
ପଶ୍ଚିମବଙ୍ଗ ପୋଲିସ ନିଯୁକ୍ତିରେ ମନୋନୀତ ପ୍ରାର୍ଥୀଙ୍କ ତାଲିକାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପଶ୍ଚିମବଙ୍ଗ ପୋଲିସ ପଦବୀ ପାଇଁ ମୁସଲିମ ବ୍ୟତୀତ ଅନ୍ୟ ସମସ୍ତେ ଅଯୋଗ୍ୟ ଅଯୋଗ୍ୟନା ହେଇଗଲେ ନା ଆବେଦନ କରିନଥିଲେ , ଏବେ ତ ସେକ୍ୟୁଲାରିଆ ନିଜକୁ ସମ୍ବିଧାନିଆ ର କୋଠ ପୁଅ ଭାବୁଥିବା ଭୀମାଣ୍ଡୁ ତମର ଆଖି ଖୋଲିଦିଅ ନଚେତ ତମର ଆଗାମୀ ଅସ୍ତିତ୍ବ କେବଳ ଇତିହାସ ରେ ହିଁ ରହିଯିବ
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମେ ଭାଇରାଲ ହେଉଥିବା ଫୋଟୋକୁ ଗଭୀରତା ସହିତ ଦେଖିଲୁ। ଦେଖିଲା ପରେ ଆମେ ଜାଣିଲୁ ଯେ ଫୋଟୋରେ ଥିବା ତାଲିକା କେବଳ ଓବିସି ବର୍ଗର ତାଲିକା ଅଟେ।

ଏହା ପରେ ଆମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମକୁ ପଶ୍ଚିମବଙ୍ଗ ପୋଲିସର ଅଫିସିଆଲ ୱେବସାଇଟରେ ପଶ୍ଚିମବଙ୍ଗ ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ଦେଇଥିବା ସମସ୍ତ ପ୍ରାର୍ଥୀଙ୍କ ତାଲିକା ପାଇଲୁ। ଏହି ୱେବସାଇଟରେ ଆମେ ଏସ.ସି, ଏସ.ଟି, ଓବିସି ଏବଂ ଅଣ-ସଂରକ୍ଷିତ ଶ୍ରେଣୀ ପାଇଁ ନିଯୁକ୍ତି ତାଲିକା ଭିନ୍ନ ଥିବା ପାଇଲୁ। ୫୦ ଜଣ ପ୍ରାର୍ଥୀଙ୍କ ତାଲିକାରୁ ପ୍ରଥମ ୩୭ ଜଣ ପ୍ରାର୍ଥୀଙ୍କ ତାଲିକା ବିଭ୍ରାନ୍ତିକର ତଥ୍ୟ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଶେଷକଥା:
ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ପୋଷ୍ଟର ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି କାରଣ ଏହି ପଦବୀରେ ସବ-ଇନ୍ସପେକ୍ଟରଙ୍କ ପାଇଁ ମନୋନୀତ ପ୍ରାର୍ଥୀଙ୍କ ତାଲିକାର ଫୋଟୋ କେବଳ ଓବିସି ଏ ବର୍ଗ ପ୍ରାର୍ଥୀଙ୍କ ତାଲିକା ଅଟେ। ପଶ୍ଚିମବଙ୍ଗ ପୋଲିସ ୱେବସାଇଟରୁ ଆମେ ଜାଣିବାକୁ ପାଇଲୁ ଯେ ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ତାଲିକା ପ୍ରସ୍ତୁତ କରା ଯାଇଅଛି।

Title:କ’ଣ ପଶ୍ଚିମବଙ୍ଗ ସରକାର କେବଳ ମୁସଲମାନ ବ୍ୟକ୍ତି ମାନଙ୍କୁ ପୋଲିସ ପଦବୀରେ ନିଯୁକ୍ତି କରୁଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading
