କ’ଣ ଶସ୍ୟ ଅଖା ଉପରେ ପାଣି ଛିଞ୍ଚି ମଦ ତିଆରି କରିବା ପ୍ରଣାଳୀର ଏହି ଭିଡିଓ ପଞ୍ଜାବର ଅଟେ? ଜାଣନ୍ତୁ ସତ୍ୟ।

False Social

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଏହି ଭିଡିଓ ପଞ୍ଜାବର ଅଟେ ଯେଉଁଥିରେ କୃଷକ ମାନେ ଗୋଦାମରେ ଧାନ ଅଖା ଉପରେ ପାଣି ଚିଞ୍ଚୁଛନ୍ତି। ଏହି ପରି ଭାବରେ କୃଷକ ମାନେ ଗହମରେ ପାଣି ଢାଳି ତାକୁ ପଚେଇ ମଦ ତିଆରି ପାଇଁ ପ୍ରସ୍ତୁତ କରା ଯାଉଅଛି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଏହି ଦାବିକୁ ମିଥ୍ୟା ବୋଲି ପାଇଲା। 

Archive Link

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭିଡିଓକୁ ଇନଭିଡ ୱି ଭେରିଫାଇ ତୁଲ୍ ସାହାଜ୍ଯତାରେ ବିଭିନ୍ନଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୮ ମେ ୨୦୧୮ ମସିହାରେ ଏବିପି ସଞ୍ଝା ନ୍ୟୁଜ ଚ୍ୟାନାଲର ଅଫିସିଆଲ ୟୁଟ୍ୟୁବ କ୍ୟାନାଲରେ ଏହି ଭିଡିଓ ଦେଖିବାକୁ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ସୋସିଆଲ ମିଡିଆରେ ଦାବି ଅନୁଯାୟୀ ଗହମ ନଷ୍ଟ କରିବା ପାଇଁ ଗହମ ଅଖା ଉପରେ ପାଣି ଢଳା ଯାଉଅଛି। ଏହି ଭିଡିଓ ହରିୟାନାର ଫତେହବାଦ ଅଞ୍ଚଳର ବଜାରର ଦୁକାନ ସଂଖ୍ୟା ୧୨୪ ବି ର ଭିଡିଓ ଅଟେ। ଗହମ ଓଜନ ବଢେଇବା ପାଇଁ ଏହି ପରି କାର୍ଯ୍ୟ କରା ଯାଇଥିଲା। 

ଆମ ଅନୁସନ୍ଧାନକୁ ଆହୁରି ମଜବୁତ କରିବା ପାଇଁ ଆମେ ଫତେହବାଦ ଶସ୍ୟ ବଜାର ସଚିବ ସଂଜୀବ ସଚଦେବଙ୍କ ସହିତ ସମ୍ପର୍କ କରିଲୁ। ତାଙ୍କ କହିବା ଅନୁଯାୟୀ, “ଏହି ଭିଡିଓ ଫତେହବାଦର ଶସ୍ୟ ବଜାରର ଭିଏଅ ଅଟେ ଯେଉଁଠାରେ ଜଣେ ଦୋକାନ କର୍ମଚାରି ଧାନର ଓଜନ ବଢେଇବା ପାଇଁ ଧାନ ଅଖା ଉପରେ ପାଣି ଢାଳୁ ଥିଲା। ଏହି ଘଟଣା ଆମ ନଜରକୁ ଆସିଲା ପରେ ଆମେ ଏକ ସପ୍ତାହ ପାଇଁ ବ୍ୟବସାୟୀଙ୍କ ଲାଇସେନ୍ସ ପ୍ରତ୍ୟାହାର କରି ନେଇଛୁ। ବ୍ୟବସାୟୀ ଲିଖିତ ଆକାରରେ କ୍ଷମା ମାଗିଲେ ଏବଂ ଏପରି ଘଟଣା ଆଉ ଘଟିବ ନାହିଁ ବୋଲି ଆଶ୍ଵାସନ ଦେଇଛନ୍ତି।“ 

ଏଥିସହ ସଞ୍ଜୀବ ସଚଦେବଙ୍କ ଦ୍ଵାରା ବ୍ୟବସାୟୀଙ୍କୁ ପଠାଯାଇଥିବା ବିଜ୍ଞପ୍ତି ଏବଂ ପରେ ବ୍ୟବସାୟୀଙ୍କ ଦ୍ଵାରା ଲିଖିତ କ୍ଷମା ପ୍ରାର୍ଥନା ଆପଣ ତଳେ ଦିଆ ଯାଇଥିବା ଫୋଟୋରେ ଦେଖି ପାରିବେ। 

ca62513d-442c-4ca7-aa19-e2e2382f4da7.jpg
b6ea7054-fd74-47f1-8b43-44040370c2f9.jpg

ଶେଷକଥା: 

ଆମର ଅନୁସନ୍ଧାନରେ ଈପରୋକ୍ତ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପ୍ରମାଣିତ ହେଇଛି। ପୋଷ୍ଟ କର ଯାଇଥିବା ଭିଡିଓଟି ହରିୟାଣାର ଫତେହବାଦ ଅଞ୍ଚଳର ଶସ୍ୟ ବଜାରର ଘଟଣା ଅଟେ ଏବଂ ଏହା ୨୦୧୭ ମସିହାର ଘଟଣା ଅଟେ। ପଞ୍ଜାବର ଭିଡିଓ କହି ଗୁଜବ ସୃଷ୍ଟି କରଆ ଯାଉଅଛି।

Avatar

Title:କ’ଣ ଶସ୍ୟ ଅଖା ଉପରେ ପାଣି ଛିଞ୍ଚି ମଦ ତିଆରି କରିବା ପ୍ରଣାଳୀର ଏହି ଭିଡିଓ ପଞ୍ଜାବର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *