କ’ଣ କୃଷକ ନେତା ଭି.ଏମ.ସିଂହ ନିର୍ବାଚନରେ କରଗ୍ରେସ ପ୍ରାଥି ଅଟନ୍ତି? ଜାଣନ୍ତୁ ସତ୍ୟ।

False Political

ବର୍ତ୍ତମାନ କୃଷକ ନେତା ଭି.ଏମ.ସିଂହଙ୍କ ନାମ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେଉଛି। ବିଭିନ୍ନ ସୋସିଆଲ ମିଡିଆ ଉପଭୋକ୍ତା ମାନେ ଦାବି କରୁଛନ୍ତି ଯେ ଭି.ଏମ.ସିଂହ କଂଗ୍ରେସ ଦଳର ଜଣେ ନିର୍ବାଚନ ପ୍ରାଥି ଏବଂ ୬୩୧ କୋଟି ସମ୍ପତ୍ତି ଥିବା ଜଣେ ଚାଷୀ ଯିଏ ବର୍ତ୍ତମାନ କୃଷକ ଆନ୍ଦୋଳନରେ ଚାଷୀଙ୍କୁ ସମର୍ଥନ କରୁଛନ୍ତି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର? 

୧୪ ଡିସେମ୍ବର ରେ ଜଣେ ଫେସବୁକ ୟୁଜର ଉତ୍କଳ ସେନା ବିଜେପି ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ କୃଷକ ନେତା ସରଦାର ଭି.ଏମ୍. ସିଂହ ବାହାରିଲେ ନିର୍ବାଚନରେ କଂଗ୍ରେସର କ୍ଯାଣ୍ଢିଡେଟ୍ ଥିବା ୬୩୧ କୋଟି ସମ୍ପତ୍ତିର ମାଲିକ ଥିବା ସବୁଠାରୁ ଧନୀ ନେତା”

fb.jpg

Facebook | Archive

ଏହି ଖବର ଅପି ଇଣ୍ଡିଆ ୱେବସାଇଟରେ ମଧ୍ୟ ଦେଖିବାକୁ ମିଳିଛି। ଓପି ଇଣ୍ଡିଆ ମଧ୍ୟ ସରଦାର ଭି.ଏମ.ସିଂହଙ୍କୁ ଜଣେ କଂଗ୍ରେସ ନେତା ବୋଲି ଦାବି କରି କହିଛି ଯେ “ଅସନ୍ତୁଷ୍ଟ, ଗରିବ ‘କୃଷକ’ ଭାବରେ ଏହି ଆନ୍ଦୋଳନର ଅଗ୍ରଭାଗରେ ରହିଥିବା ଭି.ଏମ.ସିଂହ ପ୍ରକୃତରେ ଜଣେ କଂଗ୍ରେସ ନେତା ଯାହାର କୋଟି-କୋଟି ଟଙ୍କାର ସମ୍ପତ୍ତି ଅଛି।“

opindia.jpg

Op India | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭି.ଏମ.ସିଂହଙ୍କ ବିଷୟରେ myneta.info ୱେବସାଇଟରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ତାଙ୍କ ରାଜନୀତିକ ବୃତ୍ତି ବିଷୟରେ ତଥ୍ୟ ମିଳିଲା। ଏହି ୱେବସାଇଟ ଅନୁଯାୟୀ ସେ ୨୦୦୯ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳ ନେତା ଥିଲେ। ଏହା ପରେ ସେ ଏ.ଆଇ.ଟି.ସି ଦଳ ପକ୍ଷରେ ନେତା ନିଯୁକ୍ତ ହେଲେ। ଏହି ୱେବସାଇଟରେ ତାଙ୍କ ନାମରେ ଥିବା ସମ୍ପତ୍ତି ବିଷୟରେ ମଧ୍ୟ ଜାଣିବାକୁ ମିଳିଲା। ୨୦୧୨ ମସିହାରେ ତାଙ୍କ ନାମରେ ୬୩୧ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣା ପଡ଼ିଛି। 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ତାଙ୍କ ଅଫିସରେ ଫୋନ କରି ଅଜିତ ଚଉଧାରୀ ଙ୍କ ସହିତ କଥା ହେଳୁ। ଅଜିତଜିଙ୍କ କହିବା ଅନୁଯାୟୀ “ଭି.ଏମ.ସିଂହ ବର୍ତ୍ତମାନ କୌଣସି ରାଜନୀତି ଦଳ ସହିତ ଜଡ଼ିତ ନୁହନ୍ତି। ସେ ରାଷ୍ଟ୍ରୀୟ କିଷାନ ମଜଦୁର ମାହାସଙ୍ଘ ନାମର ଗୋଟିଏ ସଂସ୍ଥା ସ୍ଥାପନା କରିଛନ୍ତି। ଏହି ସଂସ୍ଥା ଦିଲ୍ଲୀ ଗାଜିପୁର ସୀମାରେ ଚାଲୁ ଥିବା କୃଷକ ଆନ୍ଦୋଳନ ଆୟୋଜନ କରିଛି। ଭି.ଏମ.ସିଂହଙ୍କ କୌଣସି ରାଜନୀତି ଦଳ ସହିତ ଜୁଆଡ଼ି ହେବା କଥା ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ସେ ୨୦୧୫ ମସିହାରେ ରାଜନୀତି ଦଳ ଛାଡ଼ି ଏହି ସଂସ୍ଥାର ସ୍ଥାପନା କରିଥିଲେ। ଏହା ସତ୍ୟ ଯେ ତାଙ୍କ ନାମରେ କୋଟି-କୋଟି ଟଙ୍କାର ବିଶାଳ ସମ୍ପତ୍ତି ଅଛି, କିନ୍ତୁ ଏହି ସବୁ ସମ୍ପତ୍ତି ଚାଷ ଜମି ଅଟେ ଏବଂ ଏହା ସବୁ ତାଙ୍କ ପତରୁକ ସମ୍ପତ୍ତି ଅଟେ।“ 

ଏହି ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଁ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ୧୭ ଡିସେମ୍ବରରେ ଦି ପ୍ରିଣ୍ଟ ସମବାଦର ଗୋଟିଏ ଅନୁଛେଦରେ ଭି.ଏମ.ସିଂହଙ୍କ ବିଷୟରେ ଜାଣିବାକୁ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଗତ ୨୦ ବର୍ଷ ଧରି ଭି.ଏମ.ସିଂହ ନିର୍ବାଚନରେ ହାର ର ସାମନାକରି ଆସିଛନ୍ତି। ୨୦୦୨ ମସିହାରେ ସେ ସ୍ଵାଧୀନ ପ୍ରାଥି ରୂପେ ନିର୍ବାଚନ ଲଢି ଥିଲେ କିନ୍ତୁ  ବିଜେପି ପ୍ରାଥିଙ୍କ ଠାରୁ ହାରି ଥିଲେ। ୨୦୦୪ ମସିହାରେ କଂଗ୍ରେସ ପକ୍ଷରୁ ମେନକା ଗାନ୍ଧୀଙ୍କ ବିରୁଦ୍ଧରେ ନିର୍ବାଚନରେ ପରାସ୍ତ ହୋଇଥିଲେ। ୨୦୦୭ ମସିହା ନିର୍ବାଚନରେ ସେ କଙ୍ଗ୍ରେସ ପ୍ରାଥି ହେଇ ଦୁଇତ୍ୟ ସ୍ଥାନ ହାସଲ କରିଥିଲେ। ୨୦୦୯ ମଶାରେ ମଧ୍ୟ ସେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢି ପରାସ୍ତ ହେଇଥିଲେ। ୨୦୧୨ ମସିହାରେ ସେ ତ୍ରିନାମୂଳ କଂଗ୍ରେସ ସହିତ ସାମିଲ ହେଇ ନିର୍ବାଚନରେ ହାରିଥିଲେ। 

୨୦୧୭ ମସିହାରେ ଉତ୍ତର ପ୍ରଦେଶ ନିର୍ବାଚନ ଆସୁଥିବା ଦେଖି ସେ ୨୦୧୫ ମସିହାରେ ଭି.ଏମ.ସିଂହ ‘ରାଷ୍ଟ୍ରୀୟ କିଷାନ ମଜଦୁର ପାର୍ଟି’ ନାମ ନିଜ ଦଳ ଆରମ୍ଭ କରିଥିଲେ। ୨୦୧୯ ମସିହାରେ ସେ କଂଗ୍ରେସ ଦଳ ତରଫରୁ ପାର୍ଟି ଟିକେଟ ମିଳିବାର ସେ ଆସା କରିଥିଲେ କିନ୍ତୁ ଏହା ପୂର୍ଣ ହେଲା ନାହିଁ।

print.jpg

The Print | Archive

ଭି.ଏମ.ସିଂହଙ୍କ ସମ୍ପତ୍ତି:

ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୨୪ ଏପ୍ରିଲ ୨୦୦୯ ମସିହାରେ ଦି ଏକୋନୋମିକ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ବିରିନ୍ଦ୍ର ମୋହନ ସିଂହ ମୋଟ ୬୩୧ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଛନ୍ତି ଯାହା ତାଙ୍କୁ ସବୁଠାରୁ ଧନୀ ପ୍ରାର୍ଥୀ ସ୍ଥାନ ଦେଇଛି। ପିଲଭିଟ ଜିଲ୍ଲା କଲେକ୍ଟରେଟରେ ଦାଖଲ ହେଇଥିବା ଆଫିଡାଭିଟ୍ ଅନୁଯାୟୀ ଭି.ଏମ.ସିଂହଙ୍କର ନଗଦ ୧୫,୦୦,୦୦୦ ଟଙ୍କା ଏବଂ ବ୍ଯାଙ୍କରେ ୨୬,୫୦,୦୦୦ ଟଙ୍କା ଜମା ରହିଛି। କଂଗ୍ରେସ ପ୍ରାର୍ଥୀଙ୍କର ୨୦୬,୦୦,୦୦,୦୦୦ ଟଙ୍କା ମୂଲ୍ୟର ଦୁଇଟି ଅଣ-କୃଷି ପ୍ଲଟ୍ ଅଛି – ଦିଲ୍ଲୀରେ ୧.୫ ଏକର ଜମି ଏବଂ ଭୋପାଳରେ ୧୦୦ ଏକର ଜମି। ତାଙ୍କର ୪୧୪,୬୦,୦୦,୦୦୦ ଟଙ୍କା ମୂଲ୍ୟର କୃଷି ଜମି ମଧ୍ୟ ଅଛି। ଏଥିରୁ ରାଇସେନ ରେ ୩୬୬ ଏକର ଜମି ଅନ୍ତର୍ଭୁକ୍ତ, ଯାହାର  ମୂଲ୍ୟ ୩୬,୬୦,୦୦,୦୦୦; ଦିଲ୍ଲୀର ୧୮୦ ଏକର ଜମିରେ ୨୭୦ କୋଟି ଟଙ୍କା ଏବଂ ଭୋପାଳରେ ୫୪ ଏକର କୃଷି ଜମି ୧୦୮ କୋଟି ଟଙ୍କାର ଅଛି। 

ET.jpg

The Economic Times | Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଭି.ଏମ.ସିଂହଙ୍କ ନାମରେ ୬୩୨ କୋଟି ଟଙ୍କା ସମ୍ପତ୍ତି ଥିବା କଥା ସତ୍ୟ ଅଟେ, କିନ୍ତୁ ତାଙ୍କ କଂଗ୍ରେସ ଦଳ ପ୍ରାର୍ଥୀ ହେଇଥିବା କଥା ମିଥ୍ୟା ଅଟେ। ସେ ବର୍ତ୍ତମାନ ନିଜ ଦଳ ‘ରାଷ୍ଟ୍ରୀୟ କିଷାନ ମଜଦୁର ମାହାସଙ୍ଗ’ ର ନେତୃତ୍ଵ କରୁଛନ୍ତି।

Avatar

Title:କ’ଣ କୃଷକ ନେତା ଭି.ଏମ.ସିଂହ ନିର୍ବାଚନରେ କରଗ୍ରେସ ପ୍ରାଥି ଅଟନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *