କ’ଣ ପ୍ରକୃତରରେ କରୋନା ଠାରୁ ସୁରକ୍ଷା ଦେବା ମାସ୍କରେ ଛୋଟ ଛୋଟ ପୋକ ଅଛନ୍ତି? ଜାଣନ୍ତୁ ସତ୍ୟ।

False Social

ଭାରତରେ କରୋନା ଭାଇରସର ଦୁଇତୀୟ ତରଙ୍ଗ ମଧ୍ୟରେ ସୋସିଆଲ ମିଡିଆରେ କରୋନା ମୁକାବିଲା ପାଇଁ ପ୍ରୟାସ ସମୟରେ ମିଥ୍ୟା ତଥ୍ୟର ପୋଷ୍ଟ ଗୁଡ଼ିକ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କରେ ପୋକ ଥିବା ଦାବି କରିଛନ୍ତି। 

ଫେକଟ କୃସେଣ୍ଡୋ ପୋଷ୍ଟରେ କରା ଯାଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

ଭିଡିଓରେ ଜଣେ ବ୍ୟକ୍ତି ମାସ୍କରେ ନିଆ ଲଗେଇବା ସମୟରେ ଦାବି କରୁଛନ୍ତି ଯେ ମାସ୍କ ଗୁଡ଼ିକରେ ପୋକ ଥିବା ମିଳିଛି। ଗରମ ପାଣି ସହିତ ଏହି ମାସ୍କ ସମ୍ପର୍କରେ ଆସିଲା ପରେ ମାସ୍କରେ ଥିବା ପୋକ ସକ୍ରିୟ ହେଇ ଯାଇଥାନ୍ତି। ଏହି ଭିଡିଓରେ ସେ ସମସ୍ତଙ୍କକୁ ଅନୁରୋଧ ମଧ୍ୟ କରିଛନ୍ତି ଯେ ଏହି ମାସ୍କକୁ ନପିନ୍ଧି ଏହାକୁ ଜଳାଇ ଦେବା କଥା। 

Archive Link

ShareChat | Archive

ଏହି ପରି ଗୋଟିଏ ଭିଡିଓ ଟୁଇଟରରେ ମଧ୍ୟ ଦେଖିବାକୁ ମିଳିଛି। 

https://twitter.com/DyolSingh/status/1382197548643799042

ଆମ ଅନୁସନ୍ଧାନ: 

ଯେତେବେଳେ ଆମେ ଅନୁସନ୍ଧାନ ଆରମ୍ଭ କରିଲୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଦାବି ସହିତ ଭିଡିଓ ବିଭିନ୍ନ ଦେଶରେ ଶେୟାର କରା ଯାଇଅଛି। ଏହି ପରି ଗୋଟିଏ ଭିଡିଓ ଆମକୁ ରୁଷୀୟ ଭାଷାରେ ୟୁଟ୍ୟୁବରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓରେ ଜଣେ ମହିଳା ମାସ୍କରେ ଜୀବାଣୁ ଏବଂ ପୋକ ବିଷୟରେ ସମାନ ଦାବି କରୁଥିବା ନଜର ଆସିଛନ୍ତି। ଆମେ ଦେଖି ପାରିବା ଯେ ରୁଷୀୟ ଭାଷା ଭିଡିଓକୁ ଭାରତରେ ହିନ୍ଦୀ ଭାଷାର ଭଏସ୍ ଓଭରସହିତ ଡବ୍ କରା ଯାଇଅଛି। 

ଭିଡିଓରେ କରା ଯାଇଥିବା କେତେ ସତ୍ୟ ହେଇ ପାରେ ଏହା ଜାଣିବା ପାଇଁ ଆମେ ଦିଲ୍ଲୀର “ହମଦର୍ଦ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ୍ ସାଇନ୍ସ (ଏଚଆଇଏମଏସଆର)” ଡାକ୍ତର ୟାଶିର ଆଲଭିଙ୍କ ସହିତ ଯୋଗାଯୋଗ କରିଲୁ। ଭିଡିଓ ଦେଖିଲା ପରେ ଡାକ୍ତର ୟାଶିର ଆଲଭି ଭିଡିଓରେ ଥିବା ଦାବିର ଖଣ୍ଡର କରି ଏହାକୁ ମିଥ୍ୟା ବୋଲି କହିଲେ। ତାଙ୍କ କହିବା ଅନୁଯାୟୀ ଭିଡିଓରେ କଳା ଦେଖା ଯାଉଥିବା କଳା ବସ୍ତୁ କୌଣସି ଜୀବାଣୁ କିମ୍ବା ପୋକ ନୁହେଁ। ଏହା ମାସ୍କର କପଡ଼ାର ଗୋଟିଏ ଅଂଶ ହେଇଥାଇ ପାରେ। ଧୁଳି କିମ୍ବା ବିନା ସେନିଟାଇଜ୍ ହେଇଥିବା ହାତ ସମ୍ପର୍କରେ ଆସିଥିବାରୁ ମାସ୍କରେ ଏପରି ଦେଖା ଯାଇଥିବାର ସମ୍ଭାବନା ଅଛି। କିନ୍ତୁ ଏହାକୁ ଜୀବାଣୁ କିମ୍ବା ପୋକ କହିବା ଭୁଲ ହେବ।  ଆମେ ସମସ୍ତେ ଜାଣିଆଛୁ ଯେ ଜୀବାଣୁ ନଗ୍ନ ଆଖିରେ ଦେଖା ଯାଏ ନାହିଁ। ସେ ଏହା ମଧ୍ୟ କହିଲେ ଯେ ମୋବାଇଲ୍ କେମେରାରେ ମଧ୍ୟ ଏହାକୁ ଦେଖିବା ସମ୍ଭବ ନୁହେଁ।“

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସହିତ ଯୋଗାଯୋଗ କରିଲା ପରେ ତାଙ୍କ ଜଣେ ପ୍ରତିନିଧି ଆମକୁ ସ୍ପଷ୍ଟ କରିଲେ ଯେ “ଭିଡିଓରେ ମାସ୍କରେ ଜୀବାଣୁ ଥିବା ଦାବିରେ କୌଣସି ସତ୍ୟତା ନାହିଁ। କୋଭିଡ-୧୯ ଜ୍ଜିବାଣୁ ହେତୁ ବିସ୍ତାର ହୁଏ, କୌଣସି ପୋକ ଯୋଗୁ ନୁହେଁ। କରୋନା ଭାଇରସର ଲମ୍ବ ୫୦ ରୁ ୧୪୦ ନେନୋମିଟର ଅଟେ। ଏହା ଏକ ସାଧାରଣ ମାଇକ୍ରୋସ୍କୋପ୍ ପାଇଁ ମଧ୍ୟ ଦୃଶ୍ୟମାନ ନୁହେଁ, ତେଣୁ କେବଳ ଆମର ମାନବ ଆଖିରେ ଜୀବାଣୁ ଦେଖା ଯିବା କଥା ଛାଡ଼ି ଦିଅ।“

ଚେଜ୍ ଏକାଡେମି ଅଫ ସାଇନ୍ସର ଜଣେ ପ୍ରୋଫେସରଙ୍କ ସହିତ ଏଏଫପି ଯୋଗାଯୋଗ କରିଥିବା ସମୟରେ ସେ ସୂଚନା ଦେଇଛନ୍ତି ଯେ “ସମ୍ଭବତ ସେ ଗୁଡ଼ିକ ମାସ୍କ କପଡାର ଅଂଶ। ବାୟୁ ଏହି କପଡା ଖଣ୍ଡ ଗୁଡ଼ିକରେ ପରିପୂର୍ଣ ଥାଏ ଯାହା ପଲିଥିନ, କାଞ୍ଚ, ଆମ ଚର୍ମର ମରୁତ କୋଷର ଅଂଶ ଏବଂ ପୃଥିବୀର ମାଇକ୍ରୋସ୍କୋପିକ୍ ଅଂଶ ଇତ୍ୟାଦି ସହିତ ମୁକ୍ତ ଭାବରେ ଭାସମାନ ଥାଏକୌଣସି ଉପାୟରେ ଏହା ଏକ ସୁସ୍ଥ ବ୍ୟକ୍ତି ପାଇଁ ବିପଦଜନକ ନୁହେଁ। ଆମର ଶ୍ଵାସକ୍ରିୟା ପ୍ରଣାଳୀକୁ ଏହି ମାଇକ୍ରୋସ୍କୋପିକ୍ କଣିକା ସହିତ କିପରି ମୁକାବିଲା କରିବାକୁ ହୁଏ ସେଇଟା ଜଣାଥାଏ।”

ଏହି ଭିଡିଓରେ କରା ଯାଇଥିବା ଦାବି ଗୁଡ଼ିକର ସତ୍ୟତା ଯାଞ୍ଚ କରିବାକୁ ଆମେ ନିଜେ ସମାନ ପରୀକ୍ଷଣ କରିଲୁ। ଆମେ ଫୁଟୁଥିବା ପାଣି ଉପରେ ଏକ ମାସ୍କ ରଖିଲୁ। ଭିଡିଓ ଦ୍ଵାରା ଦାବି କରା ଯାଇଥିବା ପରି ଆମେ କୌଣସି ଜୀବାଣୁ କିମ୍ବା ପୋକ ଦେଖିଲୁ ନାହିଁ। ଆପଣ ତଳେ ଆମର ପରୀକ୍ଷଣ ଦେଖି ପାରିବେ।

ଶେଷକଥା

ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରିଲା ପରେ ଆମେ ନିରାପଦରେ କହି ପାରିବା ଯେ ମାସ୍କ ପିନ୍ଧିବା ନିରାପଦ ଏବଂ ଉତ୍ପାଦକ ମାନଙ୍କ ଦ୍ଵାରା ମାସ୍କରେ କୌଣସି ଜୀବାଣୁ କିମ୍ବା ପୋକ ରକ୍ଷା ଯାଇ ନାହିଁ। ବାଷ୍ପ ଉପରେ ରଖିଥିବା ସମୟରେ ମାସ୍କରେ ପୋକ ଦେଖା ଯାଏ ନାହିଁ। ଭାଇରାଲ ଭିଡିଓରେ ଦେଖା ଯାଉଥିବା କଳା ପଦାର୍ଥ କେବଳ କପଡାର ସୂତା ଅଟେ।

Avatar

Title:କ’ଣ ପ୍ରକୃତରରେ କରୋନା ଠାରୁ ସୁରକ୍ଷା ଦେବା ମାସ୍କରେ ଛୋଟ ଛୋଟ ପୋକ ଅଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *