

20 ଅକ୍ଟୋବର ୨୦୧୯ ମସିହାରେ ଫେସବୁକର ଓଡ଼ିଆ ଦୁନିଆ ପେଜର ଗୋଟିଏ ଅନୁଛେଦରେ ଭଗବାନ ହୁନମାନଙ୍କ ଗଦା ଏବଂ ଗୋଟିଏ ବିଶାଳକାୟ ନରକଙ୍କାଳ ଶ୍ରୀଲଙ୍କାରେ ପାଇବାର ଦାବି କରା ଯାଇଅଛି। http://bit.ly/hanuman-gadda-found-in-srilanka। ଏହି ପୋଷ୍ଟର ଦାବି ଅନୁସାରେ, ଏହି ଖୋଜଟି କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରେ କରା ଯାଇଅଛି। ଏହାକୁ ଠାକୁରଙ୍କ ଚମତ୍କାର ବୋଲି କୁହାଯାଉଅଛି। ଏହି ଅନୁଚ୍ଛେଦ ଅନୁସାରେ ମିଳିଥିବା ଗଦାଟି ସ୍ଵର୍ଣପଦାର୍ଥରେ ତିଆରି ଏବଂ ଏହାର ଓଜନ ୧୦୦୦ କେ.ଜି ଠୁ ଅଧିକ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ, କିଛି ସମୟ ପୂର୍ବରୁ ଭାରତର ଇନ୍ଟରନ୍ଯାଶନାଲ ରାମାୟଣ ରିସର୍ଚ ସେଣ୍ଟର ବିଶ୍ଵାସ କରୁଛନ୍ତି ଯେ ରାମାୟଣ ସମୟର କେତୋଟି ଜିନିଷ ଜମି ତଳେ ପୋତି ହୋଇ ରହିଛି। ଯେତେବେଳେ ଇନ୍ଟରନ୍ଯାଶନାଲ ରାମାୟଣ ରିସର୍ଚ ସେଣ୍ଟର ଶ୍ରୀ ଲଙ୍କାରେ ଏହି କଥାକୁ ପ୍ରମାଣ କରିବାକୁ କିଛି ସ୍ଥାନ ଖୋଳିବାକୁ ଲାଗିଲେ, ତାଙ୍କୁ ପ୍ରଭୁ ଶ୍ରୀ ହନୁମାନଙ୍କ ବିଶାଳକାୟ ଗଦା ପ୍ରାପ୍ତ ହେଲା। ଇନ୍ଟରନ୍ଯାଶନାଲ ରାମାୟଣ ରିସର୍ଚ ସେଣ୍ଟର ଙ୍କୁ ଏବେ ଯାଏଁ ୫୦ ରୁ ଅଧିକ ଜିନିଷ ମିଳିଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ରିସର୍ଚ ଟିମ କୁ ରାବଣ ମହଲ, ଅଶୋକ ବାଟିକା, ବିଭୀଷଣ ମହଲ, ଏବଂ ଏକ ବିଶାଳକାୟ ନରକଙ୍କାଳ ମଧ୍ୟ ମିଳିଅଛି।

ଏହି ପୋଷ୍ଟଟି କୁ ୧ ଦିନରେ ୧୭୦୦ ଭିୟୁସ ଏବଂ ୪୬ ଶେୟାର ମିଳିଅଛି। ଏହି ପୋଷ୍ଟ ଶେଷରେ ଏହି ଅନୁଛେଦକୁ ଶେୟାର କରିବାକୁ ମଧ୍ୟ ଅନୁରୋଧ କରା ଯାଇଅଛି।
ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ପୋଷ୍ଟରେ କରାଯାଇଥିବା ଦାବି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଏହି ପୋଷ୍ଟରେ ଦିଅ ଯାଇଥିବା ଛବିର ଗୁଗଲ ରିଭର୍ସ ଇମେଜ ସର୍ଚ କରିଲୁ। ଗୁଗଲ ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ଏହି ପୋଷ୍ଟରେ କରା ଯାଇଥିବା ଦାବି ସମ୍ବନ୍ଧ ସତ୍ୟର ସାମନାକୁ ଆସିଲୁ।
ଏହି ପୋଷ୍ଟରେ ଦିଆ ଯାଇଥିବା ଗଦାର ଛବିର ଯେତେବେଳେ ଆମେ ରିଭର୍ସ ଇମେଜ ସର୍ଚ କରିଲୁ ଆମେ ଏହା ଜାଣିପାରିଲୁ ଯେ ୨୩ ଏପ୍ରିଲ ୨୦୧୩ ରେ ଏହି ଗଦା ସମ୍ବନ୍ଧରେ ଗୋଟିଏ ୟୁଟ୍ୟୁବ ଭିଡିଓ ପ୍ରକାଶ ପାଇଥିଲା। ଏହି ଭିଡିଓ ଦେଖିଲା ପରେ କିଛି ସତ୍ୟ ସ୍ପଷ୍ଟ ଭାବେ ଆମ ସାମନାକୁ ଆସିଲା। ଏହି ଭିଡିଓଟି ରେ ମଧ୍ୟପ୍ରଦେଶ ରାଜ୍ୟର ଇନ୍ଦୋର ଜିଲ୍ଲାରେ ସ୍ଥାପିତ ଗୋଟିଏ ମନ୍ଦିର ଏବଂ ଟ୍ରକରେ ରଖା ଯାଇଥିବା ୪୫ ଫୁଟ ଗଦାକୁ ଆମେ ସ୍ପଷ୍ଟ ଭାବେ ଦେଖିପାରିବା। ଏହି ଟ୍ରକ ଉପରେ ଅଲ ଇଣ୍ଡିଆ ପର୍ମିଟ ମଧ୍ୟ ଲେଖା ହୋଇଅଛି। ଏହି ଗଦା ଟି ଇନ୍ଦୋର ଜିଲ୍ଲାରେ ତିଆରି କରାଯାଉଥିବା ହନୁମାନଙ୍କ ବିଶାଳ ମୂର୍ତି ପାଇଁ ଭାରତରେ ତିଆରି ହୋଈଥିଲା।


ଯେତେବେଳେ ଏହି ପୋଷ୍ଟରେ ଦିଆ ଯାଇଥିବା ନରକଙ୍କାଳର ଆମେ ରିଭର୍ସ ଇମେଜ ସର୍ଚ କରିଲୁ, ଆମେ ଏହା ଜାଣିବାକୁ ପାଇଲୁ ଯେ ଏହା ଗୋଟିଏ ସତ ନରକଙ୍କାଳ ନୁହେଁ। ଏହା ଗୋଟିଏ କଙ୍କାଳର ନମୁନା। ଏହି କଙ୍କାଳର ନମୁନା ର ଛବି ପିନତେରେଷ୍ଟ ସାଇଟରୁ ଆମେ ଖୋଜି ବାହାର କରିଲୁ। ଏହି ଛବି ଯାହା ୧ ମାର୍ଚ ୨୦୧୫ ରେ ପିନତେରେଷ୍ଟରେ ପୋଷ୍ଟ ହୋଇଥିଲା, ସେଥିରେ ଏହା ଦାବି କରାଯାଇଅଛି ଯେ ଏହି ନରକଙ୍କାଳଟି ଆମେରିକାର ମିସୌରୀ ନାମ ଜାଗାରେ ମିଳିଥିଲା।

ଏହି ବିଷୟରେ ଆହୁରି ଗଭୀର ଅନୁସନ୍ଧାନ କରିଲା ପରେ ଆମେ ଏହା ଜାଣିବାକୁ ପାଇଲୁ ଯେ, ଏହା ମଧ୍ୟ ଗୋଟିଏ ମିଥ୍ୟା। ସତ ଖବର ହେଲା ଏହି ନରକଙ୍କାଳର ନମୁନା ଇଟାଲୀର ଜଣେ ମୂର୍ତିକାର ଜିନୋ ଡି ଡୋମିନିକ ବନାଇ ଥିଲେ।

ଏହି ପୋଷ୍ଟ ବିଷୟରେ ଆହୁରି ସତ୍ୟ ଜାଣିବା ପାଇଁ ଆମେ ସାଉଥ ଇଷ୍ଟ ଏସିଆ ରାମାୟଣ ରିସର୍ଚ ଇନ୍ସଟିଚିଉଟ, ଆସାମ ର ନିର୍ଦ୍ଦେଶକ ଶ୍ରୀମତୀ. ସବିତା ଶରମଙ୍କ ସହ କଥା ହେଲୁ | ସାଉଥ ଇଷ୍ଟ ଏସିଆ ରାମାୟଣ ରିସର୍ଚ ଇନ୍ସଟିଚିଉଟ ଆସାମ ର ନିର୍ଦ୍ଦେଶକ ଏହା କହିଲେ ଯେ ଏପରି କିଛି ଜିନିଷ ଶ୍ରୀଲଙ୍କାରୁ ମିଳି ନାହି। ସେ ଏହା ମଧ୍ୟ କହିଲେ ଯେ ତାଙ୍କ ସେଣ୍ଟର କୁ ବହୁତ ଲୋକେ ରିସର୍ଚ କରିବା ପାଇଁ ଆସନ୍ତି ଓ ବହୁତ ଅନୁଛେଦ ମଧ୍ୟ ଲେଖନ୍ତି, କିନ୍ତୁ ଏପରି କିଛି ଅନୁଛେଦ କେବେ ଛପି ନାହି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁପାଇଲୁ ଯେ ଏହି ପୋଷ୍ଟରେ ଦାବି କର ଯାଇଥିବା କୌଣସି କଥାର ସତ୍ୟ ସହିତ କିଛି ମଧ୍ୟ ସମ୍ବନ୍ଧ ନାହିଁ। ଇନ୍ଟରନେଟରୁ ବିଭିନ୍ନ ଛବି ନେଇ ଏହି ଅନୁଛେଦ କୁ ଲେଖା ଯାଇଅଛି। ଶ୍ରୀଲଙ୍କା ରୁ ପ୍ରଭୁ ଶ୍ରୀ ହନୁମାନଙ୍କ ଗଦା ଏବଂ ଗୋଟିଏ ବିଶାଳ ନରକଙ୍କାଳ ପାଇବା ଦାବି ଏକ ମିଥ୍ୟା କଥା। ଏହି ଗଦାଟି ଇନ୍ଦୋର ଜିଲ୍ଲାରେ ତିଆରି କରା ଯାଉଥିବା ହନୁମାନଙ୍କ ବିଶାଳ ମୂର୍ତି ପାଇଁ ଭାରତରେ ତିଆରି ହୋଈଥିଲା ଓ ଏହି ନରକଙ୍କାଳଟି ଇଟାଲୀ ର ଜିନୋ ଡି ଡୋମିନିକ ନାମ ମୂର୍ତିକାର ନିର୍ମାଣ କରି ଥିଲେ। ଏହି ଅନୁଛେଦର ସତ୍ୟ ସହିତ କିଛି ସମ୍ବନ୍ଧ ନାହିଁ।

Title:କ’ଣ ଶ୍ରୀଲଙ୍କାରେ ମିଳିଅଛି ପ୍ରଭୁ ଶ୍ରୀ ହନୁମାନଙ୍କ ଗଦା? କ’ଣ ଇନ୍ଟରନ୍ଯାଶନାଲ ରାମାୟାଣ ରିସର୍ଚ ସେଣ୍ଟରର ଅଧିକାରୀ ଶ୍ରୀଲଙ୍କା ଯାଇ ଏହି ଗଦାର ଖୋଜ କରି ପାଇଥିଲେ? କେଉଁଠି ଅଛି ଏହି ଗଦା ବର୍ତମାନ ସମୟରେ? ଜାଣନ୍ତୁ।
Fact Check By: Siddharth SahuResult: False