
କୋରନା ସଂକ୍ରମଣ ର କାଳ ମଣ୍ଡୁଥିବା ଇନ୍ଦୋର ରେ ଗୁରୁବାର ଦିନ ଦୁଇଟି କ୍ଷେତ୍ରରେ ନୋଟ ପିଙ୍ଗିବା ଘଟଣା ହାହାକାର ସୃଷ୍ଟି କରିଥିଲା। ଏହି ନୋଟ ୧୦୦,୨୦୦ ଏବଂ ୫୦୦ ଟଙ୍କା ର ଥିଲା। ପୋଲିସ ଏବଂ ନଗର ନିଗମ ଦଳ ଏହି ସ୍ଥାନ ରେ ପଂହଁଚି ଏହି ନୋଟ ଗୁଡିକ ସାନିଟାଇଜ କରି ଜପତ କରିଛନ୍ତି । ଇନ୍ଦୋର ର ଖତିପୁରା-ଗୌରୀ ନଗର ର ରାସ୍ତା ରେ ସକାଳୁ ପ୍ରଥମ ଘଟଣା ହେଇଛି। ନରେନ୍ଦ୍ର କୁରେଲ ଯେ କି ନିଗମ ର ଜର୍ଣ୍ଣାଲ ଅଧିକାରୀ କହିଲେ ତାଙ୍କୁ ସୂଚନା ମିଳିଛି ଯେ ଖତିପୁର ମୁଖ୍ୟ ରାସ୍ତା ସ୍ଥିତ ଚନ୍ଦ୍ରଭାନ୍ସୟ କ୍ଷତ୍ରିୟ ଖାତି ସମାଜ ଧର୍ମଶାଳା ନିକଟରେ ଦୁଇ ପ୍ରହର ୧୨ ଟାରେ କିଏ ଅଂଜ୍ଞାତ କାର ଆଣି ନୋଟ ଉଡେଇ ଚାଲିଯାଇଥିଲେ। ଏଥି ମଧ୍ୟରେ ୧୦୦,୨୦୦ ଏବଂ ୫୦୦ ନୋଟ ପାଖା ପାଖି ୨୫ ଟି ଅଛି। ସାଙ୍ଗେ ସାଙ୍ଗେ ହୀର ନଗର ପୋଲିସ ଟିମ ସେଠି ପହଞ୍ଚିଲେ ଏବଂ ସମସ୍ତ ନୋଟି କୁ ସାନିଟାଇଜ କରି ବାଡ଼ି ସାହାଯ୍ୟ ରେ ପଲଥିନି ରେ ପୁରେଇ ଜପତ କରିଥିଲେ। ଥାନା ଦାୟିତ୍ୱ ରେ ଥିବା ରାଜୀବ ସିଂ ଭଦୋରିଆ ଙ୍କ ଅନୁସାରେ ନୋଟ କିଏ ଫିଙ୍ଗିଛି ଏହି ତଥ୍ୟ ଏଯାଏ ଜଣା ଯାଇନାହିଁ। ଏହି ଅଞ୍ଚଳରେ ଥିବା ୨ଟି ସିସିଟିଭି କ୍ୟାମେରା ରେ ମଧ୍ୟ ଖୋଜା ଯାଇଥିଲା ସେହି ସନ୍ଦେହ ପୂର୍ଣ ଗାଡି କିମ୍ବା ଆସିଥିବା ବ୍ୟକ୍ତି ବିଷୟରେ ଏ ପର୍ଯ୍ୟନ୍ତ କିଛି ସୂଚନା ପ୍ରାପ୍ତ ହୋଇନାହିଁ। ଏବେ ପର୍ଯ୍ୟନ୍ତ କେହି ଏମିତି ବ୍ୟକ୍ତି ମିଳିଛି ଯେ କି ଏହି କଥା କହିବ ଯେ କିଏ ନୋଟ ଫୋପାଡ଼ିଛି।
ଆମ ଅନୁସନ୍ଧାନରୁ ଜଣା ପଡ଼ିଳା ଯେ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ମୁଖ୍ୟ ଶବ୍ଦଗୁଡ଼ିକ ଟାଇପ କରି ଏହି ଘଟଣା ବିଷୟରେ ଖୋଜିଲୁ। ସର୍ଚ କରିଲା ପରେ ଆମକୁ ଏନ.ଡି.ଟି.ଭି ଦ୍ଵାରା ପ୍ରସାରିତ ୟୁଟ୍ୟୁବରେ ଇଟିଏ ଭିଡିଓ ମିଳିଲା। ୧୬ ଏପ୍ରିଲ ରେ ପ୍ରାରିତ ହେଇଥିବା ଏହି ଭିଡିଓରେ କୁହା ଯାଇଅଛି ଯେ ଇନ୍ଦୋର ର ଗୋଟିଏ ରାସ୍ତାରେ କିଛି ଟଙ୍କା ପଡ଼ିଥିବା ମିଳିଛି। ଏହି ଟଙ୍କା ଡାବିହୀନ ବୋଲି କୁହା ଯାଇଅଛି। କୋରୋନା ସମୟରେ ଇନ୍ଦୋର ମଧ୍ୟପ୍ରଦେଶ ରାଜ୍ୟର ଗୋଟିଏ ହତସ୍ପାତ ସ୍ଥାନ। ସ୍ଥାନୀୟ ଲୋକେ ରାସ୍ତାରେ ୫୦, ୧୦୦, ୨୦୦ ଏବଂ ୫୦୦ ଟଙ୍କା ପଡ଼ିଥିବା ଦେଖି ଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ନୋଟ ଗୁଡ଼ିକ କୁ ସାନିଟାଇଜ କରି ଜବତ କରିଛି। ପୋଲିସ ଏହି ବିଷୟ ନେଇ ଅନୁସନ୍ଧାନ ମଧ୍ୟ କରୁଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ହୀରା ନଗର ଥାନାର ଏସ.ଏଚ୍.ଓ ଗୋଟିଏ ସାକ୍ଷାତରେ ଏହା କହିଛନ୍ତି ଯେ ବର୍ତମାନ ଏହି କଥା ସ୍ପଷ୍ଟ ହେଇ ନାହିଁ କି ଏହି ନୋଟ କିଏ ଫିଙ୍ଗିଛନ୍ତି ବା ଏହି ନୋଟ କେଉଁ ଲୋକ ପକ୍ଷରୁ ଖସି ପଡ଼ିଯାଇଛି।
୧୭ ଏପ୍ରିଲରେ ସ୍କ୍ରୋଲ ପତ୍ରିକାରେ ଏହି ଘଟଣା ସମ୍ବନ୍ଧିତ ଗୋଟିଏ ଅନୁଛେଦ ପ୍ରକାଶିତ ହେଇଛି। ଏହି ଅନୁଛେଦ ଅନୁଯାୟୀ ଡି.ଆଇ.ଜି. ହରିନାରାୟଣଚାରି ମିଶ୍ର କହିଛନ୍ତି ଯେ ଏହି ଘଟଣା ସମ୍ବନ୍ଧିତ ସମସ୍ତ ଅଭିଯୋଗ, ଅନୁମାନ ଏବଂ ସମ୍ଭାବନା ର ପରୀକ୍ଷା କରା ଜୀବ। ସେ ଏହା ମଧ୍ୟ କହିଛନ୍ତି ଯେ ପୋଲିସ ସି.ସି.ଟି.ଭି ଫୁଟେଜର ପରୀକ୍ଷା କରିବ।
ଏହା ପରେ ଆମେ ହୀରା ନଗର ପୋଲିସ ଥାନା ଫୋନ କରି ଥାନା ଦାୟିତ୍ଵରେ ଥିବା ଇନ୍ସପେକ୍ଟର ରାଜୀବ ଭଦୋରିୟାଙ୍କ ସହିତ କଥା ଲାଗିଲୁ। ଇନ୍ସପେକ୍ଟର ରାଜୀବ ଆମକୁ କହିଲେ ଯେ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଗୁଜବ ହେଉଥିବା ସମସ୍ତ କଥା ମିଥ୍ୟା ଅଟେ। ଯେଉଁ ନୋଟ ରାସ୍ତାରେ ପଡ଼ିଥିବା ମିଳିଥିଲା, ସେଇଟା ରାମ ନରେଶ ଯାଦବ ନାମକ ଜଣେ ଗେସ ସିଲିଣ୍ଡର ଡେଲିଭେରୀର କାମ କରନ୍ତି। ସାଇକଲ ଚଳଉ ଥିଲା ବେଳେ ଏହି ନୋଟ ତାଙ୍କ ପକେଟରୁ ଖସି ପଡ଼ିଥିଲା। ଲୋକଙ୍କ ମଧ୍ୟରେ ଏହି ଘଟଣା ନେଇ ଡର ପଶିବା ଖବର ଶୁଣିଲା ପରେ ରାମ ନରେଶ ଯାଦବ ପୋଲିସ ସହିତ ସମ୍ପର୍କ କରି କହିଲେ କି ସେହି ପଇସା ତାଙ୍କର ଆଉ ଭୁଲ ରେ ତାଙ୍କ ପକେଟରୁ ଖସି ପଡ଼ିଥିଲା। ସି.ସି.ଟି.ଭି ଫୁଟେଜର ପରୀକ୍ଷା କରି ସାରିଲା ପରେ ପୋଲିସ ମଧ୍ୟ ଏହା ଜାଣିବାକୁ ପାଇଲା ଯେ ଏହି ପଇସା ରାମ ନରେଶ ଯାଦବଙ୍କର। ଏହି ନୋଟ କୋରୋନା ଭାଇରସ ସଂକ୍ରମଣ ବିସ୍ତାର କରିବା ଉଦ୍ଦେଶ୍ୟରେ ଫୋପଡ଼ା ଯାଇ ନ ଥିଲା।
ଶେଷକଥା:
ସମସ୍ତ ପ୍ରମାଣର ପରୀକ୍ଷା କରିଲା ପରେ ଆମେ ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ପାଇଲୁ। ଆମେ ଏହା ଜାଣିବାକୁ ପାଇଲୁ ଯେ ହୀରା ନଗର ଥାନା ଇନଚାର୍ଜ ରାଜୀବ ଭଦୋରିୟା କହିଛନ୍ତି ଯେ ଏହି ନୋଟ ରାମ ନରେଶ ଯାଦବ ନାମକ ଜଣେ ଗେସ ସିଲିଣ୍ଡର ଦେଲିଭେରୀ କରୁ ଥିବା ବ୍ୟକ୍ତିଙ୍କ ପକେଟ ରୁ ଖସି ପଡ଼ି ଯାଇଥିଲା। ଏହି ନୋଟ କୁ କୋରୋନା ଭାଇରସ ବିସ୍ତାର କରିବା ଉଦ୍ଦେଶ୍ୟରେ ଫୋପଡ଼ା ଯାଇ ନଥିଲା।

Title:କ’ଣ ଇନ୍ଦୋରରେ କୋରୋନା ଭାଇରସ ବିସ୍ତାର କରିବା ଉଦ୍ଦେଶ୍ୟରେ ଜଣେ ଅଜ୍ଞାନ୍ତ ବ୍ୟକ୍ତି ରାସ୍ତାରେ ପଇସା ଫୋପାଡ଼ି ପଳାଇଲେ? ଜାଣନ୍ତୁ ସତ୍ୟ ଘଟଣା।
Fact Check By: Siddharth SahuResult: False