
ସୋସିଲା ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତା ଉପରେ ରଖା ଯାଇଥିବା ଭାରତର ଜାତୀୟ ପତକା ଉପରେ କିଛି ଗାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ଲୋକେ ପାକିସ୍ତାନର ପତକା ମଧ୍ୟ ଧରିଥିବା ଦେଖା ଯାଉଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ କେରଳର ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ପାକିସ୍ତାନର କରାଚି ସହରର ଅଟେ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ କେରଳର ଅଟେ। ଏହା ସହିତ କୁହା ଯାଇଛି ଯେ “କେରଳରେ ଜିହାଡି ମାନେ ସ୍ପଷ୍ଟରୂପେ ରାଷ୍ଟ୍ରକୁ, ସନାତନ ଧର୍ମ, ସଂସ୍କୃତି ଓ ହିନ୍ଦୁ ଦେବାଦେବୀ ମାନଙ୍କୁ କଦର୍ଯ୍ୟ ଢଙରେ ଗାଳି କରିବା ସହ ରାଷ୍ଟ୍ରୀୟ ଧ୍ଵଜକୁ ପଦଦଳିତ କରି ‘ନାରା-ଏ-ତକବିର’ ଭଳି ଅନ୍ତିମ ସମବେତ ଚିତ୍କାର ଭରା ଆହ୍ଵାନକୁ ସରକାର ଭୟଭୀତ ଅଛି।“
ଏହି ଭିଡିଓ ଫେସବୁକରେ ଭାରି ପରିମାଣରେ ସେୟାର କରା ଯାଉଛି।

ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓର ଏକ ଫୋଟୋ ଗୋଟିଏ ଟୁଇଟରେ ମିଳିଲା ଯାହାକି ୧୦ ମାର୍ଚ୍ଚ ୨୦୨୦ ରେ ପୋଷ୍ଟ କରା ଯାଇଥିଲା।
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହି ଭିଡିଓ ପୁରୁଣା ଅଟେ। କିନ୍ତୁ କ’ଣ ଏହା କେରଳର ଭିଡିଓ ଅଟେ? ଆସନ୍ତୁ ଜାଣିବା।
ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମକୁ ‘ସନମ ବୁଟିକ୍’ ନାମରେ ଏକ ଦୋକାନ ଦେଖିବାକୁ ମିଳିଲା। ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଦୋକାନ ପାକିସ୍ତାନର କରାଚି ସହରର ତାରିକ ରୋଡ୍ ନାମକ ସ୍ଥାନରେ ଅବସ୍ଥିତ ଅଟେ।
କରାଚି ଷ୍ଟ୍ରିଟ୍ ଭ୍ୟୁ- ପାକିସ୍ତାନ ନାମକ ୟୁଟ୍ୟୁବ ଚ୍ୟାନାଲର ୧୫ ମିନିଟ ୫୮ ସେକେଣ୍ଡ ରେ ଭାଇରାଲ ଭିଡିଓର ସ୍ଥାନ ଦେଖିବାକୁ ମିଳିଛି।
ନିମ୍ନରେ ଆପଣ ମାନେ ଫୋଟୋର ତୁଳନା ଦେଖି ପାରିବେ।

ଏହା ବାବଦ ଆମକୁ ଉପରୋକ୍ତ ଭିଡିଓରେ ଗୋଟିଏ ଧଳା ରଙ୍ଗ ଭ୍ୟାନ୍ ରେ ‘ଦି ହୁନର ଫାଉଣ୍ଡେସନ୍’ ମଧ୍ୟ ଲେଖା ହେଇଥିବା ମିଳିଲା।

ଏହି ସଂସ୍ଥା ବିଷୟରେ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ପାକିସ୍ତାନର କରାଚି ସହରରେ ଅବସ୍ଥିତ ଅଟେ ଯାହାକି ଛାତ୍ର ମାନଙ୍କୁ ତେକ୍ନିକାଲ୍ ତାଲିମ ପ୍ରାଦାନ କରେ।

ଭାଇରାଲ ଭିଡିଓରେ ଦେଖା ଯାଉଥିବା ଅଟୋରିକ୍ସା ମଧ୍ୟ ଭାରତର ଅଟୋ ଠାରୁ ବିଭନ୍ନ ବୋଲି ଜଣା ପଡିଛି। ଏହି ଲିଙ୍କ୍ ରେ ଆପଣ ମାନେ କେରଳର ଅଟୋର ଫୋଟୋ ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ପାକିସ୍ତାନର ଅଟେ। ଏହି ଭିଡିଓର କେରଳର ହେଇଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ।

Title:କ’ଣ କେରଳରେ ମୁସ୍ଲିମ ମାନେ ଭାରତର ଜାତୀୟ ପତକାର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
