କ’ଣ ଭିଡିଓରେ ଥିବା ଦୃଶ୍ୟ ଆମେରିକାରେ ହିନ୍ଦୁ ମାନଙ୍କର ଦ୍ଵାରା ଦୀପାବଳି ପାଳନ କରା ଯାଉଛି? ଜାଣନ୍ତୁ ସତ୍ୟ।

False Social

ଗତ କାଲୀ ଦେଶର ଏକ ମାହାନ ପର୍ବ ଦୀପାବଳି ପର୍ବ ପାଳନ ହୋଇଥିଲା। ଭାରତରେ ଦୀପାବଳି ଉତ୍ସାହ ସହିତ ପାଳନ ହେଛି। କିନ୍ତୁ ସୋସିଆଲ ମିଡିଆରେ ଆମେ ଅନେକ ପୋଷ୍ଟ ଦେଖିଲୁ ଯେଉଁଥିରେ ପର୍ବ ବିନା ବାଣ ଫୋଟାଇ ପାଳନ କରିବା ପ୍ରେରଣା ଦିଆ ଯାଇଛି। ସିନେମା ଜଗତର କଳାକାର ଏବଂ ଅନେକ ପ୍ରସିଦ୍ଧ ଲୋକେ ଏହି କଥାକୁ ଗୁରୁତ୍ଵ ଦେଇଛନ୍ତି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଯେତେବେଳେ ଭାରତରେ ହିନ୍ଦୁ ମାନେ ପଙ୍ଗୁ ହେଇ ବସିଛନ୍ତି ସେତେବେଳେ ଆମେରିକାରେ ହିନ୍ଦୁ ମାନେ ଏହି ପର୍ବ ପାଳନ କରୁଛନ୍ତି। 

କ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଚଳିତ ବର୍ଷ ୧୪ ଜୁଲାଇ ରେ ୟୁଟ୍ୟୁବରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓ ସହିତ କୁହା ଯାଇଛି ଯେ ଏହା ଥାଇଲାଣ୍ଡ ଦେଶ ବାଇଶାତୁନ ମାଜୁ ପର୍ବର ଦୃଶ୍ୟ ଅଟେ। 

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଏହି ଭିଡିଓର ଦୀପାବଳି ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ଦୀପାବଳି ପୂର୍ବର ଭିଡିଓ ଅଟେ। 

ଏହା ପରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ବାଇଶାତୁନ ମାଜୁ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଜଣା ପଡିଲା ଯେ ଏହି ପର୍ବ ତାଇୱାନରେ ପାଳନ କରା ଯାଏ। 

gS.jpg

ଏହି ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଁ ଆମେ ତାଇୱାନର ଏକ ନ୍ୟୁଜ ଚ୍ୟାନାଲ ତାଇୱାନ ଇଂଗ୍ଲିଶ ସହିତ ଇମେଲ୍ ଦ୍ଵାରା ଯୋଗାଯୋଗ କରିଲୁ। ସେ ଉତ୍ତର ଦେଇ ଆମକୁ ଜଣାଇଲେ ଯେ “ଏହି ଭିଡିଓ ତାଇୱାନର ମାଜୁ ପର୍ବର ଭିଡିଓ ଅଟେ। ଭିଡିଓରେ ଥିବା ଜଣେ ବ୍ୟକ୍ତିଙ୍କର ପୋଷାକରେ天上聖 ଲେଖା ଯାଇଛି ଯେଉଁଟା ସ୍ପଷ୍ଟ କରୁଛି ଯେ ଏହା ମାଜୁ ପର୍ବ ଅଟେ। ରାସ୍ତାରେ ଲାଗିଥିବା ଗଛ ଗୁଡିକ ମୁଖ୍ୟତ କର୍ପୁର ଗଛ ଅଟେ ଯାହା ତାଇୱାନର ମୂଳ ପ୍ରଜାତି ଅଟେ। ଭିଡିଓରେ ଥିବା ଗାଡି ଗୁଡିକ ମଧ୍ୟ ତାଇୱାନର ହେଇଥିବା ଦର୍ଶାଉଛି। ମୁଁ ନିଶ୍ଚଚିତ କରି ପାରିବି ନାହିଁ ଏହା ବିଶେଷ ଭାବରେ ବାଇଶାତୁନ ମାଜୁ ପର୍ବ ଅଟେ କାରଣ ତାଇୱାନରେ ପ୍ରକୃତରେ ଅନେକ ମାଜୁ ପର୍ବ ଅଛି। କିନ୍ତୁ ଏହା ନିଶ୍ଚିତ ଭାବରେ କହି ପାରିବି ଯେ ଏହା ତାଇୱାନର ଭିଡିଓ ଅଟେ।

ସମାନ ଭିଡିଓ ଆମକୁ ତାଇୱାନର ପ୍ରସିଦ୍ଧ ନ୍ୟୁଜ ଚ୍ୟାନାଲ SETN ର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ୧୬ ଏପ୍ରିଲ ମାସରେ ପ୍ରସାରିତ ହେଇଥିବା ମିଳିଲା। 

ଭାଇରାଲ ଭିଡିଓ ଗାବିରତା ସହିତ ଦେଖିଲା ପରେ ଆମକୁ କିଛି ଲୋକଙ୍କ ପୋଷାକରେ ତାଇୱାନ ଭାଷାରେ କିଛି ଲେଖା ହେଇଥିବା ମିଳିଲା। 

TL.jpg

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ମାଜୁ ପର୍ବ ଏବଂ ଭାଇରାଲ ଭିଡିଓ ପରି କିଛି ଫୋଟୋ ତାଇୱାନ ଟୁଡେ ନାମକ ୱେବସାଇଟରେ ଦେଖିବାକୁ ମିଳିଲା। ଏହି ଫୋଟୋରେ ରଶସ୍ତାରେ ସମାନ ପ୍ରକାରର ବାଣ ପଡିଛି ଯେଉଁ ପ୍ରକାରର ଆମେ ଭିଡିଓରେ ଦେଖି ପାରୁଛୁ। ୱେବସାଇଟରେ କୁହା ଯାଇଛି ଯେ ବାଇଶାତୁନ ମାଜୁ ପର୍ବର ୧୨ ଦିନରେ ଭକ୍ତ ମାନେ ବାଣର ଏକ ଲଡି ପାର୍ଶ୍ଵରେ ଚାଲୁଛନ୍ତି। 

TT.jpg

ଅଧିକ ସର୍ଚ୍ଚ କରିଲା ପରେ ଆମକୁ ମାଜୁ ପର୍ବର କିଛି ଫୋଟୋ ଆଲାମି ୱେବସାଇଟରେ ମଧ୍ୟ ମିଳିଲା। ନିମ୍ନରେ ଆପଣ ମାନେ ସେହି ଫୋଟୋ ଗୁଡିକୁ ଦେଖି ପାରିବେ। 

2.jpg
1.jpg
3.jpg

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଆମେରିକା କିମ୍ବା ଦୀପାବଳି ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଭିଡିଓ ତାଇୱାନ ଦେଶର ମାଜୁ ପର୍ବର ଭିଡିଓ ଅଟେ।

Avatar

Title:କ’ଣ ଭିଡିଓରେ ଥିବା ଦୃଶ୍ୟ ଆମେରିକାରେ ହିନ୍ଦୁ ମାନଙ୍କର ଦ୍ଵାରା ଦୀପାବଳି ପାଳନ କରା ଯାଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *