କେଉଁ ମାଧ୍ୟମ ବ୍ୟବହାର କରି ଯିବାଆସିବା କରୁଥିଲେ ପୁରୁଣା କାଳ ପୋଲିସ? କ’ଣ ଏହି ସାଇକେଲଟି ପୋଲିସ ଦ୍ଵାରା ବ୍ୟବହାର କରାଯାଉଥିଲା? କେଉଁ ରାଜ୍ୟ ବା କେଉଁ ଦେଶରେ ଓ କିଏ ବ୍ୟବହାର କରୁଥିଲେ ଏହି ସାଇକେଲଟି କୁ? ଜାଣନ୍ତୁ ସତ।

Entertainment Social

ଗତ କିଛି ଦିନ ଆଗରୁ ଏହି ପୋଷ୍ଟଟି ଫେସବୁକରେ ଭାଇରାଲ ହୋଈଅଛି। ଏହି ପୋଷ୍ଟଟି କୁ ଫେସବୁକ ର ଓଡ଼ିଆ ଅନାବନା ପେଜରେ ପୋଷ୍ଟ କରାଯାଇଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଛବିରେ ଥିବା ସାଇକେଲଟି କୁ ପୁରୁଣା କାଳ ପୋଲିସ ବ୍ୟବହାର କରୁଥିଲେ। ଏହି ସାଇକେଲଟି କୁ କେଉଁ ରାଜ୍ୟ ବା କେଉଁ ଦେଶର ପୁଲିସ ବ୍ୟବହାର କରୁଥିବା ବିଷୟରେ କୌଣସି ଟିପ୍ପଣୀ କରା ଯାଇ ନାହିଁ। ମାତ୍ର କିଛି ଘଣ୍ଟା ଭିତରେ ଏହି ପୋଷ୍ଟଟି କୁ ୨୦୦୦ ଲାଇକ୍ସ ଏବଂ ୭୫୩ ଶେୟାର ମିଳି ସାରିଛି। ଏହି ସାଇକେଲ ବିଷୟରେ ସତ୍ୟ କଣ, ଆମ ଅନୁସନ୍ଧାନରୁ ଜାଣନ୍ତୁ। 

source with share and comments.jpg

Archived Link

ଆମ ଅନୁସନ୍ଧାନ:

ଆମେ ଫେସବୁକରେ ଓଡ଼ିଆ ଅନାବନା ପେଜରେ ଏହି ପୋଷ୍ଟ ସମ୍ପର୍କରେ ଆସିଲୁ। ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗଲର ବ୍ୟବହାର କରି ଏହି ଛବିର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ଏହି ପୋଷ୍ଟ ସମ୍ବନ୍ଧିତ କିଛି ସତ୍ୟ ସମ୍ପର୍କରେ ଆସିଲୁ। 

ଓଲ୍ଡବାଇକ.ଈଊ ସାଇଟ, ଯାହା ଗୋଟିଏ ଅନଲାଇନ ସଂଗ୍ରହାଳୟ, ଏହି ସାଇକେଲ ବିଷୟରେ ବର୍ଣନା କରିଅଛି। ଏହି ସଂଗ୍ରହାଳୟ ଅନୁସାରେ ପ୍ରଥମ ବିଶ୍ଵ ଯୁଦ୍ଧ ସମୟରେ ଜର୍ମାନୀର ସୈନିକ ଦ୍ଵାରା ବ୍ୟବହାର କରାଯାଇଥିଲା। ବହୁ ପରିମାଣରେ ସୈନିକ ଥିବା ଯୋଗୁ ତାଙ୍କ ଯିବାଆସିବା ପାଇଁ ଏହି ସାଇକେଲ ବ୍ୟବହାର କରାଯାଇଥିଲା। ସେହି ସମୟରେ ଏତେ ପରିମାଣର ସାଇକେଲ ପାଇଁ ଟାୟାର ବନାଇବା ପାଇଁ ଜର୍ମାନୀ ଯଥେଷ୍ଟ ରବର ଯୋଗାଇ ପାରିନଥିଲା। ସେଥିପାଇଁ ସାଇକେଲରେ ଟାୟାର ବଦଳରେ ସ୍ପ୍ରିଙ୍ଗର ବ୍ୟବହାର କରା ଯାଇଥିଲା। ଏହି ସାଇକେଲର ନାମ ହେଲା “ ୧୯୦୫ ହେର୍ରାଂରାଡ ଭିକ୍ଟୋରିୟା”

proof 1.jpg

ଜୁଲାଇ ୨୦୧୮ ମସିହାରେ ୟୁଟୁବ ଗୋଟିଏ ଚ୍ୟାନେଳରେ ଏହି ସାଇକେଲ ବିଷୟରେ ମଧ୍ୟ ଏହା କହିଅଛନ୍ତି ଯେ ଏହି ସାଇକେଲଟି ପ୍ରଥମ ବିଶ୍ଵ ଯୁଦ୍ଧ ସମୟରେ ଜର୍ମାନୀର ସୈନିକ ମାନଙ୍କ ଦ୍ଵାରା ବ୍ୟବହାର କର ଯାଇଥିଲା। 

bad teeth no bar.jpg

ଏହି ସାଇକେଲ ବିଷୟରେ ପିଣ୍ଟେରେଷ୍ଟ ସାଇଟରେ ମଧ୍ୟ ପୋଷ୍ଟ କରା ଯାଇଅଛି।  

pintrest proof.jpg

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁଯେ ଏହି ସାଇକେଲ କୌଣସି ରାଜ୍ୟ ବା କୌଣସି ଦେଶର ପୋଲିସ ଚଳାଇ ନଥିଲେ। ଏହି ସାଇକେଲଟି ପ୍ରଥମ ବିଶ୍ଵ ଯୁଧ୍ୟ ସମୟରେ ଜର୍ମାନୀର ସୈନିକଙ୍କ ଦ୍ଵାର ଯିବାଆସିବା ପାଇଁ ବ୍ୟବହାର ହୋଇଥିଲା। ଏହି ପୋଷ୍ଟରେ କରା ଯାଇଥିବା ଦାବିର ସତ୍ୟ ସହିତ କୌଣସି ସମ୍ପର୍କ ନାହିଁ। 

Avatar

Title:କେଉଁ ମାଧ୍ୟମ ବ୍ୟବହାର କରି ଯିବାଆସିବା କରୁଥିଲେ ପୁରୁଣା କାଳ ପୋଲିସ? କ’ଣ ଏହି ସାଇକେଲଟି ପୋଲିସ ଦ୍ଵାରା ବ୍ୟବହାର କରାଯାଉଥିଲା? କେଉଁ ରାଜ୍ୟ ବା କେଉଁ ଦେଶରେ ଓ କିଏ ବ୍ୟବହାର କରୁଥିଲେ ଏହି ସାଇକେଲଟି କୁ? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *