କ’ଣ ଯୋଗୀ ଆଦିତ୍ୟନାଥ ପଠାନ୍ ସିନେମା ଦେଖିଲା ପରେ ଶାହରୁଖ ଖାନଙ୍କ ବିଷୟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି।? ଜାଣନ୍ତୁ ସତ୍ୟ। 

False Political

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ଅଭିନେତା ଶାହରୁଖ ଖାନଙ୍କ ବିଷୟରେ ନିଜ ମନ୍ତବ୍ୟ ଦେଉଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କ ସିନେମା ପଠାନ୍ ଦେଖିଲା ପରେ ପ୍ରତିକ୍ରିୟା ଏବଂ ସନ୍ଦେଶ ଦେଇଛନ୍ତି। 

ଭିଡିଓରେ ଯୋଗୀ ଆଦିତ୍ୟନାଥ କହୁଛନ୍ତି, “ଆମ ଦେଶରେ ବାମପନ୍ଥୀ ବିଚାରଧାରା ରଖୁଥିବା କିଛି ଲେଖକ ଏବଂ କଳାକାର ମାନେ ଭାରତ ବିରୋଧୀ ସ୍ଵର ଦେବା ଆରମ୍ଭ କରିଛନ୍ତି। ଦୁର୍ଭାଗ୍ୟ ଯେ ସେମାନଙ୍କ ମଧ୍ୟରେ ଶାହରୁଖ ଖାନ ମଧ୍ୟ ଅଛନ୍ତି। ଏହା ପ୍ରଥମ ଥର ପାଇଁ ହେଉନାହିଁ। ଏହା ପୂର୍ବରୁ ମଧ୍ୟ ଶାହରୁଖ ଖାନ ଏପରି କମ କରିଛନ୍ତି। ଶାହରୁଖ ଖାନଙ୍କୁ ଏହି କଥା ମାନେ ରଖିବା ଆବଶ୍ୟକ ଯେ ଯଦି ଏହି ଦେଶର ବହୁଶଙ୍ଖିୟ ସମାଜ ତାଙ୍କ ସିନେମାର ବହିସ୍କାର କରାଇ ଦେବେ, ତେବେ ଜଣେ ସାଧାରଣ ମୁସଲମାନ ପରି ତାଙ୍କୁ ମଧ୍ୟ ରାସ୍ତାରେ ଭଟକିବା ପାଇଁ ପଡିବ।”

ପୋଷ୍ଟରେ ଲେଖା ଯାଇଛି, “ଶାହରୁଖ ଖାନର ପଠାନ୍ ସିନେମା ଦେଖିବା ପରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିକ୍ରିୟା ଓ ସନ୍ଦେଶ।”

Facebook | Archive

ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ୍ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ କୁହା ଯାଇଛି, “ଯୋଗୀ ବାବାଙ୍କ ସିଧା ସିଧା ସନ୍ଦେଶଶାହରୁଖ ଖାନ ସୁଧାରୀ ଜାଅ ନହେଲେ ହିନ୍ଦୁ ମାନେ ବୁଝେଇ ଦେବେ।”

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ କ’ଣ ପଠାନ୍ ସିନେମା ରିଲିଜ୍ ହେଇ ସାରିଛି? ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ୨ ମାର୍ଚ୍ଚ ୨୦୨୨ ରେ ନ୍ୟୁଜ୍ ୧୮ ୱେବସାଇଟରେ ପଠାନର ରିଲିଜ୍ ତାରିଖ୨୫ ଜାନୁଆରୀ ୨୦୨୩ ରେ ହେବ ବୋଲି ଉଲ୍ଲେଖ କରା ଯାଇଛି। 

ଏହା ଅର୍ଥ ହେଉଛି ଭାଇରାଲ ଭିଡିଓରେ ଯୋଗୀ ଆଦିତ୍ୟନାଥ ପଠାନ ସିନେମା ଦେଖିବା ପରେ ନିଜ ମନ୍ତବ୍ୟ ବା ପ୍ରତିକ୍ରିୟା ଦେଉ ନାହାନ୍ତି। 

ଭିଡିଓର ସତ୍ୟତା କ’ଣ?

ଆମେ ଦେଖିଲୁ ଯେ ଭାଇରାଲ ଭିଡିଓ ଆରମ୍ଭରେ ଯୋଗୀ ଆଦିତ୍ୟନାଥଙ୍କୁ ବିଜେପି ନେତା ବୋଲି ସମ୍ବୋଧିତ କରା ଯାଇଛି। ଏଥିରୁ ଆମକୁ ସନ୍ଦେହ ହେଲା ଯେ ଏହା ଯୋଗୀ ଆଦିତ୍ୟନାଥଙ୍କ ମୁଖ୍ୟମନ୍ତ୍ରୀ ହେବା ପୂର୍ବର ଭିଡିଓ ଅଟେ। 

ୟୁଟ୍ୟୁବରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ଏଏନଆଇ ର ଚ୍ୟାନାଲରେ ୪ ନଭେମ୍ବର ୨୦୧୫ ରେ ପ୍ରସାରିତ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ଭିଡିଓ ଦେଖି ପାରିବେ। ଭିଡିଓର କ୍ୟାପସନ୍ ରେ କୁହା ଯାଇଛି ଯେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କ ତୁଳନା ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ୍ ସଇଦଙ୍କ ସହିତ କରି କହିଥିଲେ ଯେ ଦୁଇ ଜଣଙ୍କ ଚିନ୍ତାଧାରା ସମାନ ଅଟେ। ଆଦିତ୍ୟନାଥ ଏହି ମନ୍ତବ୍ୟ ସେତେବେଳେ ରାଖୀଥିଲେ ଯେତେବେଳେ ହାଫିଜ୍ ସଇଦ ଶାହରୁଖ ଖାନଙ୍କୁ ପାକିସ୍ତାନରେ ଆସି ରହିବା ପାଇଁ ନିମନ୍ତ୍ରଣ ଦେଇଥିଲେ। 

୫ ନଭେମ୍ବର ୨୦୧୫ ରେ ଜି ନ୍ୟୁଜ ୱେବସାଇଟର ରିପୋର୍ଟରେ କୁହା ଯାଇଛି ଯେ ଦେଶରେ ଚାଲି ଥିବା ଅସହିଷ୍ଣୁତା ବିବାଦ ସମୟରେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସଇଦଙ୍କ ସହିତ ତୁଳନା କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଶାହରୁଖ ଖାନଙ୍କୁ ପାକିସ୍ତାନ ପଳେଈ ଯିବା ଉଚ୍ଚିତ।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଯୋଗୀ ଆଦିତ୍ୟନାଥ ପଠାନ୍ ସିନେମା ଦେଖିବା ପରେ ନିଜ ପ୍ରତିକ୍ରିୟା ଦେଇ ନାହାନ୍ତି। ଏହି ଭିଡିଓ ୭ ବର୍ଷ ପୁରୁଣା ଅଟେ ଯାହାକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ଯୋଗୀ ଆଦିତ୍ୟନାଥ ପଠାନ୍ ସିନେମା ଦେଖିଲା ପରେ ଶାହରୁଖ ଖାନଙ୍କ ବିଷୟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି।? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *