
ଭାରତରେ ବିଜେପି ଶାସନ ଆସିଲା ପରେ ଗୌ ସୁରକ୍ଷା ବିଷୟ ଗୁରୁତ୍ଵ ଧରିଛି। ଅନେକ ସ୍ଥାନରେ ଗୌ ମାଁକ୍ସ ବ୍ୟାପାର କରା ଯାଉଥିଲା ବେଳେ ଅନେକ ଅନ୍ୟ ଧର୍ମ ଲୋକେ ଧାରା ପଡ଼ିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଟ୍ରକ୍ ରେ ଗୌ ଲାଦି ନେଇ ଯାଉଥିଲା ବେଳେ ଗାଡ଼ିକୁ ଜବତ କରିବା ଖବର ମଧ୍ୟ ସାମନାକୁ ଆସିଛି। ଏହି ଘଟନା ନେଇ ବର୍ତମାନ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପୋଷ୍ଟ କରା ଯାଇଥିବା ଦାବିର ଅନୁସନ୍ଧାନ କରିଲା ପରେ ଫେକ୍ଟ କୃସେଣ୍ଡୋ ଏହା କୁ ମିଥ୍ୟା ବୋଲି ପାଇଲା।
ପୋଷ୍ଟରେ କରା ଯାଇଥିବା ଦାବି କ’ଣ?
ଦୁର୍ଯୋଧନ ରାଉତ ନାମକ ଜେନ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ସମ୍ବାଦ ପତ୍ରିକାର ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ ସରକାର ର କାମ ମହିଳାଙ୍କୁ ସୁରକ୍ଷା ଦେବା ନୁହେଁ, ଗୌମାତାଙ୍କ ସୁରକ୍ଷା କରିବା ଅଟେ।
କ’ଣ ଯୋଗୀ ଆଦିତ୍ୟନାଥ ପ୍ରକୃତରରେ ଏପରି କହିଛନ୍ତି?
ଆମ ଅନୁସନ୍ଧାନ:
ଇଣ୍ଟର୍ନେଟରେ ଏହି ବିଷୟରେ ସ୍ସର୍ଚ କରିଲା ପରେ ଯୋଗୀ ଆଦିତ୍ୟନାଥ ଏପରି ବିବାଦୀୟ ବିବୃତ୍ତି ଦେଇ ଥିବା ଆମକୁ କେଉଁଠି ମଧ୍ୟ ମିଳିଲା ନାହିଁ। ଯୋଗୀ ଆଦିତ୍ୟନାଥଙ୍କ ଦ୍ଵାରା ଏପରି ବିବୃତ୍ତି ଦେଇ ଥିବାରୁ ଏହା ଗଣମାଧ୍ୟମରେ ଗୋଟିଏ ବଡ଼ ସମ୍ବାଦ ହେଇ ଥାନ୍ତା। ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଜଣା ପଡ଼ିଲା ଯେ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଏହି ବିବୃତ୍ତି ୨୦୧୮ ମସିହାରୁ ଭାଇରାଲ ହେଉଛି। ୧୦ ଏପ୍ରିଲ ୨୦୧୮ ମସିହାରେ ପ୍ରଥମ ଥର ଏହି ଗୁଜବ ପୋଷ୍ଟ କରା ଯାଇଥିଲା।
ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଆର-ହ୍ୟୁମାର ଟାଇମ୍ସ ୱେବସାଇଟରେ ଏହି ପୋଷ୍ଟ ଦେଖିବାକୁ ମିଳିଲା। “ଯୋଗୀ ଆଦିତ୍ୟନାଥ ସଫେଇ ଦେଇ କହିଲେ- ଗୌ ରକ୍ଷା ଆମ କାମ, ମହିଳା ସୁରକ୍ଷା ନୁହଁ” ବୋଲି ଏହି ପୋଷ୍ଟର ଶୀର୍ଷକରେ ଲେଖା ଯାଇଅଛି। କିନ୍ତୁ ଏହି ଲିଙ୍କ ଏବଂ ୱେବସାଇଟକୁ ଡ଼ିଲିଟ୍ କରି ଦିଆ ଯାଇଅଛି।
ଏହି ଅନୁଛେଦ ୧୦ ଏପ୍ରିଲ ୨୦୧୮ ମସିହାରେ ଆର-ହ୍ୟୁମାର ଟାଇମ୍ସ ନାମକ ୱେବସାଇଟରେ ପ୍ରକାଶନ କରା ଯାଇଅଛି। ଏହିଅନୁଛେଦରେ କୁହା ଯାଇଅଛି ଯେ ଯୋଗୀ ଆଦିତ୍ୟନାଥ ଉନ୍ନାଓ ଦୁଷ୍କର୍ମ ଘାଟଣା ସନ୍ଦର୍ଭରେ ଏପରି ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହି ଅନୁଛେଦ ପଢିଲା ପରେ ଆମେ ଦେଖିଲୁ ଯେ ଏହା ସାମ୍ବାଦିକତା ଲେଖାର ଶୈଳୀ ନୁହଁ। ଏହି ଅନୁଛେଦରେ ଅନେକ ବନାନ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଛି।
ଏହି ୱେବସାଇଟର ଏବାଉଟ୍ ପେଜରେ ଏହା ସ୍ପଷ୍ଟ ଭାବରେ ଲେଖା ଯାଇଅଛି ଯେ ଏହି ୱେବସାଇଟର କୌଣସି ଅନୁଛେଦ ସତ୍ୟ ନୁହେଁ। କମ୍ପାନୀ ସ୍ପଷ୍ଟ କରିଛି ଯେ ବ୍ୟଙ୍ଗାତ୍ମକ ରବନ୍ଧଗୁଡ଼ିକ ଆର-ହ୍ୟୁମର ଟାଇମ୍ସ ଦ୍ଵାରା ପ୍ରକାଶିତ କରା ଯାଏ। ୱେବସାଇଟରେ ଥିବା ପ୍ରବନ୍ଧଗୁଡ଼ିକରେ କୌଣସି ସତ୍ୟତା ନାହିଁ। ଏହା କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ଉପହାସ କରାଯାଏ।
ବର୍ତମାନ ପ୍ରଶ୍ନ ଏହା ଯେ ଏହି ଖବରକାଗଜ କେଉଁ ଉପାୟରେ ଭାଇରାଲ ହେଲା?
ପୋଷ୍ଟ କରା ଯାଇଥିବା ଖବରକାଗଜର ସ୍ପଷ୍ଟ ଫୋଟୋ ମଧ୍ୟ ଆମକୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦ୍ଦେଖିବାଲୁ ମିଳିଲା। ଏହି ଫୋଟୋ ଯାଞ୍ଚ କରିଲା ପରେ ଆମକୁ ଜଣା ପଡ଼ିଲା ଯେ ଏହି ଖବରକାଗଜ ରେ ଦୈ.ମୁ ବ୍ୟୁରୋ ଲେଖା ଯାଇଅଛି। ଏହା ଦ୍ଵାରା ଜଣା ପଡ଼ିଲା ଯେ ଏହି ଖବରକାଗଜ ଦୈନିକ ମୁନିବାସୀ ନାୟକ ଅଟେ।
ଏହି ଖବରକାଗଜର ଜଣେ ସାମ୍ବାଦିକ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଗୋଟିଏ ଖବରକୁ ବ୍ୟଙ୍ଗାତ୍ମକ ଭାବରେ ଲେଖି କହିଛନ୍ତି, “ ଦେଶର ମୁଖ୍ୟ ଗୌ ପ୍ରେମୀ ଏବଂ ଉତ୍ତରପ୍ରଦେଶର ଆମୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉନ୍ନାଓ ଗଣ ଦୁଷ୍କର୍ମ ନେଇ ସ୍ପଷ୍ଟ କରିଛନ୍ତି ଯେ ସରକାର ଗଠନ କରିବା ପୂର୍ବରୁ ଉତ୍ତରପ୍ରଦେଶ ଲୋକଙ୍କ ଠାରୁ ଗାଈ ରକ୍ଷା କରିବା ପ୍ରତିଜ୍ଞା ନେଇଥିଲେ ଏବଂ ବର୍ତମାନ ମଧ୍ୟ ସେମାନେ ଏହି ପ୍ରାତିବାଧତାକୁ ପାଳନ କରୁଛନ୍ତି। ଯଦି କେଉଁ ବ୍ୟକ୍ତି ଗାଈ ଉପରେ ନଜର ପକାଇଲା, ତାହାର ଆଖି ବାହାର କରି ଦେବୁ କିନ୍ତୁ ଆମେ ମହିଳାଙ୍କ ସୁରକ୍ଷା ପାଇନ କୌଣସି ପ୍ରତିବଦ୍ଧତା ନେଇ ନାହୁଁ। ଆଉ ଯେଉଁ ପ୍ରତିବଦ୍ଧତା ଆମେ ନେଇ ନାହୁଁ ତାହା ନେଇ ପ୍ରଶ୍ନ କାହିଁକି ପ୍ରଶ୍ନ ପଚରା ଯାଉଅଛି?
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଯୋଗୀ ଆଦିତ୍ୟନାଥ ଏପରି କୌଣସି ବିବୃତ୍ତି ଦେଇ ନାହାନ୍ତି। ଏହି ଗୁଜବ ରହ୍ୟୁମର ନାମକ ୱେବସାଇଟରେ ପ୍ରଥମେ ପୋଷ୍ଟ କରା ଯାଇଥିଲା। କିନ୍ତୁ ଏହି ୱେବସାଇଟ ନିଜେ କହିଛି ଯେ ଏହା ସାର୍କାଷ୍ଟୀକ୍ ୱେବସାଇଟ ଅଟେ ଯେଉଁଥିରେ ବାସ୍ତବିକ ଘଟଣାର ବ୍ୟଙ୍ଗ ଏବଂ ହାସ୍ୟରସ ଭାବରେ କଳ୍ପନା ସମ୍ବାଦ ସୃଷ୍ଟି କରେ।

Title:କ’ଣ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ କାମ ମହିଳାଙ୍କୁ ସୁରକ୍ଷା ଦେବା ନୁହେଁ, ଗୌମାତାଙ୍କ ସୁରକ୍ଷା କରିବା ଅଟେ?
Fact Check By: Siddharth SahuResult: False