ ୨୦୧୮ ମସିହାରେ ସମାନ ଭିଡିଓ ବିଷୟରେ ଦି ଉର୍ଦୁ ତିଚର ନାମକ ଚ୍ୟାନାଲରେ ସମାନ ଭିଡିଓ ବିଷୟରେ କିଛି ସୂଚନା ମିଳିଲା। ସୂଚନା ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି କାବାକୁ ପେଟ୍ରୋଲ୍ ଢାଳି ନିଆ ଲଗାଇବାର ଚେଷ୍ଟା କରିଥିଲା। ପେଟ୍ରୋଲ ଢାଲୀଳା ପରେ ଏହି ବ୍ୟକ୍ତି ଆରବୀ ଭାଷାରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ କିଛି କହିଥିଲା। କିନ୍ତୁ ନିଆ ଲଗାଇବାରେ ସଫଳ ହେବା ପୂର୍ବରୁ ସେଠିକାର ଲୋକ ମାନେ ତାକୁ ଅଟକାଇଥିଲେ। ଏହା ପରେ ସେଠିକାର ସିକ୍ଯୁରିଟି ଆସି ସେହି ବ୍ୟକ୍ତିକୁ ଗିରଫ କରିଥିଲା।
କିନ୍ତୁ ସମାନ ଭିଡିଓ ଆମକୁ ୭ ଫେବୃଆରି ୨୦୧୭ ମସିହାରେ ୟୁଟ୍ଯୁବରେ ପ୍ରସାରିତ ହେଇଥିବା ମିଳିଲା।
ଉପରୋକ୍ତ ତଥ୍ୟକୁ ନଜରରେ ରଖି ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସେହି ଘଟଣା ବିଷୟରେ ୭ ଫେବୃଆରି ୨୦୧୭ ରେ ଗଲ୍ଫ୍ ନ୍ୟୁଜ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ମକ୍କାର କାବା ନିକଟରେ ଛିଡା ହେଇଥିବା ବ୍ୟକ୍ତିକୁ ସେଠିକାର ସେକ୍ଯୁରିଟି ମାନେ ଗିରଫ କରିଛନ୍ତି। ଏହି ବ୍ୟକ୍ତି କାବାକୁ ନୁହେଁ ବରଂ ନିଜକୁ ନିଆ ଲଗାଇବା ପାଇଁ ଚେଷ୍ଟା କରୁଥିଲା। ବ୍ୟକ୍ତିଟି ସାଉଦୀ ଦେଶର ବାସିନ୍ଦା ଥିଲା।

ଡେଲି ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ନିଜ ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଜକୁ ନିଆ ଲଗାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ସେ ସଫଳ ହେବା ପୂର୍ବରୁ ତାକୁ ଗିରଫ କରା ଯାଇଥିଲା। ସେଠି ଉପସ୍ଥିତ ଥିବା ଜଣେ ତୀର୍ଥଯାତ୍ରୀ ଡେଲି ଏକ୍ସପ୍ରେସକୁ କହିଥିଲେ ଯେ ଯେତେବେଳେ ସେ କାବାର ପରିଦର୍ଶନ କରୁଥିଲେ ସେତେବେଳେ ସେ ଜଣେ ବ୍ୟକ୍ତିକୁ କାବା ଉପରେ ପେଟ୍ରୋଲ୍ ଢାଳୁଥିବା ଦେଖିଥିଲେ। ଏହା ପରେ ସେ ଏବଂ ଅନ୍ୟ ତୀର୍ଥଯାତ୍ରୀ ମାନେ ସେହି ଲୋକକୁ ଧରି ମକ୍କାର ସିକ୍ଯୁରିଟିକୁ ଡାକି ଥିଲେ। କିନ୍ତୁ ରିପୋର୍ଟ ବାବଦ ମଧ୍ୟ ପୋଲିସ ଦାବି କରିଛି ଯେ ସେହି ବ୍ୟକ୍ତି କାବାକୁ ନୁହେଁ ବରଂ ନିଜକୁ ନିଆ ଲଗାଇବାକୁ ଚେଷ୍ଟା କରୁଥିଲା।
ସମାନ ଭିଡିଓ ଡେଲି ଟାଇମ୍ସର ଟୁଇଟର ହେଣ୍ଡେଲରେ ମଧ୍ୟ ଟୁଇଟ ହେଇଥିବା ମିଳିଛି। ଏହି ଭିଡିଓ ସହିତ କୁହା ଯାଇଛି ଯେ ଜଣେ ବ୍ୟକ୍ତି ପବିତ୍ର କାବା ଉପର ପେଟ୍ରୋଲ୍ ଢାଳୁଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଜଣା ପଡିଛି ଯେ ଭାଇରାଲ ଭିଡିଓ 2017 ମସିହାର ଅଟେ ଯେତେବେଳେ ସାଉଦୀ ଦେଶର ବାସିନ୍ଦା କାବା ଏବଂ ନିଜ ଉପରେ ପେଟ୍ରୋଲ୍ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ସେହି ବ୍ୟକ୍ତି ନା କାବା ଉପରେ ଦୁଧ ଢାଳିଥିଲା ନା କାବାକୁ ଶିବଳିଙ୍ଗ ବୋଲି ଦାବି କରିଥିଲା।

Title:କ’ଣ ଜଣେ ଇରାନୀ ଯୁବକ ମକ୍କା ଧର୍ମପୀଠରେ ଦୁଧ ଢାଳି କହୁଛି ଯେ ତାଙ୍କର ପୂର୍ବଜ ହିନ୍ଦୁ ଥିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
