କ’ଣ ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଭଉଣୀ ସହିତ ବିବାହ କରିଲେ ୧ ହଜାର କୋଟି ଟଙ୍କା ମିଳିବ? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

False Political

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଗୋଟିଏ ଘୋଷଣା। ଓଡ଼ିଆ ଏକ୍ସପ୍ରେସ ସାଇଟରେ ଛାପି ଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କିମ ଯୋଙ୍ଗ ୟୁନଙ୍କ କହିବା ଆନୁଯାୟୀ ଯିଏ ତାଙ୍କ ଭଉଣୀ କିମ ୟୋ ଯୋଙ୍ଗ ସହିତ ବିବାହ କରିବା, ସେ ତାକୁ ୧୦୦୦ କୋଟି ଟଙ୍କା ଦେବେ। କିନ୍ତୁ ଏହି ପ୍ରସ୍ତାବ ସହିତ କିଛି ଶର୍ତ ଜୁଡି ରହିଅଛି। କିମ ଯୋଙ୍ଗ ଚାହାନ୍ତି କି ତାଙ୍କ ଭଉଣୀ ସହିତ ବିବାହ କରିବା ପିଲା ଗ୍ରାଜୁଏଟ ହେଇଥାଉ ଏବଂ ତା ଚେହେରା ରେ ଗୋଟେ ମଧ୍ୟ ଦାଗ ନଥାଉ। ସେହହୀ ପିଲାର ଉଚ୍ଚତା ୫.୧୦ ଫିଟ ହେଇ ଥିବା ଦରକାର। କିମ ଯୋଙ୍ଗଙ୍କ ଅନ୍ୟ ଶର୍ତ ଏହାକି ସେହି ବ୍ୟକ୍ତି କାହାସହ ସମ୍ପର୍କରେ ନଥାଉ ଓ ତାର ଓଜନ  ୭୫ କେଜିରୁ ଅଧିକା ହୋଇନଥିବା କଥା ଆଉ ସେହି ପୁଅର ୬ ଆବ୍ସ ରହିଥିବା ଦରକାର।

ଏହି ଖବରଟି ଫେସବୁକର ଓଡିଆ ଅନାବନା ପେଜରେ ମଧ୍ୟ ପୋଷ୍ଟ କରା ଯାଇଅଛି। 

source.jpg

Archive

୭ ଜୁନ ୨୦୧୮ ମସିହାରେ ୟଙ୍ଗିସ୍ତାନ ପାତ୍ରୀକର ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ କିମ ଯୋଙ୍ଗଙ୍କ ଭଉଣୀକୁ ବିବାହ କରିଲେ ପୁଅକୁ ୧୦୦୦ କୋଟି ଟଙ୍କା ଓ ସୁନା ମିଳିବ, କିନ୍ତୁ ଶେଠୀ ପାଇଁ କିମ ଯୋଙ୍ଗଙ୍କ କିଛି ଶର୍ତ ମଣିବା’କୁ ପଡିବ। ଏହି ପତ୍ରିକାରେ ଏହା ଦାବି କରା ଯାଇଅଛି ଯେ କିମ ଯୋଙ୍ଗ ଯିଏକି ଗୋଟିଏ ନୁର୍ଶାଂଶ ଲୋକ ପ୍ରଥମ ଥର ପାଇଁ କିଛି ଲୋକତନ୍ତ୍ରିକ ନିର୍ଣୟ ନେବା ପାଇଁ ଯାଉଛନ୍ତି। ସେ ନିଜ ୨୯ ବର୍ଷୀୟ ଭଉଣୀ ପାଇଁ ଗୋଟିଏ ପୁଅ ଖୋଜୁଛନ୍ତି। 

youngisthan 2.jpg

Archive

ଏହି ବିଷୟରେ ସତ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। 

ଆମ ଅନୁସନ୍ଧାନ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ “କିମ ଯୋଙ୍ଗ ୟୁନ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଏହି ବିଷୟ ଜଡିତ କିଛି ତଥ୍ୟ ସାମନାକୁ ଆସିଲୁ। 

୨ ଜାନୁୟାରୀ ୨୦୧୫ ମସିହାରେ ଦି ଟେଲିଗ୍ରାଫ ପାତ୍ରୀକର ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଉତ୍ତର କୋରିଆର ଲିଡର କିମ ଯୋଙ୍ଗ ୟୁନଙ୍କ ଭଉଣୀ ତାଙ୍କ ଦେଶର ଜଣେ ମହତ୍ଵପୂର୍ଣ ଲୋକଙ୍କ ପୁଅ ସାଇଟ ବିବାହ କରିଛନ୍ତି। ସାଉଥ କୋରିଆର ନନ୍ୟୁଜ ଏଜେନ୍ସିର ଏହା କହିଅଛନ୍ତି ଯେ ତାଙ୍କ ଜାଣିବା ଅନୁସାରେ କିମ ୟୋ ଯୋଙ୍ଗ (ୱାର୍କର ପାର୍ଟି ଅଧ୍ୟକ୍ଷ) ନିଜ ପାର୍ଟିର ସେକ୍ରେଟେରୀ ଚୋଇ ର୍ଯୋଙ୍ଗ ହାଏଙ୍କ ପୁଅ ସହିତ ବିବାହ କରିଛନ୍ତି। 

telegraph.jpg

The Telegraph       |   Archive

୨୨ ଫେବ୍ରୁୟାରୀ ୨୦୧୮ ମସିହାରେ ଏବିସି ନ୍ୟୁଜ ପତ୍ରିକାରେ ଏହା ଲେଖା ଯାଇଅଛି ଯେ କିମ ୟୋ ଯୋଙ୍ଗ, ଯିଏ ଉତ୍ତର କୋରିଆର ସୁପ୍ରିମ ଲିଡରଙ୍କର ଭଉଣୀ ଏବେ ନିଜ ଦୁତୀୟ ସନ୍ତାନକୁ ନେଇ ଗର୍ଭବତି ଅଛନ୍ତି। ଯେବେ କିମ ୟୋ ଯୋଙ୍ଗ ଦକ୍ଷିଣ କୋରିଆ କିଛି ଉଚ୍ଚ ସ୍ତର କାମ ପାଇଁ ଯାଇଥିଲେ, ସେତେବେଳେ ସାଇତି ସେ ନିଜ ଗର୍ଭବତି ହେବ କଥା ମିଡିଆ କୁ କହି ଥିଲେ। ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଅ ଯାଇ ଥିବା ଲିଙ୍କ ଖୋଲି ଦେଖନ୍ତୁ। 

abc news.jpg

ABC News      |   Archive 

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବା ପାଇଁ ପାଇଲୁ ଯେ ପୋଷ୍ଟରେ କିମ ଯୋଙ୍ଗ ୟୁନଙ୍କ ଭଉଣୀ କୁ ବିବାହ କରିଲେ ୧୦୦୦ କୋଟି ଟଙ୍କା ମିଳିବା ଦାବି ଗୋଟିଏ ମିଥ୍ୟା କଥା। ଆମ ଅନୁସନ୍ଧାନରୁ ଆମେ ସ୍ପଷ୍ଠ ଭାବେ ଜାଣିଲୁ ଯେ କିମ ଯୋଙ୍ଗ ୟୁନଙ୍କ ଭଉଣୀଙ୍କ ବିବାହ ୨୦୧୫ ମସିହାରେ ହେଇସାରିଛି ଓ ୨୦୧୮ ମସିହାରେ ସେ ତାଙ୍କ ଦୁତୀୟ ପୁଅ ସହିତ ଗର୍ଭବତି ମଧ୍ୟ ଥିଲେ। ଏହି ପୋଷ୍ଟ ସୋସିଆଲ ମିଡିଆରେ ଏବେ ମଧ୍ୟ ଭାଇରାଲ କରା ଯାଉଛି।

Avatar

Title:କ’ଣ ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଭଉଣୀ ସହିତ ବିବାହ କରିଲେ ୧ ହଜାର କୋଟି ଟଙ୍କା ମିଳିବ? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

Fact Check By: Siddharth Sahu 

Result: False