କ’ଣ ଉତ୍ତର ପ୍ରଦେଶର ନୂଆ ଆଇନ ଅନୁଯାୟି, ରାଜ୍ୟରେ ମଦ ବିକିଲେ ମିଳିବ ମୃତ୍ୟୁ ଦଣ୍ଡ? କ’ଣ ସତ୍ୟତା ଏହି ପୋଷ୍ଟର?

False Social

ବର୍ତମାନ ସମୟରେ ଅନେକ ରାଜ୍ୟରେ ମଦ ବ୍ୟବସାଏ ବନ୍ଦ କରିବା ପାଇଁ ଧାରଣା ଚାଲିଅଛି। ଓଡ଼ିଶାରେ ମଧ୍ୟ ମଦ ବ୍ୟବସାଏକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ଅନେକ ସହରରୁ ଲୋକେ ଓ ଅନେକ ରାଜନୀତି ଦଳ ବର୍ତମାନ ସରକାର ଉପରେ ଜୋର ପକାଉଛନ୍ତି। ଏହି ବିଷୟର ଚର୍ଚା ସୋସିଆଲ ମିଡିଆରେ ଅନେକ ରୂପରେ ଭାଇରାଲ ହେଉଅଛି। 

ଗତ କାଲୀ 10 ଡିସେମ୍ବର 2019 ରେ ଜଣେ ଫେସବୁକ ୟୁଜର “ଆଇ ହେଟ ନବୀନ ପଟନାୟକ – ବିଜେଡ଼ି” ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ଉତ୍ତର ପ୍ରଦେଶ ରାଜ୍ୟରେ ମଦ ବିକିଲେ ମୃତ୍ୟୁ ଦଣ୍ଡ ମିଳିବ ଏବଂ ଓଡ଼ିଶାରେ ମଦ ବିକିଲେ ପୁରସ୍କାର ମିଳିବ। ଏହି ପୋଷ୍ଟରେ ଅନେକ ଲୋକେ ଅନେକ ପ୍ରକାର କାମେଣ୍ଟ ଦେଇଛନ୍ତି। କିଏ କହୁଛି କି ଓଡ଼ିଶା ସରକାର ମଦୁଆ ତ କିଏ ମଦ ବିକିଲେ ପୁରସ୍କାର ମିଳିବ, ଏହା ଓଡ଼ିଶା ସରକାର ର ଆସନ୍ତା ଯୋଜନା ବୋଲି କହି ବ୍ୟଙ୍ଗ କରିଛନ୍ତି। ଗତ ୬ ଘଣ୍ଟାରେ ଏହି ପୋଷ୍ଟଟି କୁ ୩୩୪ ଲାଇକ୍ସ, ୩୦ କାମେଣ୍ଟ ଓ ୧୨୫ ଥର ସେୟାର କରା ହେଇ ସାରିଅଛି।

source.jpg

Facebook|Archive

ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ: 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପ୍ରଥମେ ଆମେ ଗୁଗୁଲରେ ଯାଇ “ଡେଥ ପେନାଲ୍ଟି ଅନ ସେଲିଙ୍ଗ ଲିକର ଇନ ଉତ୍ତର ପ୍ରଦେଶ” ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ କିଛି ସତ୍ୟ ସାମନାକୁ ଆସିଲୁ। 

୨୦ ସେପ୍ଟେମ୍ବର ୨୦୧୭ ମସିହାରେ ଏନ.ଡି.ଟି.ଭି ପତ୍ରିକାରେ ଛାପି ଥିବା ଅନନୁଛେଦରେ ଏହା ଲେଖା ଯାଇଅଛି ଯେ ଉତ୍ତର ପ୍ରଦେଶରେ ଅବୈଧ ରୂପେ ତିଆରି ହେଉ ଥିବା ମଦ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଗୋଟିଏ ନୂଆ ଆଇନ ବନାଇଛି। ଏହି ନୂଆ ଏକ୍ସସାଇଜ ଏକ୍ଟ ଆଇନ ଅନ୍ତର୍ଗତ, ଯଦି ଅବୈଧ ମଦ ସେବନ କରିଲା ପରେ ଯଦି କୌଣସି ମୃତ୍ୟୁ ଘଟିବ ବା କୌଣସି କ୍ଷ୍ୟେତି ହେବ ତେବେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦିଆ ଜୀବ। ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ୟୋଗି ଆଦିତ୍ୟନାଥ ଏହି ନିର୍ଣୟ ନେଇ ଛନ୍ତି। ଅବୈଧ ମଦ ଯୋଗୁ କେତେ ମାତ୍ରାର କ୍ଷ୍ୟେତି ହେଇଛି ଦେଖିଲ ପରେ ଏହା ନିର୍ଣୟ ନିଯା ଜୀବ ଯେ ଦୋଷୀକୁ ଜୀବନକାଳ ଜେଲ ହେବ ବା ମୃତ୍ୟୁ ଦଣ୍ଡ ଦିଆ ଜୀବ।

ndtv.jpg

NDTV|Archive 

୨୨ ଡିସେମ୍ବର ୨୦୧୭ ମସିହାରେ ମୁମ୍ବଇ ମିର୍ରର ପତ୍ରିକାରେ ଛପି ଥିବା ଅଣୁଚ୍ଛେଦରେ ଲେଖା ଯାଇଅଛି ଯେ ଉତ୍ତର ପ୍ରଦେଶ ଏସେମ୍ବଳି ଅବୈଧ ମଦ ବ୍ୟବସାଏ ପାଇଁ ଜୀବନ କାଳ ଜେଲ ଓ ମୃତ୍ୟୁ ଦଣ୍ଡ ଦିଆ ଯିବାର ବିଲ ପାସ କରିଛି। ଏହି ବିଲ ଅନୁଯାୟି ଯଦି ଅବୈଧ ମଦ ସେବନ କରି କୌଣସି ଲୋକର ମୃତ୍ୟୁ ହେଲା ତେବେ ଦୋଷୀକୁ ମୃତ୍ୟୁ ଦଣ୍ଡ, ଜୀବନ କାଳ ପାଇଁ ଜେଲ ବା ୧୦ ଲକ୍ଷ ଟଙ୍କା ଜର୍ମାନ ଦେବାକୁ ପଡିବ। ଯଦି ଅବୈଧ ମଦ ସେବନ କରି କୌଣସି ଲୋକର ଦେହର ଅଙ୍ଗ ସମ୍ପୂର୍ଣ ଭାବେ ନଷ୍ଟ ହେବ ତେବେ ଦୋସିକୁ ୧୦ ବର୍ଷ ଜେଲ ଓ ୫ ଲକ୍ଷ ଟଙ୍କା ଜରିମାନା ଭରିବାକୁ ପଡିବ। ଏହି ନିୟମ ଦିଲ୍ଲୀ ଓ ଗୁଜରାତରେ ମଧ୍ୟ ଲାଗୁ ହେଇ ସାରିଛି। 

mumbai mirror.jpg

Mumbai Mirror| Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବା ପାଇଁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଜେଆର ଉତ୍ତର ପ୍ରଦେଶରେ ମଦ ବିକିଲେ ମୃତ୍ୟୁ ଦଣ୍ଡ ମିଳିବ ଓ ଓଡିଶାରେ ବିକିଲେ ପ୍ପୁରସ୍କାର ମିଳିବ ଗୋଟିଏ ମିଥ୍ୟା ଖବର। ଉତ୍ତର ପ୍ରଦେଶ ସରକାର ତାଙ୍କ ରାଜ୍ୟରେ ଅବୈଧ ରୂପେ ଚାଲି ଥିବା ମଦ ବ୍ୟବସାଇ ଓ ତା ସହିତ ଜଡିତ ଲୋକଙ୍କୁ ହେଉ ଥିବା କ୍ଷ୍ୟେତିକୁ ସମ୍ପୂର୍ଣ ଭାବେ ଅଟକାଇବା ପାଇଁ ଏହି ନିୟମ ବନା ଯାଇଛି।   ଉତ୍ତର ପ୍ରଦେଶ ଏସେମ୍ବଳି ଅବୈଧ ମଦ ବ୍ୟବସାଏ ପାଇଁ ଜୀବନ କାଳ ଜେଲ ଓ ମୃତ୍ୟୁ ଦଣ୍ଡ ଦିଆ ଯିବାର ବିଲ ପାସ କରିଛି।

Avatar

Title:କ’ଣ ଉତ୍ତର ପ୍ରଦେଶର ନୂଆ ଆଇନ ଅନୁଯାୟି, ରାଜ୍ୟରେ ମଦ ବିକିଲେ ମିଳିବ ମୃତ୍ୟୁ ଦଣ୍ଡ? କ’ଣ ସତ୍ୟତା ଏହି ପୋଷ୍ଟର?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *