
ସୋସିଆଲ ମିଡ଼ିଆରେ ଏକ ଭିଡ଼ିଆ ଭାଇରାଲ ହେଉଛି। ଯେଉଁଥିରେ ଏକ ଭୂତ ବ୍ୟାୟାମ କରୁଥିବା ଦାବିରେ ଭାଇରାଲ କରାଯାଉଛି। ଭିଡ଼ିଓରେ ବ୍ୟାୟାମ ଉପକରଣ ଜାଗାରେ କେହି ବସିଥିବା ପରି ମନେ ହେଉନାହିଁ। ତେଣୁ ଭୂତ ବ୍ୟାୟାମ କରୁଥିବା ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। କିଛି ପୋଲିସ କର୍ମଚାରୀ ମୋବାଇଲରେ ଏହି ଉପକରଣର ସୁଟିଂ କରୁଛନ୍ତି। ସୋସିଆଲ ମିଡ଼ିଆରେ ଲୋକମାନେ ଏକ ଭୂତ ବ୍ୟାୟାମ କରୁଛି ବୋଲି କହି ଭାଇରାଲ କରୁଛନ୍ତି। ଏହି ଭିଡ଼ିଓ Gouranga patra ନାମକ ଜଣେ ଫେସବୁକ ୟୁଜର ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି ଯେ, ପାର୍କରେ ଏକ ଭୂତ ବ୍ୟାୟାମ କରୁଛି। ଯାହାକୁ ପୁଲିସ କର୍ମଚାରିମାନେ ସୁଟିଙ୍ଗ କରି ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଭିଡ଼ିଓର Archive ଲିଙ୍କ ଦେଖନ୍ତୁ। ତେବେ କଣ ଭାଇରାଲ ବିଡ଼ିଓରେ ଭୂତ ବ୍ୟାୟାମ କରୁଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡ଼ିଓକୁ ଇନବିଡରେ ପକାଇ ଭାଙ୍ଗିଲୁ। ଏହା ପରେ ଏହାର ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିବାରୁ ଆମକୁ 13 ଜୁନରେ ଭିଡ଼ିଓକୁ ନେଇ ଜାନ୍ସି ପୋଲିସ ଏକ Tweet କରିଥିବାର ପାଇଲ। ଭୂତ ବ୍ୟାୟାମ କରୁଥିବାର ଭିଡ଼ିଓ ଭାବରେ ଭାଇରାଲ ହେବା ପରେ ପୋଲିସ ଅନୁସନ୍ଧାନ କରିଥିଲା। ସୂଚନାନୁସାରେ, ବ୍ୟାୟାମ ଉପକରଣକୁ ଅତ୍ୟଧିକ ତେଲ ଦିଆଯାଇଥିଲା। ଯେଉଁଥି ପାଇଁ ବ୍ୟାୟାମ ଉପକରଣକୁ ଥରେ ହଲାଇଲେ ଏହା କିଛି ସମୟ ପର୍ଯ୍ୟନ୍ତ ଚାଲିଥାଏ। ରାଞ୍ଚି ପୋଲିସ ସ୍ପଷ୍ଟ କରିଛି ଯେ,ଡିଭାଇସର ଭିଡିଓ ଭାଇରାଲ ହେବା ପରେ ଆମର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ସେ ଟ୍ୱିଟରେ କହିଛନ୍ତି ଯେ,ଗୁଜବକୁ ବିଶ୍ୱାସ କର ନାହିଁ। ଯେଉଁମାନେ ଭିଡିଓ ମାଧ୍ୟମରେ ମିଥ୍ୟା ଦାବି କରିଛନ୍ତି ସେମାନଙ୍କୁ ପୋଲିସ ଖୋଜୁଛି। ଏବଂ ତାଙ୍କ ନାମରେ ତଦନ୍ତ କରାଯିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
इस झूले में अधिक ग्रीस लगे होने से एक बार हिला देने पर कुछ सेकंड तक हिलता रहता है।किसी शरारती तत्व ने झूला हिलाकर वीडियो बनाकर सोशल मीडिया पर डाल दिया है।पुलिस ने जाँच की और झूले को हिलाकर उसका वीडियो बनाया है।पुलिस शरारती तत्व को तलाश रही है।भूत की बात अफ़वाह है #FakeNewsAlert https://t.co/5uWjpJcvO8 pic.twitter.com/KiiwbyDVQ8
— Jhansi Police (@jhansipolice) June 13, 2020
ଏହି ସମୟରେ ଫ୍ୟାକ୍ଟ କ୍ରେସେଣ୍ଡୋ ଝାନ୍ସି ପୋଲିସ ଅଧିକାରି ରାହୁଲ ଶ୍ରୀବାସ୍ତବଙ୍କ ସହ ଯୋଗାଯୋଗ କରିଥିଲେ। ସେ କହିଛନ୍ତି ଯେ ଏହି ଭିଡିଓ ଝାନ୍ସିର ନନ୍ଦପୁରା ଅଞ୍ଚଳର କ ପାର୍କର ଅଟେ। ଡିଭାଇସରେ ପ୍ରଚୁର ପରିମାଣର ଗ୍ରୀସ୍ ପ୍ରୟୋଗ ହୋ ଥରେ ଚଲାଇଲା ପରେ ଏହା କିଛି ସେକେଣ୍ଡ ପର୍ଯ୍ୟନ୍ତ ଚାଲୁରହିଥାଏ। ଭୂତ ବ୍ୟାୟାମ କରୁଥିବା ଗୁଜବ ନେଇ ଏକ ଭିଡିଓ ସେୟାର କରାଯାଉଛି। ଏହାକୁ ବିଶ୍ୱାସ କର ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
तेजी से वायरल हो रहे वीडियो जिसमें झूला अपने आप झूलता हुआ दिखाई दे रहा है, सत्यता की जाँच @COCityjhansi द्वारा मौके पर जाकर की गयी तो झूले में अधिक ग्रीस लगे होने से एक बार हिला देने पर कुछ समय तक हिलता रहता है। आप सभी से अपील है कि भूत आदि होने की अफ़वाह न फैलाएं #FakeNewsAlert pic.twitter.com/kvqpQCMCSv
— Jhansi Police (@jhansipolice) June 13, 2020
ଶେଷକଥା-
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ , ଭୂତ ବ୍ୟାୟାମ କରୁଥିବା ଦାବିରେ ଭାଇରାଲ କରାଯାଉଥିବା ଭିଡ଼ିଓ ମିଥ୍ୟା ଅଟେ। ଯନ୍ତ୍ରପାତି ଉପରେ ଅଧିକ ଗ୍ରୀସ୍ ପ୍ରୟୋଗ କରାଯାଇଥିଲା। ଯେଉଁଥିପାଇଁ ଏହାକୁ ଥରେ ଟାଣିଲେ ଏହା କିଛି ସମୟ ପାର୍ଯ୍ୟନ୍ତ ଚାଲୁ ରହିଥାଏ |