କ’ଣ ଗୋଟିଏ ପ୍ଲାଷ୍ଟିକ ଚାଦରରେ ଘେରି ରହିଥିବା କାରଣରୁ ଜନ୍ମ ନେଇଥିବା ଏହି ଶିଶୁ ଏପରି ଦିଶୁଚି? ଏହା ଘଟଣା କେଉଁ ସ୍ଥାନର ଘଟିଛି? ଜାଣନ୍ତୁ ସତ୍ୟ।

False Social
inage.jpg

ଏପରି ତ ଆଜିକାଲି ଅନେକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ମିଳିଥାଏ | ପିଲାଟି ଏକ ପ୍ଲାଷ୍ଟିକ ର ଚାଦର ରେ ଘେରି ରହିଥିଲା I କାରଣ ଏକ ପ୍ଲାଷ୍ଟିକ ପରି ତତ୍ୱ ପିଲାଟି ର ଶରୀର ରେ ଲାଗି ରହିଥିଲା | ଡାକ୍ତର ଙ୍କ କହିବା ଅନୁସାରେ ଏହି ପ୍ଲାଷ୍ଟିକ ମା ଗର୍ଭ ରେ ହିଁ ପିଲାର ବିକାଶ ସମୟ ରେ ପିଲା ଦେହ ରେ ଲାଗିରହିଛି I ଏବଂ ଏହି ଘଟଣା ସମ୍ପର୍କ ରେ କାହାରିକୁ ବି ବିସ୍ତୃତ ସୂଚନା କିଛି ମିଳିନାହିଁ ବୋଲି ଦାବି କରା ଯାଇଅଛି। 

fb.jpg

Odia News | Archive  |  Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟକୁ ଗୁଗୁଲରେ ମୁଖ୍ୟ ଶବ୍ଦ ବ୍ୟବହାର କରି ଖୋଜିଲୁ। ୧୪ ଜୁନ ୨୦୧୬ ମସିହାରେ ହିନ୍ଦୁସ୍ଥାନ ଟାଇମସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦ ଅନୁଯାୟୀ ଶିଶୁଟି ଅତ୍ୟନ୍ତ ବିରଳ ରୋଗ ନେଇ ଜନ୍ମ ହେଇଥିଲା। ଟା ଦେହରେ କୌଣସି ଚରମ ନଥିଲା ଏବଂ ଦୁଇ ଦିନ ଟକ ଜୀବନ ସହିତ ସଂଘର୍ଷ କରିଲା ପରେ ସେହି ଶିଶୁ ନିଜ ପ୍ରାଣ ହରାଇ ଥିଲା। ଏହି ରୋଗର ନାମ ହେଲା ହାର୍ଲେକୁଇନ ଇଚିୟୋସିସ ଯେଉଁଟା ୩ ଲକ୍ଷ ଶିଶୁ ମାନଙ୍କ ମଧ୍ୟରେ ଗୋଟିଏ ଶିଶୁ ଦେହରେ ଦେଖିବାକୁ ମିଳି ଥାଏ। ଏହି ଶିଶୁର ଆଭ୍ୟାନ୍ତରିଣ ଅଙ୍ଗ ମଧ୍ୟ ଦେଖା ଯାଉ ଥିଲା। ଏହି ଶିଶୁର ଜନ୍ମ ନାଗପୁର ର ଲତା ମଙ୍ଗେସ୍କର ହସ୍ପିଟାଲରେ ହେଇଥିଲା। ଶିଶୁ କୁ ଦେଖି ଟା ବାପା ମାଁ ଆଶ୍ଚର୍ଯ୍ୟ ହେଇ ଯାଇ ଥିଲେ କିନ୍ତୁ ସେ ମାନେ ଶିଶୁ କୁ ଗ୍ରହଣ କରିଥିଲେ। ଏହି ପରି ଘଟଣା ୧୯୮୪ ମସିହାରେ ପାକିସ୍ତାନରେ ହେଇଥିଲା ଓ ସେହି ଶିଶୁ ୨୦୦୮ ମସିହା ଟକ ଜୀବିତ ଥିଲା। ୧୯୯୪ ମସିହାରେ ଏହି ପରି ଘଟଣା ଆମେରିକାରେ ମଧ୍ୟ ଦେଖିବା କୁ ମିଳି ଥିଲା। 

HT.jpg

Hindustan Times | Archive

ଆମେ ପୋଷ୍ଟରେ ଥିବା ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ କିଛି ତଥ୍ୟ ମିଳିଲା। ୧୪ ଜୁନ ୨୦୧୬ ମସିହାରେ ୟୁଟ୍ୟୁବରେ ଇଣ୍ଡିଆ ଟୁଡେ ଦ୍ଵାରା ପ୍ରସାରିତ ଗୋଟିଏ ଭିଡିଓରେ ଏହା କୁହା ଯାଇ ଅଛି ଯେ ଗୋଟିଏ ଶିଶୁ ବିରଳ ରୋଗ ନେଇ ଜନ୍ମ ହେଇଛି। ଏହି ଶିଶୁର ଶରୀରରେ କୌଣସି ଚରମ ଦେଖା ଯାଇ ନାହିଁ। ଦୁଇ ଦିନ ପର୍ଯ୍ୟନ୍ତ ଜୀବନ ସହିତ ସଂଘର୍ଷ କରିବା ପରେ ଏହି ଶିଶୁର ମୃତ୍ୟୁ ହେଇଛି। ମାହାରାଷ୍ଟ୍ର ନାଗପୁର ଗୋଟିଏ ଚାଷୀ ଘରେ ଜନ୍ମ ନେଇଥିଲା ଏହି ଶିଶୁ। ଏହି ଶିଶୁର କୌଣସି କାନ ନଥିଲା ଏବଂ ଜନ୍ମରୁ ସେ ନେତ୍ରହୀନ ଥିଲା। ମାତ୍ର ଗୋଟିଏ ଛୋଟ ନାକ ଏବଂ ଉଲ୍ଟା ଆଖିପତା ଥିବା ମିଳିଛି। ଏହି ଶିଶୁର ଜନ୍ମ ନାଗପୁର ର ଲତା ମଙ୍ଗେସ୍କର ହସ୍ପିଟାଲରେ ହେଇଥିଲା। ଏହି ରୋଗ ଅତ୍ୟନ୍ତ ବିରଳ। ୩ ଲକ୍ଷ ଶିଶୁ ଙ୍କ ମଧ୍ୟରେ ଗୋଟିଏ ଶିଶୁରେ ଏହି ରୋଗ ହେଇଥାଏ। 

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଶିଶୁ କୌଣସି ପ୍ଲାଷ୍ଟିକରେ ଘେରି ନଥିଲା। ଏହି ଶିଶୁ ହାର୍ଲେକୁଇନ ଇଚିୟୋସିସ ନାମକ ଗୋଟିଏ ବିରଳ ରୋଗ ରୁ ପୀଡ଼ିତ ଥିଲା ଏହା ୨୦୧୬ ମସିହାର ଗୋଟିଏ ପୁରୁଣା ଘଟଣା। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଏପରି ଗୁଜବ ସୃଷ୍ଟି କରନ୍ତୁ ନାହିଁ। 

Avatar

Title:କ’ଣ ଗୋଟିଏ ପ୍ଲାଷ୍ଟିକ ଚାଦରରେ ଘେରି ରହିଥିବା କାରଣରୁ ଜନ୍ମ ନେଇଥିବା ଏହି ଶିଶୁ ଏପରି ଦିଶୁଚି? ଏହା ଘଟଣା କେଉଁ ସ୍ଥାନର ଘଟିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *