
କିଛି ଦିନ ପୂର୍ବରୁ କେରଳରେ ହେଇ ଥିବା ବିମାନ ଦୁର୍ଘଟଣାରେ ନିଜ ଜୀବନ ହରାଇଥିଲେ ପାଇଲାଟ୍ ଦୀପକ ବସନ୍ତ ସାଠେ। ଏହି ବିମାନ ଦୁବାଇ ରୁ କେରଳର କୋଜିକୋଡ଼େ ଆସୁଥିଲା। ପାଇଲାଟ୍ ଦୀପକ ସାଠେଙ୍କ ସହକର୍ମୀ ପାଇଲାଟ୍ ଅଖିଲେଶ କୁମାର ମଧ୍ୟ ନିଜ ଜୀବନ ହରାଇଛନ୍ତି। ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଜଣେ ବାୟୁ ସେନା ପୋଷାକ ପିନ୍ଧି ଗୋଟିଏ ଗୀତ ଗାଇବା ଦେଖିବାକୁ ମିଳିଛି। ୮ ଅଗଷ୍ଟ ରେ ଫେସବୁକର ବିଜେଡି ଓଡ଼ିଶା ନାମକ ଗ୍ରୁପରେ ଏହି ଭିଡିଓ ପୋଷ୍ଟ କୃ ଦାବି କରା ଯାଇଅଛି ଯେ ………
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନ ରେ ପ୍ରଥମେ ଆମେ ଏହି ଭିଡିଓକୁ ଇନଭିଡ ଗୁଗୁଲ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ସମ୍ବନ୍ଧିତ ୟୁଟ୍ୟୁବରେ ଗୋଟିଏ ଭିଡିଓ ମିଳିଲା। ୫ ମେ ୨୦୧୯ ମସିହାରେ ପୋଷ୍ଟ କରା ଯାଇଥିବା ଏହି ଭିଡିଓର ଆରାମ୍ଭ ହେବା ସମୟରେ ଭାଇସ୍ ଏଡମିରାଳ ଗିରୀଶ ଲୁଥ୍ରାଙ୍କୁ ଗୀତ ଗାଇବା ପାଇଁ ସ୍ଵାଗତ କରା ଯାଇଅଛି। ୟୁଟ୍ୟୁବରେ ଏହି ଭିଡିଓ ନିଜେ ଭାଇସ୍ ଏଡମିରାଳ ଗିରୀଶ ଲୁଥ୍ରା ପୋଷ୍ଟ କରିଛନ୍ତି।
ଏହା ପରେ ଆମକୁ ୟୁଟ୍ୟୁବରେ ଦି କୁଇଣ୍ଟ ଚ୍ୟାନାଲ ଦ୍ଵାରା ଭାଇସ୍ ଏଡମିରାଳ ଗିରୀଶ ଲୁଥ୍ରାଙ୍କ ସହିତ ଗୋଟିଏ ସାକ୍ଷାତର ଭିଡିଓ ଦେଖିବା ଊ ମିଳିଲା। ଏହି ଭିଡିଓରେ ଗିରୀଶ ଲୁଥ୍ରା ସଙ୍ଗୀତ ପାଇଁ ତାଙ୍କ ପ୍ରେମ ବିଷଶୟରେ କହିଛନ୍ତି। ସେହି ସମୟରେ ଦେଶର ପରିସ୍ଥିତି ବିଷୟରେ ତାଙ୍କ ମତ ମଧ୍ୟ ସେ ଦି କୁଇଣ୍ଟ କି କହିଛନ୍ତି।
ଏହା ପରେ ଆମେ ଦୀପକ ସାଠେ ଏବଂ ଗିରୀଶ ଲୁଥ୍ରାଙ୍କ ଫୋଟୋ ତୁଳନା କରି ଦେଖିଲୁ। ଦାବି କରା ଯାଇଥିବା ବିପରୀତ ଦୀପକ ସାଠେ ଏବଂ ଗିରୀଶ ଲୁଥ୍ରା ଅଲଗା ଅଲଗା ଲୋକ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଗୀତ ଗାଉଥିବା ବ୍ୟକ୍ତି ଭାଇସ୍ ଏଡମିରାଳ ଗିରୀଶ ଲୁଥ୍ରା ଅଟନ୍ତି। ଦୀପକ ବସନ୍ତ ସାଠେ ଗୀତ ଗାଉଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଭିଡିଓ ରେ ଗୀତ ଗାଉ ଥିବା ବ୍ୟକ୍ତି ଦୀପକ ବସନ୍ତ ସାଠେ ଅଟନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False