କ’ଣ ଟାଟା ମୋଟର୍ସ ବର୍ତ୍ତମାନ ସମସ୍ତଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

False Social

Photo Credit: Econimic Times

ଗତ ଗୋଟେ ମାସ ମଧ୍ୟରେ ଆମକୁ ବିଭିନ୍ନ କମ୍ପାନୀ ଦ୍ଵାରା ମାଗଣା ଉପହାର ଦେବା ବିଷୟରେ ୱ୍ହାଟ୍ସଆପ୍ ରେ ଫ୍ୟାକ୍ଟ ଚେକ୍ କରିବା ଅନୁରୋଧ କରା ଯାଇଅଛି। ପୂର୍ବରୁ ୱ୍ହାଟ୍ସଆପ୍ ରେ କିଛି ଲିଙ୍କ ବହୁତ ପରିମାଣରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଥିଲା ଯେ ଆମାଜନ୍ ଏବଂ ଟୋୟୋଟା ମାଗଣା ଉପହାର ଦେଉଛନ୍ତି। 

ବର୍ତ୍ତମାନ ଏପରି ଗୋଟିଏ ଲିଙ୍କ ୱ୍ହାଟ୍ସଆପ୍ ରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଟାଟା ମୋଟର୍ସ ନିଜ 3 କୋଟି ଗାଡ଼ି ବିକ୍ରୟ କରିବା ଖୁସିରେ ଲୋକଙ୍କୁ ମାଗଣାରେ ଉପହାର ଦେଉଛି। ଏହି ଲିଙ୍କକୁ କ୍ଲିକ୍ କରି ଉପହାର ଗ୍ରହଣ କରିବା ନିର୍ଦେଶ ଦିଆ ଯାଇଅଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭାଇରାଲ ଲିଙ୍କକୁ ମିଥ୍ୟା ବୋଲି ପାଇଲା। 

Screenshot_20210616-053447.png

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଲିଙ୍କକୁ କ୍ଲିକ୍ କରି ଦେଖିଲୁ। ଦେଖିଲା ପରେ ଆମକୁ ଗୁଗୁଲ ସର୍ଚ ଏହି ଲିଙ୍କ ନେଇ ଆମକୁ ସତର୍କ କରିଲା ଯେ ଏହା ଏକ ସାଇଟ ଯେଉଁଟା ବିଭିନ୍ନ ସଫ୍ଟୱେୟାର ସ୍ଥାପନ କିମ୍ବା ଆପଣଙ୍କର ବ୍ୟକ୍ତିଗତ ସୂଚନା ଯେପରିକି ପାସୱାର୍ଡ, ଫୋନ୍ ନମ୍ବର କିମ୍ବା କ୍ରେଡିଟ କାର୍ଡନମ୍ବର ଇତ୍ୟାଦି ପ୍ରକାଶ କରିବା ପରି ସେମାନେ ଆପଣଙ୍କୁ ପ୍ରତାରଣା କରି ପାରନ୍ତି। ଗୁଗୁଲରେ ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଟାଟା ମୋଟର୍ସର ୱେବସାଇଟ ହେଉଛି https://www.tatamotors.com/ ଯେଉଁଟା ଭାଇରାଲ ଲିଙ୍କ୍ ଠାରୁ ପୁରା ଭିନ୍ନ ଅଟେ। 

ଏହି ବିଷୟରେ ଗଭୀରତା ସହିତ ସର୍ଚ କରିଲା ପରେ ଆମକୁ ୭ ଜୁନ ରେ ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟରେ ଜଣେ ବ୍ୟକ୍ତି କହିଛନ୍ତି ଯେ “ଯଦି ଟାଟା ମୋଟର୍ସ ଏପରି ମିଥ୍ୟା ଲିକ୍ ପ୍ରଚାର କରୁଛି ତାହାଲେ ଏପରି କରୁଥିବା ତାଙ୍କ ଠାରୁ ଆଶା ନଥିଲା।” ଏହି ଟୁଇଟକୁ ଉତ୍ତର ଦେଇ ଟାଟା ମୋଟର୍ସ କହିଛି ଯେ “ଟାଟା ମୋଟର୍ସ ଏପରି କୌଣସି ପ୍ରତିଯୋଗୀତା ଘୋଷଣା କରି ନାହିଁ ଏବଂ ଆମେ ଏହି ଯୋଜନା ସହିତ କୌଣସି ମଧ୍ୟ ସଂଗଠନକୁ ଅସ୍ଵୀକାର କରୁଛୁ। ଆମେ ଦୃଢ ଭାବରେ ପରାମର୍ଶ ଦେଉଛୁ ଯେ ଏହି ପରି ଜାଲିଆତି ମେସେଜ୍ ସୋସିଆଲ ମିଡିଆରେ ଅଧିକ ବିସ୍ତାର କରିବା ଉଚିତ ନୁହେଁ। ଦୟାକରି ଏହି ପରି ଲିକ୍ କୁ କ୍ଲିକ୍ କରିବାରୁନିଜକୁ ବାରଣ କରନ୍ତୁ।”

Archive

ଏହା ପରେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପାଏ ଆମକୁ ୧୦ ଜୁନର ଟାଇମ୍ସ ଅଫ୍ ଇଣ୍ଡିଆ ପତ୍ରିକାର ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ୱେବସାଇଟ ଅନୁଯାୟୀ ଭାରତର ସାଇବର ସୁରକ୍ଷା ଗବେଷକ ମାନେ କହିଛନ୍ତି ଯେ ଚୀନ ଦେଶର ହ୍ୟାକର ମାନେ ଟାଟା ମୋଟର୍ସ ଦ୍ଵାରା ଗୋଟିଏ ମିଥ୍ୟା ଉପହାର ଅଭିଯାନ କରୁଥିବା ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଅଭିଯାନର ନାମ ‘ଟାଟା ମୋଟର୍ସ କାର ବିକ୍ରୟ ୩୦ ମିଲିୟନ ଅତିକ୍ରମ କରିଛି।’

TOI.jpg

Times Of India | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଟାଟା ମୋଟର୍ସ ମାଗଣା ଉପହାର ନେଇ କୌଣସି ଅଭିଯାନ ଆରମ୍ଭ କରି ନାହିଁ। ଭାଇରାଲ ଲିଙ୍କ ଲୋକଙ୍କୁ ଠକେଇ ତାଙ୍କ ବ୍ୟକ୍ତିଗତ ସୂଚନା ଏକତ୍ର କରିବା ଉଦ୍ଦେଶ୍ୟରେ ଭାଇରାଲ କରା ଯାଉଅଛି। 

ଏହି ପରି ଅନ୍ୟ ଫ୍ୟାକ୍ଟ ଚେକ୍ ପଢନ୍ତୁ: 

୧) https://odia.factcrescendo.com/2021/06/09/fact-check-toyota-free-gift-on-80th-anniversary-is-a-pishing-message/ 

୨) https://odia.factcrescendo.com/2021/04/15/fact-check-hoax-message-circulating-in-whats-app-in-the-name-of-amazon/

Avatar

Title:କ’ଣ ଟାଟା ମୋଟର୍ସ ବର୍ତ୍ତମାନ ସମସ୍ତଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *