କ’ଣ ଆସାମ ମୁଖ୍ୟମନ୍ତ୍ରୀ ଉଜ୍ଜୈନରେ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ସମ୍ବନ୍ଧରେ ଏହି ଭିଡିଓରେ ବିବୃତ୍ତି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

False Political

କିଛି ଦିନ ପୂର୍ବରୁ ମଦ୍ୟପ୍ରଦେଶର ଉଜ୍ଜୈନ ସହରରେ ମୋହରମ ପର୍ବ ଅବସରରେ କିଛି ଲୋକେ ପାକିସ୍ତାନ ଜିନ୍ଦାବାଦ ଉଠାଇଥିଲେ। ଏହି ଘଟଣା ନେଇ ପୋଲିସ ୪ ଟି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମଧ୍ୟପ୍ରଦେଶର ଉଜ୍ଜୈନରେ ଉଠିଥିବା ପାକିସ୍ତାନ ଜିନ୍ଦାବାଦ ନାରା ବିଷୟର ସମ୍ବନ୍ଧରେ କିଛି କହୁଥିବା ଶୁଣିବାକୁ ପାଇଲୁ। 

ଏହି ଭିଡିଓରେ ବ୍ୟକ୍ତି ଜଣ କହୁଛନ୍ତି, “ଉଜ୍ଜୈନର ଘଟଣା ସାମନାକୁ ଆସିଛି। ଆମେ କହିଦେଇଛୁ ଯେ ନମାଜ ପଢିବାରେ କୌଣସି ପ୍ରତିବନ୍ଧ ନାହିଁ, ରୋଜା ମଧ୍ୟ ରଖ,  ସେଥିରେ ମନା ନାହିଁ, ମୋହରମର ଜୂଲୁସ ବାହର କରିବାର ଅଛି ଯଦି ଜୂଲୁସ ବାହାର କରନ୍ତୁ, ସେଥିରେ ମଧ୍ୟ ମନା ନାହିଁ, କିନ୍ତୁ ଗୋଟିଏ କଥା କାନ ଖୋଲି ସମସ୍ତଙ୍କୁ ବୁଝିବା ଆବଶ୍ୟକ ଯେ ଏଇଟା ହିନ୍ଦୁସ୍ତାନ ଅଟେ। ଏଠାରେ ସମସ୍ତେ ବାବା ସାହାବନ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବେ। ଭାରତର ଭୂମିରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗେଇଲେ କୁଚଳେଇ ଦିଆ ଜୀବ। ଆମେ ମୁଲ୍ଲା ଏବଂ ମୌଲବୀଙ୍କୁ କହି ଦେବାକୁ ଚାହୁଞ୍ଚୁ ଯେ ଖୁବ ତାଲିମଏ ଶିକ୍ଷା ଦିଅ କିନ୍ତୁ ବଟେଇ ଦିଅ କି ଏଇ ଦେଶ ହିନ୍ଦୁସ୍ତାନ ଅଟେ। ଯେତେବେଳେ ଏହି ଦେଶ ହିନ୍ଦୁସ୍ତାନ ଅଟେ ତେବେ ଏହି ଦେଶରେ ହିନ୍ଦୁସ୍ତାନ ଜିନ୍ଦାବାଦର ନାରା ଲାଗିବା କଥା କି ପାକିସ୍ତାନ ଜିନ୍ଦାବାଦର ନାରା ଲାଗିବା ଉଚିତ୍?”

ଏହି ଭିଡିଓ ପୋଷ୍ଟ କରି ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତିଯ ଭିଡିଓରେ ଥିବା ବ୍ୟକ୍ତି ଆସାମର ମୁଖ୍ୟମନ୍ତ୍ରୀ ଅଟନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଆନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜୋତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ୨୨ ଅଗଷ୍ଟରେ ସମାନ ଭିଡିଓ ଟୁଇଟରରେ ପ୍ରସାରିତ ହେଇଥିବା ମିଳିଲା। ଟୁଇଟରୁ ଆମକୁ ସୂଚନା ମିଳିଲା ଯେ ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ରାମେଶ୍ଵର ଶର୍ମା ଅଟେ। 

https://twitter.com/Ramprasadjetty/status/1429504895086850048

Archive

ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହିବିଷୟରେ ସର୍ଚ କରିଲୁ। ୨୧ ଅଗଷ୍ଟରେ ଆଇବିସି ୨୪ ପତ୍ରିକା ୱେବସାଇଟରେ ପ୍ରକାଶିତ ଏକ ସମ୍ବାଦରେ ଏହି ଘଟଣା ନେଇ ସୂଚନା ମିଳିଲା। ଏହି ସଂବାଦରେ କୁହା ଯାଇଛି ଯେ ଉଜ୍ଜୈନରେ ଉଠାଯାଇଥିବା ପାକିସ୍ତାନ ଜିନ୍ଦାବାଦ ନାରା ପ୍ରସଙ୍ଗରେ ବିଧାୟକ ରାମେଶ୍ଵର ଶର୍ମାକହିଛନ୍ତି ଯେ ବାବାସାହେବଙ୍କ ଦ୍ଵାରା ପ୍ରସ୍ତୁତ ସମ୍ବିଧାନ ଅନୁଯାୟୀ ଏହି ଦେଶ ଚାଲିବ। 

ibc24.jpg

IBC 24 | Archive

ଏହା ପରେ ଆମେ ୟୁଟ୍ୟୁବରେ ଯାଇ ଭାଇରାଲ ଭିଡିଓ ବିଷୟରେ ସର୍ଚ କରିଲୁ। ଫଳାଫଳରେ ଆମକୁ 21 ଅଗଷ୍ଟରେ ଆଇ.ଏନ.ଏଚ୍ ନ୍ୟୁଜ ଦ୍ଵାରା ପ୍ରସାରିତ ଏକ ଭିଡିଓ ମିଳିଲା। ଏହି ଭିଡିଓର ଶୀର୍ଷକରେ ଲେଖା ଯାଇଛି “ବିଜେପି ବିଶାୟକ ରାମେଶ୍ଵର ଶର୍ମାଙ୍କ ବିବୃତ୍ତି- ମାଁର କ୍ଷୀର ପିଇଛ ଯଦି କିଛି ଦିନ ତାଲିବାନ – ଆଫଗାନିସ୍ତାନରେ ରହିକି ଦେଖାଅ”

https://www.youtube.com/watch?v=8gX1zIl5qu4

ନିମ୍ନରେ ଆପଣ ମାନେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଏବଂ ରାମେଶ୍ଵର ଶର୍ମାଙ୍କ ମଧ୍ୟରେ ତୁଳନା ଦେଖି ପାରିବେ। 

https://lh5.googleusercontent.com/5L2PL8GEZJb-jRXbwzddly4fC9SA0hFRlIZiqxzDJ_iME5IFmYPzGd_NeG4vwW6mRMCKEnvWzwdx9wJpvp3IFELFTqR11QQQGM5c9A_agkUdmfvqvahf6ZlwBNJ8VhiTxM8g_TA=s0

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ମଧ୍ୟପ୍ରଦେଶର ବିଜେପି ଦଳ ବିଧାୟକ ରାମେଶ୍ଵର ଶର୍ମା ଅଟନ୍ତି। ରାମେଶ୍ଵର ଶର୍ମାଙ୍କ ଭିଡିଓକୁ ଆସାମର ମୁଖ୍ୟମନ୍ତ୍ରୀଙ୍କ ନାମରେ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ଆସାମ ମୁଖ୍ୟମନ୍ତ୍ରୀ ଉଜ୍ଜୈନରେ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ସମ୍ବନ୍ଧରେ ଏହି ଭିଡିଓରେ ବିବୃତ୍ତି ଦେଉଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *