କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଆଇ ଯେଏନୟୁ ପହଞ୍ଚିଲା ପରେ ଏହି ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା? ଜାଣନ୍ତୁ ସତ୍ୟ।

False Political

ଯେଏନୟୁରେ କିଛି ବଡ଼ ଧରଣ ଘଟିବା ନୂଆ କଥା ନୁହେଁ। ସମୟ-ସମୟରେ କିଛି ନା କିଛି ଘଟଣା ପାଇଁ ଯେଏନୟୁ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଚର୍ଚାରେ ରହେ। ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଗୋଟିଏ ଉତ୍ସବ ପାଳନ ହେଉଥିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓରେ ଲୋକଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଛି ଯେଉଁଥିରେ “ନିମ କା ପତ୍ତା କଡ଼ବା ହେ, ପାକିସ୍ତାନ **** ହେ ଏବଂ ଜିସକୋ ଚାହିଏ ଅଫଜଳ ଖାନ ଉଷକୋ ଭେଜୋ ପାକିସ୍ତାନର ନାର ଲାଗୁଥିବା ଶୁଣିବାକୁ ମିଳିଛି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।

କ’ଣ ଦାବି ଏହି ପୋଷ୍ଟର?

୧୬ ନଭେମ୍ବର ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ଶେୟାର କରି ଦାବି କରିଛନ୍ତି ଯେ, “****”

(Archive Link)

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ କି କ’ଣ ବିଗତ କିଛି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଏନୟୁ ପରିଦର୍ଶନ କରିଥିଲେ? ସର୍ଚ କରିଲା ପରେ ଆମକୁ ୧୨ ନଭେମ୍ବର ରେ ଏନଡିଟିଭିଦ୍ଵାରା ୟୁଟ୍ୟୁବରେ ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଙ୍ଗ ମାଧ୍ୟମରୁ ଯେଏନୟୁରେ ସ୍ଵାମୀ ବିବେକାନନ୍ଦଙ୍କ ମୂର୍ତି ଉନ୍ମୋଚନ କରିଛନ୍ତି। 

ଏହି ସମ୍ବାଦରୁ ସ୍ପଷ୍ଟ ହେଲା ଯେ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଯେଏନୟୁ ପରିଦର୍ଶନ କରି ନାହାନ୍ତି। 

ଟେଇତତରରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ୨୫ ସେପ୍ଟେମ୍ବର ୨୦୧୮ ମସିହାରେ ପୋଷ୍ଟ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଏହି ଭିଡିଓ ଚଳିତ ବର୍ଷର ନୁହେଁ। ଏହା ଗୋଟିଏ ପୁରୁଣା ଭିଡିଓ ଅଟେ। 

https://twitter.com/rai_shailendraa/status/1044524107788734465

Archive

ଫେକଟ କୃସେଣ୍ଡୋ ଏହି ବିଷୟରେ ତଥ୍ୟ ଜାଣିବା ପାଇଁ ଜେଏନୟୁ ଛାତ୍ର ସଂଘ ସଚିବ ସନ୍ଦିପ ସୌରବଙ୍କ ସହିତ ଫୋନର କଥା ହେଲା। ଜେଏନୟୁ ଛାତ୍ର ସଂଘ ସନ୍ଦିପ ଆମକୁ କହିଲେ, “ଏହି ଭିଡିଓ ଜେଏନୟୁର ନୁହେଁ। ଭିଡିଓରେ ଲୋକଙ୍କ ଜନସମାଗମ ମଧ୍ୟରେ ଗୋଟିଏ ଟ୍ରକ ଯାଉଥିବା ଦେଖିବାକୁ ମିଳିଛି। ଜେଏନୟୁରେ ଯେଉଁ ସ୍ଥାନରେ ସମାବେଶ ହୁଏ ସେହି ସ୍ଥାନରେ ଗାଡ଼ି ଚଳାଚଳ ପାଇଁ କୌଣସି ରାସ୍ତା ନାହିଁ। ଭିଡିଓ ଦେଖି ସନ୍ଦେହ ହେଉଛି ଯେ ଏହା ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିର ଦୃଶ୍ୟ ଅଟେ।“ ଏହା ପରେ ଆମେ ତାଙ୍କୁ ସୂଚିତ କରାଇଲୁ ଯେ ଏହି ଭିଡିଓ ୨୦୧୮ ମସିହାର ଅଟେ ଏବଂ ଦାବି କରା ଯାଇଅଛି ଯେ ମୋଦୀଜିଙ୍କ ଜେଏନୟୁ ପରିଦର୍ଶନ ପରେ ଏହି ସମାବେଶ ଦେଖିବାକୁ ମିଳିଛି। ଏହା ନେଇ ସନ୍ଦିପ ଆମକୁ କହିଲେ, “୨୦୧୮ ମସିହାରେ ମୋଦୀଜି ଜେଏନୟୁ ପରିଦର୍ଶନରେ ଆସିନଥିଲେ। ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। “

ଏହା ଦ୍ଵାରା ପ୍ରମାଣ ହେଲା ଯେ ଭିଡିଓରେ ଥିବା ଦୃଶ୍ୟ ଜେଏନୟୁର ନୁହେଁ। 

ଏହି ଭିଡିଓ କେଉଁ ସ୍ଥାନର?

ଏହା ପରେ ଆମେ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟି ଛାତ୍ର ସଂଘରେ ମଧ୍ୟ ଫୋନ କରି କଥା ହେଳୁ। ସେଠିକାର ଛାତ୍ର ସଂଘକହିବା ଅନୁଯାୟୀ ଭିଡିଓରେ ଥିବା ଦୃଶ୍ୟ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିର ନୁହେଁ। ଏପରି କୌଣସି ସମାବେଶ ସେଠିକାର ୟୁନିଭର୍ସିଟିରେ ଗତ କିଛି ବର୍ଷରେ ହେଇ ନାହିଁ।

ଆମେ ଫେସବୁକରେ ବିଭିନ୍ନ ମୁଖ୍ୟଶବ୍ଦ ଦେଇ ସର୍ଚ କରିଲା ପରେ ଏହି ଭିଡିଓ ଆମକୁ ୨୩ ସେପ୍ଟେମ୍ବର ୨୦୧୮ ମସିହାରେ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ “ହିନ୍ଦୁ ଜାଗୃତି ବିସର୍ଜନ ମିରାଭନୁକ” ଲେଖା ଯାଇଅଛି। ଏହା ଦ୍ଵାରା ଆମେ ଅନୁସନ୍ଧାନରେ ଅଗ୍ରଣୀ ପାଇଲୁ ଯେ ଏହା ଗୋଟିଏ ପର୍ବର ଉତ୍ସବ ସମାବେଶ ଅଟେ ଯେଉଁଟା ହିନ୍ଦୁ ଜାଗୃତି ନାମକ ସଂସ୍ଥା ଆୟୋଜିତ କରିଥିଲା।  ଏହି ଭିଡିଓ ଦେଖିଲାର କିଛି ସମୟ ପରେ ୟୁଜର ଭିଡିଓ ଡିଲିଟ କରି ଦେଲେ। କିନ୍ତୁ ଫେକ୍ଟ କୃସେଣ୍ଡୋ ଏହି ଭିଡିଓ ଆର୍କାଇଭ୍ କରି ସାରିଥିଲା। ତଳେ ଦିଆ ଯାଇଥିବା ଲିଙ୍କରେ କ୍ଲିକ୍ କରି ଆପଣ ଭିଡିଓ ଦେଖି ପାରିବେ।

Archive

ଏହା ପରେ ଆମେ ଗୁଗୁଲରେ ଯାଇ ହିନ୍ଦୁ ଜାଗୃତି ସଂସ୍ଥା ସର୍ଚ କରି ତାଙ୍କ ସହିତ କଥା ହେଳୁ। ହିନ୍ଦୁ ଜାଗୃତି ସଂସ୍ଥା କହିବା ଅନୁଯାୟୀ ଏହି ଭିଡିଓ ୨୦୧୮ ମସିହାରେ ଥାନେ ଜିଲ୍ଲା ଅନ୍ତର୍ଗତ ନାଉପଡ଼ା ଅଞ୍ଚଳରେ ଗୋଖାଲେ ରୋଡ଼ରେ ଗଣେଶ ବିଶାରହଣ ଉତ୍ସବ ପାଇଁ ଆୟୋଜିତ କରା ଯାଇଥିବା ଭିଡିଓ ଅଟେ। ପାକିସ୍ତାନ ବୀରୁଧରେ ନାରା ଲଗାଇବା କାରଣ ପଚାରିବାରୁ ସଂସ୍ଥା ଆମକୁ କହିଲା, “ହିନ୍ଦୁ ଆଉ ଦେଶରେ ଏକତା ଆଣିବା ଉଦ୍ଦେଶ୍ୟରେ ଏପରି ନାରା ଲଗା ଯାଇଥିଲା।“

map.jpg

Google Map

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ଜେଏନୟୁର ହେଇଥିବା ଦାବି ମିଥ୍ୟା ଅଟେ ଏବଂ ଏହି ସମାବେଶର ମୋଡିଜି ସହିତ କୌଣସି ସମ୍ବନ୍ଧ ନାହିଁ। ପ୍ରକୃତର ଭିଡିଓ ୨୦୧୮ ମସିହାରେ ମାହାରାଷ୍ଟ୍ରର ଥାନେ ଜିଲ୍ଲାର ନାଉପାଡ଼ା ଅଞ୍ଚଲରେ ଗଣେଶ ବିସର୍ଜନ ସମୟର ଭିଡିଓ ଅଟେ। 

Avatar

Title:କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଆଇ ଯେଏନୟୁ ପହଞ୍ଚିଲା ପରେ ଏହି ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *