କ’ଣ ଭାରତ ସ୍ଵାଧୀନ ହେଲା ପରେ ୧୯୪୭ ରୁ ୧୯୭୯ ମସିହା ତକ ସମସ୍ତ ଶିକ୍ଷାମନ୍ତ୍ରୀ ମୁସଲମାନ ଥିଲେ? ଜାଣନ୍ତୁ ସତ୍ୟ।

False Social

Photo Credit: India Today

୧୦ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟକରି ଦାବି କରିଛନ୍ତି ଯେ ୧୯୪୭ ମସିହାରୁ ୨୯୭୯ ମସିହା ପର୍ଯ୍ୟନ୍ତ ଭାରତର ଶିକ୍ଷା ମନ୍ତ୍ରୀ କେବଳ ଇସଲାମ ମଜହବୀ କଟ୍ଟରପନ୍ତି ଲୋକେ ଥିଲେ ଯେଉଁ ମାନେ କଂଗ୍ରେସ ଶାସନ କାଳରେ ୩୧ ବର୍ଷ ଭିତରେ ଭାରତ ଇତିହାସକୁ ବିକୃତ କରି ଦେଇଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ମନ୍ତ୍ରୀ ମାନେ ନିମ୍ନଲିଖିତ ଏଜେଣ୍ଡାରେ କାମ କରିଛନ୍ତି – 

୧- ହିନ୍ଦୁ ମାନଙ୍କୁ ସେମାନଙ୍କ ସନାତନୀ ଇତିହାସ ରୁ ବଞ୍ଚିତ କରିବା

୨- ହିନ୍ଦୁ ଧର୍ମ କୁ ଅନ୍ଧବିଶ୍ୱାସ କହି ଗାଳିଦେବା

୩- ହିନ୍ଦୁ ମାନଙ୍କୁ ନିଜ ପରିଚୟ ଉପରେ ଅପମାନ ବୋଧ ଲାଗିବାକୁ ବାଧ୍ୟ କରିବା

୪- ଶିକ୍ଷା ପ୍ରଣାଳୀ କୁ ଅବ୍ରାହ୍ମୀକରଣ

୫- ମିଡିଆ ମାଧ୍ୟମରେ ହିନ୍ଦୁ ଧର୍ମ ଆଉ ସଂସ୍କୃତି ବିରୋଧରେ ଅପପ୍ରଚାର କରିବା

୬- ଆକବର ପରି ଇସଲାମିକ ନୃଶଂସ ଦାନବକୁ ମହାନ କହିବା

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ଶିକ୍ଷା ମନ୍ତ୍ରାଳୟ ୱେବସାଇଟରେ ଯାଇ ସମସ୍ତ ଶିକ୍ଷା ମନ୍ତ୍ରୀଙ୍କ ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ୧୯୪୭ ମାସିହା ରୁ ବର୍ତମାନ ସମୟତକ ଦେଶରେ ୩୨ ଶିକ୍ଷା ମନ୍ତ୍ରୀ ରହି ସାରିଛନ୍ତି। ୧୯୪୭ ରୁ ୧୯୭୯ ମସିହା ପର୍ଯ୍ୟନ୍ତ ୧୧ ନେତା ଶିକ୍ଷା ମନ୍ତ୍ରୀ ପଦବୀରେ ଥିଲେ। କିନ୍ତୁ ପୋଷ୍ଟରେ କେବଳ ଇସଲାମ ଧର୍ମ ନେତାଙ୍କ ବିଷୟରେ ଲେଖି ଗୁଜବ ସୃଷ୍ଟି କରା ଯାଉଅଛି। ଏହି ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୬ ଜଣ ହିନ୍ଦୁ ଧର୍ମ ମନ୍ତ୍ରୀ ମଧ୍ୟ ଥିଲେ। 

MHRD.jpg

MHRD | Archive

Kalu Lal Shrimali | India Rises

ଏହା ପରେ ଆମେ ପୋଷ୍ଟରେ କୁହା ଯାଇନଥିବା ଶିକ୍ଷା ମନ୍ତ୍ରୀ ମାନଙ୍କ ବିଷୟରେ ଗୁଗୁଲରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ଆମକୁ କ୍ଯାବିନେଟ ସେକ୍ରେଟାରୀ ୱେବସାଇଟରେ ୧୦ ଏପ୍ରିଲ ୧୯୬୨ ମସିହାର ଗୋଟିଏ ନୋଟିସ ମିଳିଲା। ଏହି ନୋଟିସରେ ସେହି ସମୟ କାଳର ସମସ୍ତ ମନ୍ତ୍ରୀ ମାନଙ୍କ ପଦବୀ ବିଷୟରେ କୁହା ଯାଇଅଛି। ଏହି ନୋଟିସରେ ଆମକୁ ଦେଖିବା କୁ ମିଳିଲା ଯେ ଡାଃ କେ.ଏଲ.ଶ୍ରୀମାଳୀ ୧୯୬୨ ମସିହାରେ ଭାରତର ଶିକ୍ଷା ମନ୍ତ୍ରୀ ଥିଲେ।

cab of sec.jpg

CABSEC | Archive

triguana sen.jpg

୩ ଜୁଲାଇ ୨୦୦୮ ମସିହାରେ ପଶ୍ଚିମବଙ୍ଗର ଜାତୀୟ ଶିକ୍ଷା ପରିଷଦ ଡାଃ ତ୍ରିଗୁନା ସେନଙ୍କର ଜୀବନୀ ଅଭିଲେଖାଗାର ବନାଇବା ନିର୍ଣଯ ନେଇଛି। ଡାଃ ତ୍ରିଗୁନା ୧୯୬୮ ମସିହାରେ ଶିକ୍ଷା ମନ୍ତ୍ରୀ ଥିବା ସମୟରେ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ। ତାଙ୍କୁ ପଦ୍ମଭୂଷଣ ପଦକ ମଧ୍ୟ ଦିଆ ଯାଇଥିଲା ଓ ସେ ଯାଦାଭପୁର ବିଶ୍ଵବିଦ୍ୟାଳୟର କୁଳପଟି ମଧ୍ୟ ରହିଛନ୍ତି। 

millenium post.jpg

Millenium Post | Archive

KVRV Rao.jpg

ସାମାଜିକ ଏବଂ ଅର୍ଥନୀତିକ ପରିବର୍ତନ ପ୍ରତିଷ୍ଠାନ ୱେବସାଇଟରେ କୁହା ଯାଇ ଅଛି ଯେ ଭି.କେ.ଆର.ଭି ରାଓଙ୍କ ଜନ୍ମ ୧୯୦୮ ମସିହାରେ ତାମିଲ ନାଡ଼ୁର କାଞ୍ଚିପୁରମ ଜିଲା ରେ ହେଇଥିଲା। ସେ ନିଜ ଶିକ୍ଷା ମାଡ୍ରାସରେ ପୁରା କରିଥିଲେ। ସେ ବମ୍ବେ ବିଶ୍ଵବିଦ୍ୟାଳୟରୁ ଉଚ ଶିକ୍ଷା ଗ୍ରହଣ କରିଥିଲେ। ୧୯୬୮ ମସିହାରୁ ୧୯୭୧ ତକ ଭାରତର ଶିକ୍ଷା ମନ୍ତ୍ରୀ ପଦବୀରେ ରହି ଥିଲେ। 

ISEC.jpg

ISEC | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ୧୯୪୭ ମସିହାରୁ ୧୯୭୯ ମସିହା ମଧ୍ୟରେ ଭାରତରେ ୧୧ ଶିକ୍ଷା ମନ୍ତ୍ରୀ ରହିଛନତି। ଏହାଙ୍କ ମଧ୍ୟରୁ ୫ ଟି ମୁସଲମାନ ମନ୍ତ୍ରୀ ଏବଂ ୬ ଟି ହିନ୍ଦୁ ମନ୍ତ୍ରୀ ରହିଛନତି। ସେଥିପାଇଁ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Avatar

Title:କ’ଣ ଭାରତ ସ୍ଵାଧୀନ ହେଲା ପରେ ୧୯୪୭ ରୁ ୧୯୭୯ ମସିହା ତକ ସମସ୍ତ ଶିକ୍ଷାମନ୍ତ୍ରୀ ମୁସଲମାନ ଥିଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *