କ’ଣ ଏବେ ଏ.ଟି.ଏମ ପିନ ଉଲଟା ମାରିଲେ ପଇସା ଲୁଟରୁ ବଞ୍ଚି ପାରିବେ? କ’ଣ ଏପରି କୌଣସି ଟେକ୍ନୋଲୋଜି ସତରେ ଅଛି? କେଉଁ ପରି ସ୍ଥିତିରେ ଏହାର ବ୍ୟବହାର କରି ହେବ? ଜାଣନ୍ତୁ।

False Social Technology

ବର୍ତମାନ କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଖବର ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଯଦି କୌଣସି ଚୋର ଏଟିଏମ ରୁ ଟଙ୍କା ଉଠେଈ ଦେବା ପାଇଁ କୁହେ ତାହାଲେ ସେ ଚୋରା ସହିତ ଝଗଡା କରିବା ଦରକାର ନାହିଁ। ଏବେ ଏପରି ଗୋଟିଏ ଟେକ୍ନୋଲୋଜି ବାହାରି ସାରିଛି ଯାହାର ବ୍ୟବହାର କରି ଚୋର ଠାରୁ ବଞ୍ଚିବା ସମ୍ଭବ। ଏହି ପୋଷ୍ଟରେ କରା ଯାଇଥିବା ଦାବି ଅନୁସାରେ ଯଦି କେଉଁ ଚୋରା ବା କୌଣସି ଲୋକଙ୍କର ଦବାବରେ ଆସି ଏଟିଏମରୁ ପଇସା ବାହାର କରିବା ପରିସ୍ଥିତି ଆସେ, ତାହାଲେ ନିଜ ଏଟିଏମ ପିନକୁ ଉଲଟା ମାରିଲେ ଟଙ୍କା ତ ବାହାରିଯିବ କିନ୍ତୁ ଏହି ଟଙ୍କାଟି ଏଟିଏମ ମେସିନରେ ଲାଖିଯିବ ଏବଂ ଏଟିଏମର ଏଲାର୍ମ ମଧ୍ୟ ବାଜୀବ ଏବଂ ଏହି ମେସିନ ଚୋର ର ଫୋଟୋ ମଧ୍ୟ ଅଠେଇନେବ। ଏହି ଖବର ହେଲୋ ଏପ୍ପରେ ୭ ଡିସେମ୍ବର ୨୦୧୯ ରେ ଭାଇରାଲ ହେଇଛି। 

helo.jpg

Helo App | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।

ଆମ ଅନୁସନ୍ଧାନ: 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଆମେ ଗୁଗୁଲରେ ଯାଇ ଏହା ଖୋଜିଲୁ ଯେ ଏହି ପୋଷ୍ଟ କେବେ ଓ କେଉଁ ପରି ଆରମ୍ଭ ହେଲା। ଏହା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ “ଇନଭେଣ୍ଟର ଅଫ ରେଭର୍ସ ପିନ” ସର୍ଚ କରିଲୁ। ଆମ ସର୍ଚରୁ ଆମେ ଏନବିସି ନ୍ୟୁଜ ପତ୍ରିକାର ସାଇଟ ପାଇଲୁ। ୨୮ ଜାନୁଆରୀ ୨୦୦୪ ରେ ଏହି ସାଇଟର ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଛିକାଗୋରେ ରହୁ ଥିବା ଜୋସେଫ ଜିଙଘର ନାମକ ଜଣେ ଆବିଷ୍କାରକ ଏହି ଟେକ୍ନୋଲୋଜି ବନାଇ ଥିଲେ। ଏହି ଟେକ୍ନୋଲୋଜି ଅନୁସାରେ ଏଟିଏମର ପିନ ଉଲଟା ମାରିଲେ ଏଟିଏମ ମେସିନ ନିଜେ ପୁଲିସକୁ ଚୋରୀର ସଂକେତ ଦେଇ ଦେବ। ୧ ଜାନୁଆରୀ  ୨୦୦୪ ମସିହାରେ ଇଲ୍ଲିନୀୟସର ବ୍ୟବସ୍ତା ପ୍ରଣାଳି ଏହି ରିଭର୍ସ ଏଟିଏମ ଟେକ୍ନୋଲୋଜିକୁ ନେଇ ବିଭିନ୍ନ ବ୍ୟାଙ୍କକୁ ପ୍ରସ୍ତାବ ପଠାଇଥିଲା। ଏହି ପ୍ରସ୍ତାବକୁ ସମସ୍ତ ବ୍ୟାଙ୍କ ଖାରଜ କରିଥିଲେ ଆଉ ଏହି ଟେକ୍ନୋଲୋଜିକୁ ଲାଗୁ କରା ଯାଇ ନଥିଲା।

nbc.jpg

NBC News      |      Archive

୨ ନଭେମ୍ବର ୨୦୧୧ ମସିହାରେ ଇକୋନୋମିକ ଟାଇମ୍ସ ପତ୍ରିକାରେ ଛାପି ଥିବା ଗୋଟିଏ ଅନୁଛେଦ ଅନୁସାରେ ଗତ କିଛି ସମୟରୁ ଗୋଟିଏ ଇମେଲ ସୋସିଆଲ ମିଡିଆରେ ଭାଇରାଲ ହେଇ ଚାଲିଛି ଯେଉଁ ତିରେ ଏହା ଲେଖା ଯାଇଅଛି ଯେ ଯଦି ଏପରି କୌଣସି ପରିସ୍ଥିତି ଆସେ ଯେବେ କାହାର ବାଧ୍ୟ ବା ଧମକ ଯୋଗୁ ଏଟିଏମରୁ ପଇସା ବାହାର କରିବା କୁ ପଡେ ତ ନିଜ ଏଟିଏମର ପିନକୁ ଉଲଟା ମାରିଲେ ଏଟିଏମ ମେସିନ ନିଜ ପିଉଳିଶକୁ ସଚେଟ କରିଦେବ।  ଏହି ଅନୁଛେଦରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଏହି ଟେକ୍ନୋଲୋଜି ସୁଣିବା ପାଇଁ ଭଲ ଲାଗୁଛି କିନ୍ତୁ ସମସ୍ତ ବ୍ୟାଙ୍କ ଏହାକୁ ମିଥ୍ୟା କହି ଖାରିଜ କରିଛନ୍ତି। ଭାରତର ଅନେକ ବ୍ୟାଙ୍କ କହିଛନ୍ତି ଯେ ଏହି ଗୋଟିଏ ଅନ୍ତରାଷ୍ଟ୍ରୀୟ ଇମେଲ ଆଉ ଭାରତରେ ଏପରି କୌଣସି ସୁବିଧା ନାହିଁ। ବ୍ୟାଙ୍କ ଏହା ମଧ୍ୟ କହିଅଛି ଯେ ଭାରତରେ ଅଧିକାଂଶ ଏଟିଏମରେ ସଦାବେଳେ ସିକ୍ୟୁରିଟି ରହିଥାଏ ଓ ଏପରି ଘଟଣା ପ୍ରାଏ ହୁଏ ନାହିଁ। ବ୍ୟାଙ୍କ ଏହି କଥାକୁ ମିଥ୍ୟା କହି ଖଣ୍ଡିତ କରିଛି।

economic times.jpg

The Economic Times | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଏହି ପୋସ୍ତ୍ଯେଉନ ତିରେ ଏହା ଦାବି କରା ଯାଇଅଛି ଯେ ଏଟିଏମର ଉଲଟା ପିନ ମାରିଲେ ମେସିନରେ ପଇସା ଲାଖିଯିବା ଓ ଚୋରର ଫୋଟୋ ଆସି ଜିବା ଖବର ସମ୍ପୂର୍ଣ ଭାବେ ମିଥ୍ୟା। ଏହି ଖବର ୨୦୦୪ ମସିହାରେ ଆମେରିକା ଓ ଅନ୍ୟ ଦେଶରେ ଭାଇରାଲ ହେଇଥିଲା ଓ ଏବେ ଏହାକୁ ସତ୍ୟ ଖବର କହି ଭାରତରେ ଭାଇରାଲ କରା ଯାଉଅଛି। ସମସ୍ତ ବ୍ୟାଙ୍କ ଏହି ଖବରକୁ ମିଥ୍ୟା କହି ଖଣ୍ଡିତ କରିଛି। 

Avatar

Title:କ’ଣ ଏବେ ଏ.ଟି.ଏମ ପିନ ଉଲଟା ମାରିଲେ ପଇସା ଲୁଟରୁ ବଞ୍ଚି ପାରିବେ? କ’ଣ ଏପରି କୌଣସି ଟେକ୍ନୋଲୋଜି ସତରେ ଅଛି? କେଉଁ ପରି ସ୍ଥିତିରେ ଏହାର ବ୍ୟବହାର କରି ହେବ? ଜାଣନ୍ତୁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *